Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Government Employees / କର୍ମଚାରୀଙ୍କୁ ବଡ଼ ଉପହାର: ୧ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର

Rashmita Mishra
Browse all articles by Rashmita Mishra
·4 months ago·2 min read
କର୍ମଚାରୀଙ୍କୁ ବଡ଼ ଉପହାର: ୧ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର
Government Employees

Key Points

ହୋଲି ପୂର୍ବରୁ DA ବୃଦ୍ଧି । 
କର୍ମଚାରୀଙ୍କୁ ବଡ଼ ଉପହାର: ୧ କୋଟିରୁ ଅଧିକ କର୍ମଚାରୀଙ୍କ ପାଇଁ ଖୁସି ଖବର 

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ ଖବର । ଖୁବଶୀଘ୍ର ଖୁସି ଖବର ଦେବାକୁ ଯାଉଛନ୍ତି କେନ୍ଦ୍ରର ମୋଦି ସରକାର । ୧ କୋଟିରୁ ଅଧିକ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଖୁସି ଖବର ରହିଛି । ମହଙ୍ଗା ଭତ୍ତା ବା DA Hikeକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।

ମହଙ୍ଗା ଭତ୍ତା ବୃଦ୍ଧି ପାଇଁ କେନ୍ଦ୍ରର ଲକ୍ଷ ଲକ୍ଷ କର୍ମଚାରୀ ଅପେକ୍ଷା କରି ରହିଥିବା ବେଳେ ଏ ନେଇ ଖୁବଶୀଘ୍ର ବଡ ଘୋଷଣା କରିବେ କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର । ଲକ୍ଷ ଲକ୍ଷ କର୍ମଚାରୀଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି । ସୂଚନା ଅନୁଯାୟୀ, ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଆସନ୍ତା ହୋଲି ପୂର୍ବରୁ ବଡ ଉପହାର ଦେଇପାରନ୍ତି ।

ବାସ୍ତବରେ, କେନ୍ଦ୍ର ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫକୁ ସଂଶୋଧନ କରନ୍ତି । ପ୍ରଥମ ସଂଶୋଧନ ଜାନୁଆରୀ ୧ରୁ ଏବଂ ଦ୍ୱିତୀୟଟି ଜୁଲାଇ ୧ରୁ ଲାଗୁ ହୋଇଥାଏ । ପୂର୍ବରୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି କରାଯାଇଥିଲା । ହୋଲି ପୂର୍ବରୁ ମହଙ୍ଗା ଭତ୍ତାରେ ୨ ପ୍ରତିଶତ ବୃଦ୍ଧି କରିପାରନ୍ତି କେନ୍ଦ୍ର ସରକାର ।

କେଉଁ ମାସରେ କର୍ମଚାରୀମାନେ ଏହି ବଡ଼ ଉପହାର ପାଇବେ ?

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀମାନେ ମହଙ୍ଗା ଭତ୍ତା ବୃଦ୍ଧିକୁ ଅପେକ୍ଷା କରିଛନ୍ତି । ଖବର ଅନୁଯାୟୀ ସରକାର ଆସନ୍ତା ମାସରେ ଅର୍ଥାତ୍ ହୋଲି ପୂର୍ବରୁ ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିପାରନ୍ତି ।

କେଉଁ ଆଧାର ଉପରେ DA ବୃଦ୍ଧି ହୁଏ ?
ମୁଦ୍ରାସ୍ଫୀତିର ଭାର ହ୍ରାସ କରିବା ଓ କର୍ମଚାରୀଙ୍କ ଜୀବନଶୈଳୀକୁ ଉନ୍ନତମାନର ରଖିବା ପାଇଁ କେନ୍ଦ୍ର ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରୁଛନ୍ତି । ଶ୍ରମ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ AICPI ସୂଚକାଙ୍କ ତଥ୍ୟ ଆଧାରରେ ସରକାର ଏହାକୁ ପ୍ରତି ୬ ମାସରେ ଦୁଇଥର ଗଣନା କରନ୍ତି । ମହଙ୍ଗା ଭତ୍ତାର ହିସାବ ବେତନ ସ୍କେଲ ଆଧାରରେ କର୍ମଚାରୀଙ୍କ ମୂଳ ଦରମା ଉପରେ ମିଳିଥାଏ ।

କେତେ ପ୍ରତିଶତ ବୃଦ୍ଧି ହେବ DA:
ରିପୋର୍ଟ ଅନୁଯାୟୀ, ଏଥର ମହଙ୍ଗା ଭତ୍ତା ଓ ମହଙ୍ଗା ରିଲିଫ୍‌ରେ ୨ ପ୍ରତିଶତ ବୃଦ୍ଧି ହୋଇପାରେ । ତେବେ ଏଥର ମହଙ୍ଗା ଭତ୍ତାରେ କେତେ ପ୍ରତିଶତ ବୃଦ୍ଧି ହେବ ସେ ନେଇ ଅଧିକାରୀକ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

ପଢନ୍ତୁ ଏହି ଖବର: ପ୍ରାଇଭେଟ୍ କର୍ମଚାରୀଙ୍କ ପେନସନ୍ ବଢ଼ିକି ହେବ ୯୦୦୦! ଜାଣନ୍ତୁ କେତେ ଆସିବ PF ଟଙ୍କା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Government Employees | Big Relief for Central Employees: DA Hike Likely Soon | Argus News