Videos
|
Business

El Nino Effect / ମୌସୁମୀ ଋତୁରେ ଏଲ୍-ନିନୋ ଯୋଗୁଁ କମ୍ ବର୍ଷା; ବଜାରରେ ଦେଖାଗଲା ପ୍ରଭାବ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ମୌସୁମୀ ଋତୁରେ ଏଲ୍-ନିନୋ ଯୋଗୁଁ କମ୍ ବର୍ଷା; ବଜାରରେ ଦେଖାଗଲା ପ୍ରଭାବ
Sugar, Egg and Chicken Prices May Rise Amid Low Rainfall

Key Points

ମୌସୁମୀ ଋତୁରେ କମ୍ ବର୍ଷା ହୋଇଥିବା ବେଳେ ଫସଲ ପ୍ରଭାବିତ ହୋଇଛି । ଯାହା ଏବେ ଆପଣଙ୍କ ପକେଟକୁ ମଧ୍ୟ ପ୍ରଭାବିତ କରିବ । ଚିନି ପରେ ଅଣ୍ଡା ଓ ଚିକେନ ଦର ଦ୍ରୁତ ଗତିରେ ବଢ଼ୁଛି ।
ନୂଆଦିଲ୍ଲୀ: ଏଲ୍-ନିନୋ ଭାରତରେ ପ୍ରଭାବ ଦେଖାଇଲାଣି ଏଲ୍-ନିନୋ । ଫଳରେ ମୌସୁମୀ ଋତୁରେ କମ୍ ବର୍ଷା ହୋଇଥିବା ବେଳେ ଫସଲ ପ୍ରଭାବିତ ହୋଇଛି । ଯାହା ଏବେ ଆପଣଙ୍କ ପକେଟକୁ ମଧ୍ୟ ପ୍ରଭାବିତ କରିବ । ଚିନି ପରେ ଅଣ୍ଡା ଓ ଚିକେନ ଦର ଦ୍ରୁତ ଗତିରେ ବଢ଼ୁଛି ।

ସୂଚନା ଅନୁସାରେ, ଦେଶରେ ଯେଉଁଭଳି ଭାବେ ଆଖୁ ଅମଳ ହ୍ରାସ ପାଇଛି । ଯଦି ସେହି ପରିମାଣରେ ମକା ଅମଳ ଖସିଯାଏ, ତାହେଲେ ଦରଦାମ ପୁଣି ବଢ଼ିଯିବ । ଧାନ ଓ ସୋୟାବିନ୍ ଭଳି ଫସଲ ମଧ୍ୟ ଏଲ୍-ନିନୋରେ ପ୍ରଭାବିତ ହେବା ଆଶଙ୍କା ରହିଛି ।

ଏଥିସହ ପଢ଼ନ୍ତୁ: ବଦଳିଯିବ ଋତୁଚକ୍ର; ମୌସୁମୀର ଶୀଘ୍ର ବିଦାୟ ସହ ଆଗୁଆ ଆସିବ ଗ୍ରୀଷ୍ମ ! 

ସୂଚନାଯୋଗ୍ୟ, ଏଲ୍-ନିନୋ ପାଇଁ ମୌସୁମୀ ଦୁର୍ବଳ ହେବା ସହୟ ଅନିୟମତ ବର୍ଷା ହୋଇଥାଏ । ଫଳରେ ଗରମ ଅନୁଭୂତ ହେବା ସହ ମାଟିର ଆର୍ଦ୍ରତା କମ୍ ରୁହେ । ଯେଉଁଥିପାଇଁ ଫସଲ ଅମଳ ଖସିଥାଏ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପାଣିପାଗ ବିଜ୍ଞାନୀ ଶତାବ୍ଦୀର ଏହା ସବୁଠୁ ଶକ୍ତିଶାଳୀ ଏଲ୍-ନିନୋ ହୋଇଥିବା ଚେତାବନୀ ଦେଇଛନ୍ତି । ଯାହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଲାଣି ଏବଂ ବର୍ଷ ଶେଷ ସୁଦ୍ଧା ପ୍ରଭାବ ଶୀର୍ଷରେ ପହଞ୍ଚିବା ଆଶଙ୍କା ମଧ୍ୟ କରାଯାଉଛି ।

ଚିନି ଦରରେ ୪୦ ପ୍ରତିଶତ ବୃଦ୍ଧି

ନିକଟରେ ପାର୍ବଣ ଋତୁ ଆରମ୍ଭ ପୂର୍ବରୁ ଚିନି ଦର ଅହେତୁକ ଭାବେ ବଢ଼ିଛି । ଚିନି ଦର ବର୍ଷ ଅନୁଯାୟୀ ଦେଖିଲେ ୪୦ ପ୍ରତିଶତ ବୃଦ୍ଧି ପାଇଛି । ଏହା ପଛର କାରଣ ଗତବର୍ଷ ଅଧିକ ବର୍ଷା ସହ ପୋକ ପାଇଁ ଆଖୁ ଅମଳ ହ୍ରାସ ପାଇବା । ପାର୍ବଣ ଋତୁ ପୂର୍ବରୁ ଚିନି ଦର କେଜି ପିଛା ୪୯ ଟଙ୍କା ରହିଥିଲା । ଯାହା ଅଗଷ୍ଟରେ ବଢ଼ି କେଜି ପିଛା ୬୫ ଟଙ୍କାରେ ସ୍ଥିର ରହିଛି ।

ମକା ବିଗାଡ଼ିବ ବଜେଟ୍

ଆଗକୁ ମକା ଅମଳ ମଧ୍ୟ କମ୍ ହେବା ଆଶଙ୍କା କରାଯାଉଛି । ଫଳରେ ଏବେଠୁ ମକା ଦାମ୍ ୩ ପ୍ରତିଶତ ବଢ଼ି ଗଲାଣି । ଅମଳ କମ୍ ହେଲେ ଆଗକୁ ଗୋ-ଖାଦ୍ୟ ଦର ମଧ୍ୟ ବଢ଼ିବ । କୁକୁଡ଼ା ଚାଷ ଅଧିକ ମହଙ୍ଗା ହେବା ସହ ଅଣ୍ଡା ଓ ଚିକେନ ଦାମ ବୃଦ୍ଧି ପାଇବ ।

ଏଥିସହ ପଢ଼ନ୍ତୁ: ଚିନି ପରେ ମହଙ୍ଗା ହେବ ଅଣ୍ଡା, ତେଲ ଓ ଡାଲି! ଜାଣନ୍ତୁ କାହିଁକି ବଢୁଛି ଦର... 

କମ୍ ବର୍ଷା ଯୋଗୁଁ ୨୦୨୬-୨୭ରେ ଆଖୁ ଅମଳ ଖସିପାରେ । ଚିନିର ଚାହିଦାକୁ ଦେଖି ଆଖୁରୁ ଏଥାନଲ୍ ଉତ୍ପାଦନ କମ୍ କରାଯାଇପାରେ । ଏଥାନଲ୍ ମକାରୁ ତିଆରି କରାଯିବ । କିନ୍ତୁ, ଚଳିତବର୍ଷ ମକା ଅମଳ ମଧ୍ୟ କମ୍ ହେବା ଆଶଙ୍କା ରହିଛି ।