Videos
|
Business

Crude Oil / ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଖସିଲା, ଭାରତରେ ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ?

Rashmita Mishra
Browse all articles by Rashmita Mishra
·1 hour ago·2 min read
ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଖସିଲା, ଭାରତରେ ଶସ୍ତା ହେବ କି ପେଟ୍ରୋଲ-ଡିଜେଲ ?
Crude Oil

Key Points

ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ, କମିବ କି ପେଟ୍ରୋଲ-ଡିଜେଲ ଦର?
ବ୍ରେଣ୍ଟ କ୍ରୁଡ୍ ୯% ଖସିଲା, ତଥାପି ମହଙ୍ଗା ରହିଛି ପେଟ୍ରୋଲ-ଡିଜେଲ!
ଗାଡ଼ି ଚାଳକଙ୍କୁ କେବେ ମିଳିବ ଆଶ୍ୱସ୍ତି? ଅଶୋଧିତ ତୈଳ ଦରରେ ବଡ଼ ହ୍ରାସ
ଆନ୍ତର୍ଜାତୀୟ ବଜାରରେ ତୈଳ ଦର ଖସିଲା, ଭାରତରେ କେବେ ଶସ୍ତା ହେବ ପେଟ୍ରୋଲ-ଡିଜେଲ?

ଗାଡ଼ି ଚାଳକଙ୍କ ପାଇଁ ଆସିଛି ଆଶ୍ୱସ୍ତିକର ଖବର....ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ (Crude Oil) ଦରରେ ବଡ଼ ହ୍ରାସ ଘଟିଛି । ଗତ ମାସରେ ବ୍ୟାରେଲ ପିଛା ୧୧୭ ଡଲାରରେ ପହଞ୍ଚିଥିବା ବ୍ରେଣ୍ଟ କ୍ରୁଡ୍ ଦର ନଭେମ୍ବର ୩ ତାରିଖରେ ଖସି ୧୦୪.୫୪ ଡଲାରରେ ପହଞ୍ଚିଛି । ମାତ୍ର ଦୁଇ ଦିନ ମଧ୍ୟରେ ଏଥିରେ ପ୍ରାୟ ୯ ପ୍ରତିଶତ ହ୍ରାସ ଘଟିଛି ।

ଆମେରିକା ଓ ଇରାନ ମଧ୍ୟରେ ବୁଝାମଣା ହେବା ନେଇ ଆସୁଥିବା ଖବର ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ଉତ୍ତେଜନା କମିଛି । ଏହାର ପ୍ରଭାବ ଅଶୋଧିତ ତୈଳ ଦର ଉପରେ ପଡ଼ିଛି । ଭାରତ ପାଇଁ ଏହା ଦ୍ୱିଗୁଣିତ ଆଶ୍ୱସ୍ତିର ବିଷୟ । କାରଣ ଦେଶର ମୋଟ ତୈଳ ଆବଶ୍ୟକତାର ପ୍ରାୟ ୮୫ ପ୍ରତିଶତ ବିଦେଶରୁ ଆମଦାନୀ କରାଯାଏ । ତେଣୁ ଅଶୋଧିତ ତୈଳ ଦର ହ୍ରାସ ହେଲେ ଦେଶର ଅର୍ଥନୀତିକୁ ମଧ୍ୟ ଫାଇଦା ମିଳିପାରେ ।

ତେବେ ଭାରତରେ ଶସ୍ତା ହେଲା କି ପେଟ୍ରୋଲ-ଡିଜେଲ ?

ନା, ଅଶୋଧିତ ତୈଳ ଦର ହ୍ରାସ ପରେ ମଧ୍ୟ ଆଜି ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ କରିନାହାନ୍ତି ତୈଳ କମ୍ପାନୀ । ଦୀର୍ଘ ସମୟ ଧରି ଇନ୍ଧନ ଦର ପୂର୍ବ ସ୍ତରରେ ସ୍ଥିର ରହିଛି । ନଭେମ୍ବର ୩ ତାରିଖରେ ଦେଶର ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଓ ଡିଜେଲ ଦର ଏହିପରି ରହିଛି ।

ପ୍ରମୁଖ ସହରରେ ପେଟ୍ରୋଲ-ଡିଜେଲ ଦର
ସହର-ପେଟ୍ରୋଲ (ଲିଟର ପିଛା)-ଡିଜେଲ (ଲିଟର ପିଛା)
ଦିଲ୍ଲୀ-୧୦୨.୧୨-୯୫.୨୦
ନୋଏଡା-୧୦୨.୧୨-୯୫.୫୬
ଗୁରୁଗ୍ରାମ-୧୦୨.୯୭-୯୫.୬୪
ଫରିଦାବାଦ-୧୦୩.୨୮-୯୫.୯୪
ଲକ୍ଷ୍ନୌ-୧୦୧.୮୯-୯୫.୩୬
ପାଟନା- ୧୧୩.୩୭- ୯୯.୩୬
ଜୟପୁର-୧୧୨.୬୯-୯୭.୭୮
ରାଞ୍ଚି-୧୦୫.୨୬-୧୦୦.୪୯
ଭୋପାଳ-୧୧୪.୫୭-୯୯.୬୪
ଚଣ୍ଡିଗଡ଼-୧୦୧.୫୧-୮୯.୪୭
ଡେରାଡୁନ- ୧୦୦.୫୫-୯୫.୯୩
ଶିମଲା-୧୦୩.୨୫-୯୫.୨୧

ଆଗକୁ କମିପାରେ କି ପେଟ୍ରୋଲ-ଡିଜେଲ ଦର ?
ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ୍ ଦର ୧୦୪ ଡଲାର ପାଖାପାଖି ଖସିବା ଭାରତୀୟ ଅର୍ଥନୀତି ପାଇଁ ଏକ ସକାରାତ୍ମକ ସଙ୍କେତ । ଯଦି ଆଗକୁ ମଧ୍ୟ ଅଶୋଧିତ ତୈଳ ଦରରେ ଏହି ହ୍ରାସ ଜାରି ରହେ, ତେବେ ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର କମିବାର ସମ୍ଭାବନା ରହିଛି । ତେବେ ଏବେ ପାଇଁ ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳିନାହିଁ । ଅଶୋଧିତ ତୈଳ ଦର ହ୍ରାସର ଲାଭ ସାଧାରଣ ଲୋକଙ୍କ ପାଖରେ କେବେ ପହଞ୍ଚିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: