Sin Goods / ହାନିକାରକ ସାମଗ୍ରୀ କ'ଣ ଏବଂ କାହିଁକି ଲାଗିବ ଅଧିକ GST ହାର ?

Key Points
GST କାଉନସିଲ୍ ବୈଠକରେ ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଥିବା ବେଳେ ଆଉ ଏକ ସ୍ଲାବକୁ ଯୋଡ଼ା ଯାଇଛି । ଆଉ ଏହି ସ୍ଲାବ ହେଉଛି ୪୦ ପ୍ରତିଶତ ।
ନୂଆଦିଲ୍ଲୀ: GSTରେ ନୂଆ ସ୍ଲାବ । ଯୋଡ଼ି ହେଲା ୪୦ ପ୍ରତିଶତ ଟିକସ ସ୍ଲାବ । GST କାଉନସିଲ୍ ବୈଠକରେ ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ଦିଆଯାଇଥିବା ବେଳେ ଆଉ ଏକ ସ୍ଲାବକୁ ଯୋଡ଼ା ଯାଇଛି । ଆଉ ଏହି ସ୍ଲାବ ହେଉଛି ୪୦ ପ୍ରତିଶତ । ଯାହାକି ହାନିକାରକ ବା କ୍ଷତିକାର ସାମଗ୍ରୀ ସହ କେତକ ନିର୍ଦ୍ଦିଷ୍ଟ ଲକଜୁରୀ ସାମଗ୍ରୀ ଉପରେ ଏହା ଲାଗୁ ହେବ ।
ଅନ୍ୟ ସମସ୍ତ ସାମଗ୍ରୀ GSTର ୨ଟି ସ୍ଲାବ ୫ ଓ ୧୮ ପ୍ରତିଶତ ମଧ୍ୟରେ ଆସିବ । ଏନେଇ GST କାଉନସିଲ୍ ବୈଠକ ପରେ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ସମାଜ ଓ ଶରୀର ପାଇଁ କ୍ଷତିକାରକ ସାମଗ୍ରୀକୁ ୪୦ ପ୍ରତିଶତ ସ୍ଲାବରେ ରଖାଯାଇଛି । ଏଥିରେ ଗୁଟ୍ଖା, ସିଗାରେଟ୍, ପାନ ମସଲା, ମଦଲା ଏବଂ ମୃଦୁ ପାନୀୟ ଆସୁଛି ।
ଏଥିସହ ପଢ଼ନ୍ତୁ: କ୍ଷୀର-ପନିରଠୁ ଔଷଧ ପର୍ଯ୍ୟନ୍ତ...ଏହି ସବୁ ଜିନିଷ ଉପରେ ଆଉ ଲାଗିବନି ଟ୍ୟାକ୍ସ
📱 Get Argus News App
✨ସାରା ବିଶ୍ଵରେ ହାନିକାରକ ସାମଗ୍ରୀ ଉପରେ ଅନେକ ଦେଶ ଅଧିକ ଟିକସ ଲଗାଇ ସାମଗ୍ରୀ ବ୍ୟବହାରକୁ ପ୍ରୋତ୍ସାହନ ଦେଉ ନଥିବା ବେଳେ ଏଥିରୁ ଆୟ ରାଜସ୍ଵରୁ ଉନ୍ନତିମୂଳକ କାର୍ଯ୍ୟ ହେଉଛି । ପୂର୍ବରୁ ଭାରତରେ ଏସବୁ ସାମଗ୍ରୀ ଉପରେ ୨୮ ପ୍ରତିଶତ GST ସହ କମ୍ପାନିସେସନ୍ ସେସ୍ ଲାଗୁ ହେଉଥିଲା । ଏବେ ସେସ୍ ଲାଗୁ ହେଉନଥିବା ବେଳେ ଏଣିକି ଏସବୁ ସାମଗ୍ରୀ ପାଇଁ ୪୦ ପ୍ରତିଶତ GST ଦେବାକୁ ପଡ଼ିବ ।
GSTରେ ସାମିଲ୍ କରାଯାଇଥିବା ୪୦ ପ୍ରତିଶତ ସ୍ଲାବକୁ ସ୍ଵତନ୍ତ୍ର ଦର କୁହାଯାଉଛି । କାରଣ ଏଥିରେ ମୁଖ୍ୟତଃ ହାନିକାରକ ଦ୍ରବ୍ୟ ପଦାର୍ଥ ଓ ସୁପର-ଲକଜୁରୀ ସାମଗ୍ରୀ ରହିଛି । ଆସନ୍ତୁ ନଜର ପକାଇବା କେଉଁ ସବୁ ସାମଗ୍ରୀ ଉପରେ ଲାଗିବ ୪୦ ପ୍ରତିଶତ GST ।...
ପାନ ମସଲା, ସିଗାରେଟ୍, ଗୁଟ୍ଖା, ମୃଦୁ ପାନୀୟ (କୋଲ୍ଡ ଡ୍ରିଙ୍କ୍ସ), ୧୨୦୦ ସିସିରୁ ଅଧିକ (ପେଟ୍ରୋଲ) ଓ ୧୫୦୦ ସିସିରୁ ଅଧିକ (ଡିଜେଲ୍) କାର ଉପର, ୩୫୦ ସିସିରୁ ଅଧିକ ବାଇକ୍ ଉପରେ, ପାଣିଜାହାଜ, ବ୍ୟକ୍ତିଗତ ବିମାନ, ରେସିଂ କାର୍, ଅନଲାଇନ୍ ଜୁଆ ଖେଳ ।
Related Topics
Explore more stories