Videos
|
Business

Liquor Price Hike / ମଦ ଓ ବିୟର ଉପରେ ମହଙ୍ଗା ମାଡ଼; ଦୀପାବଳିରେ ବଢିପାରେ ଏକ୍ସସାଇଜ୍ ଡ୍ୟୁଟି

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ମଦ ଓ ବିୟର ଉପରେ ମହଙ୍ଗା ମାଡ଼; ଦୀପାବଳିରେ ବଢିପାରେ ଏକ୍ସସାଇଜ୍ ଡ୍ୟୁଟି
Liquor Price Hike

Key Points

ପାର୍ବଣ ଋତୁ ଆରମ୍ଭରୁ ମହଙ୍ଗା ମାଡ଼
ମଦ ମହଙ୍ଗା ହେବାକୁ ଯାଉଛି
ବଢିପାରେ ଏକ୍ସସାଇଜ ଡ୍ୟୁଟି ଓ ଲାଇସେନ୍ସ ଫିସ୍
ନୂଆଦିଲ୍ଲୀ: ଗଣେଶ ପୂଜାଠାରୁ ଆରମ୍ଭ ହୋଇସାରିଛି ପାର୍ବଣ ଋତୁ । ଆଉ କିଛି ଦିନ ପରେ ପଡ଼ିବ ଦୀପାବଳି । ତେବେ ଦୀପାବଳି ପୂର୍ବରୁ ମଦ ଓ ବିୟର ପରି ନିଶା ଦ୍ରବ୍ୟ ଉପରେ ହେବାକୁ ଯାଉଛି ମହଙ୍ଗା ମାଡ଼ । ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ମଦ ଓ ବିୟର ଦାମ ବୃଦ୍ଧି ପାଇପାରେ । ଦିଲ୍ଲୀରେ ନୂଆ ଅବକାରୀ ନୀତିଅନୁସାରେ ଉତ୍ପାଦ ଶୁଳ୍କ ଓ ରିଟେଲ୍ ମାର୍ଜିନ ବଢାଇବା ଉପରେ ଆଲୋଚନା ହେଉଛି । ଯଦି ଏହି ନୀତିକୁ ମଞ୍ଜୁରୀ ମିଳେ, ତେବେ ଅକ୍ଟୋବର ମାସ ଅର୍ଥାତ୍ ପିକ୍ ଫେଷ୍ଟିଭ୍ ସିଜିନରେ ଦିଲ୍ଲୀରେ ମଦ ଦାମ ବଢିବ ।

ଜାତୀୟ ଗଣମାଧ୍ୟମ ସଂସ୍ଥାର ଏକ ରିପୋର୍ଟରେ କୁହାଯାଇଛି ଯେ ଯଦି ଏକ୍ସସାଇଡ୍ ଡ୍ୟୁଟି ବା ଉତ୍ପାଦ ଶୁଳ୍କ ବୃଦ୍ଧି ପାଉଛି, ତେବେ ମଦ ଦାମ ମଧ୍ୟ ବଢିବ । ବର୍ତ୍ତମାନ ନୂଆ ଏକ୍ସସାଇଜ ପଲିସିର ଚୂଡ଼ାନ୍ତ ଡ୍ରାଫ୍ଟ ପ୍ରସ୍ତୁତ ହୋଇସାରିଛି । ପାର୍ବଣ ଋତୁରେ ମଦର ଚାହିଦା ଅଧିକ ଥିବାବେଳେ ବ୍ୟବସାୟୀମାନେ ଲାଭ କରିବା ଲାଗି ଆଶା ବାନ୍ଧି ବସିଛନ୍ତି ।

  • ଲାଇସେନ୍ସ ଫିସ୍ ବି ୧୦% ବଢିବ
ଦିଲ୍ଲୀ ସରକାର "ହୋଟେଲ, କ୍ଲବ ଏବଂ ରେଷ୍ଟୁରାଣ୍ଟ" (HCR) ବର୍ଗ ପାଇଁ ୨୦୨୬-୨୭ ଆର୍ଥିକ ବର୍ଷ ଶେଷ ପର୍ଯ୍ୟନ୍ତ ଉତ୍ପାଦ ଶୁଳ୍କ ନୀତି ଅନୁଯାୟୀ ମଦ ଲାଇସେନ୍ସ ନବୀକରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଲାଇସେନ୍ସ ଫିରେ ୧୦ ପ୍ରତିଶତ ବୃଦ୍ଧି ଘୋଷଣା ମଧ୍ୟ ହୋଇଛି । ବିକ୍ରେତା ଏବଂ ରେଷ୍ଟୁରାଣ୍ଟ ମାଲିକ ମାନେ ଶେଷରେ ଏହି ବର୍ଦ୍ଧିତ ଫି ଗ୍ରାହକଙ୍କ ଉପରେ ଲଦିବେ । ତେବେ ମୂଲ୍ୟ ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ଚାହିଦା ହ୍ରାସ ପାଇବାର ସମ୍ଭାବନା ମଧ୍ୟ ରହିଛି ।

ପଢନ୍ତୁ ଏହି ଖବର: ମଦ ବିକ୍ରି କରି କେଉଁ ରାଜ୍ୟ ପାଉଛି ଅଧିକ ରାଜସ୍ବ? ଆସନ୍ତୁ ଜାଣିବା

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
  • ବମ୍ପର ଡିମାଣ୍ଡର ମିଳିପାରେ ଫାଇଦା
ଏଠାରେ କହିରଖୁଛୁ କି, ପ୍ରତିବର୍ଷ ଦୀପାବଳି ଏବଂ ନୂଆ ବର୍ଷ ପାଳନ ସମୟରେ ଦିଲ୍ଲୀରେ ମଦର ଚାହିଦା ବହୁତ ବୃଦ୍ଧି ପାଏ । ଗତ ବର୍ଷର ତଥ୍ୟ ଅନୁଯାୟୀ, ଦୀପାବଳି ସମୟରେ ଦିଲ୍ଲୀ ସରକାର ମାତ୍ର ୧୫ ଦିନରେ ₹୬୦୦ କୋଟିରୁ ଅଧିକ ରାଜସ୍ୱ ଅର୍ଜନ କରିଥିଲେ । ସରକାର ଏହାର ରାଜସ୍ୱ ଲକ୍ଷ୍ୟ ପୂରଣ କରିବା ପାଇଁ ଏହି ଅଧିକ ଚାହିଦାର ଲାଭ ଉଠାଇବାକୁ ଚାହୁଁଛନ୍ତି । ଚଳିତ ଆର୍ଥିକ ବର୍ଷ ପାଇଁ ସରକାର ମଦରୁ ପ୍ରାୟ ₹୭୨୦୦ କୋଟି ଟିକସ ସଂଗ୍ରହ କରିବାର ଲକ୍ଷ୍ୟ ରଖିଛନ୍ତି । ତେବେ ମଦ ଉପରେ ଅତିରିକ୍ତ ଦାମ ବୃଦ୍ଧି ପରେ ଏହାର ଚାହିଦା ବଢୁଛି ନା କମୁଛି ତାହା ଦେଖିବାକୁ ବାକି ରହିଲା ।