Videos
|
Odisha

Summer Forecast / ବଦଳିଯିବ ଋତୁଚକ୍ର; ମୌସୁମୀର ଶୀଘ୍ର ବିଦାୟ ସହ ଆଗୁଆ ଆସିବ ଗ୍ରୀଷ୍ମ !

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବଦଳିଯିବ ଋତୁଚକ୍ର; ମୌସୁମୀର ଶୀଘ୍ର ବିଦାୟ ସହ ଆଗୁଆ ଆସିବ ଗ୍ରୀଷ୍ମ !
Early Monsoon Exit May Bring More Heat

Key Points

ଆଗୁଆ ଆସିବ ଖରାଦିନ?
ବଢ଼ିପାରେ ଗରମର ପ୍ରକୋପ!
ସଜାଗ ହେଲେଣି ସରକାର
ଭୁବନେଶ୍ଵର: ଓଡ଼ିଶାରେ କଣ ଆଗୁଆ ଆସିବ ଖରାଦିନ ? ମୌସୁମୀ ଶୀଘ୍ର ବିଦାୟ ନେବା ସହ ଆସନ୍ତା ଦିନରେ ଗରମର ପ୍ରକୋପ ବଢ଼ିବ କି ? ଏଭଳି ଆଶଙ୍କା ମଧ୍ୟରେ ଏବେଠୁ ସଜାଗ ହୋଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ ଏସଆରସି ପକ୍ଷରୁ ଚାଲିଛି ଅନୁଧ୍ୟାନ ।

ଆଉ ମାଘରେ ହେବନି ବାଘ ଜାଡ଼ । ଆକାଶରୁ ହେବ ନିଆଁ ବର୍ଷା । ଋତୁଚକ୍ରରୁ ପୁଣି ଅପସରି ଯିବ ଶରତ, ହେମନ୍ତ, ଆଉ ଶୀତ । ସ୍ୱାଭାବିକ ସମୟ ଆଗରୁ ଏଥର ରାଜ୍ୟରୁ ବିଦାୟ ନେଇପାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏହା ସହ ରାଜ୍ୟରେ ଗରମର ପ୍ରକୋପ ବଢ଼ିବାର ଆଶଙ୍କା ଦେଖା ଦେଇଛି । ପ୍ରାଥମିକ ଆକଳନ ଅନୁସାରେ, ଆଗାମୀ ଖରାଦିନରେ ପୂର୍ବବର୍ଷ ତୁଳନାରେ ଅଧିକ ଗରମ ଅନୁଭୂତ ହୋଇପାରେ ।

ଏଥିସହ ପଢ଼ନ୍ତୁ: ୫ ଓରାଙ୍ଗଉଟାନ ଉଦ୍ଧାର ଘଟଣା; 'ଓଡ଼ିଶାକୁ ଟ୍ରାଞ୍ଜିଟ୍ ପଥ ହେବାକୁ ଦିଆଯିବ ନାହିଁ': ମୁଖ୍ୟମନ୍ତ୍ରୀ

ମୌସୁମୀ ଶୀଘ୍ର ବିଦାୟ ନେବା ସହ ରାଜ୍ୟରେ ଗରମର ପ୍ରକୋପ ବଢ଼ିବାର ଆଶଙ୍କା ଦେଖାଦେଇଛି । ପ୍ରାଥମିକ ଆକଳନ ଅନୁସାରେ, ଆଗାମୀ ଖରାଦିନରେ ପୂର୍ବବର୍ଷ ତୁଳନାରେ ଅଧିକ ଗରମ ଅନୁଭୂତ ହୋଇପାରେ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ ବର୍ତ୍ତମାନ ସଠିକ ଆକଳନ କରିବା କଷ୍ଟସାଧ୍ୟ । କେନ୍ଦ୍ର ଓ ରାଜ୍ୟ ପାଣିପାଗ ବିଭାଗ ସହ ଏସଆରସି ପକ୍ଷରୁ ପରିସ୍ଥିତିର ଅନୁଧ୍ୟାନ ଜାରି ରହିଛି । ଅଧିକ ଅଧ୍ୟୟନ ପରେ ଖରାଦିନର ଚିତ୍ର ସ୍ପଷ୍ଟ ହେବ ବୋଲି ଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ସେପଟେ କିନ୍ତୁ ପାଣିପାଗ ବିଶେଷଜ୍ଞ କହିଛନ୍ତି, ଲଘୁଚାପର ଗତି ଉପରେ ମଧ୍ୟ ରହିଛି ପାଣିପାଗ ବିଭାଗର ନଜର । ଆରବ ସାଗରରେ ଆଉ ଏକ ପାଣିପାଗ ସିଷ୍ଟମ୍ ସୃଷ୍ଟିର ସମ୍ଭାବନା ଥିବାରୁ ମୌସୁମୀ ତୁରନ୍ତ ବିଦାୟ ନେବ ବୋଲି କହିହେବ ନାହିଁ । ଅନ୍ୟପଟେ ଚଳିତ ବର୍ଷ ଏଲ୍ ନିନୋ ପ୍ରଭାବକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି ।

ପାଣିପାଗ ବିଜ୍ଞାନୀଙ୍କ ଆକଳନ ମୁତାବକ, ପୂର୍ବରୁ ୨୦୧୫ ମସିହାରେ ସାରା ଦେଶରେ ଷ୍ଟ୍ରଙ୍ଗ ଏଲ୍ ନିନୋ ସ୍ଥିତି ଦେଖିବାକୁ ମିଳିଥିଲା । ଯେଉଁଥିପାଇଁ ୨୦୧୬ ମସିହାରେ ସାରା ବିଶ୍ୱରେ ତାପମାତ୍ରା ଅହେତୁକ ଭାବରେ ବୃଦ୍ଧି ପାଇଥିଲା ।

ଏଥିସହ ପଢ଼ନ୍ତୁ: ପାର୍ବଣ ପୂର୍ବରୁ ଅଶାନ୍ତ ଜଗତସିଂହପୁର; ବନ୍ଧୁକ ମୁନରେ ଲକ୍ଷାଧିକ ଟଙ୍କା ଲୁଟ୍, ବୋମା ଜବତ 

ସେହିଭଳି ୨୦୨୨ ଏବଂ ୨୦୨୩ରେ ମଧ୍ୟ ଏଲିନୋ ସ୍ଥିତି ପୂରା ଦେଶରେ ରହିଥିଲା । ତା ସତ୍ତ୍ଵେ ମଧ୍ୟ ଭାରତ ସମେତ ଓଡ଼ିଶାରେ ମୌସୁମୀ ଋତୁରେ ସ୍ୱଭାବିକ ବର୍ଷା ରେକର୍ଡ ହୋଇଥିଲା । ମାତ୍ର ଏଲ୍‌ ନିନୋ ପରବର୍ତ୍ତୀ ବର୍ଷରେ ଏସିଆନ ଦେଶ ଯେମିତିକି ଜାପାନ, କୋରିଆ, ଥାଇଲଣ୍ଡ, ଫିଲିଫାଇନ୍ସ, ଚାଇନା, ଉତ୍ତର ଆମେରିକାରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିଲା ।