Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

India EV Market / ବଢୁଛି EVର କ୍ରେଜ୍; ଜୁନରେ ୩୩,୬୫୬ ୟୁନିଟ୍ସ କାର ବିକ୍ରି, ନମ୍ବର-ୱାନ ହେଲା ଏହି କମ୍ପାନୀ

Debashree Debasmita Sahoo
Browse all articles by Debashree Debasmita Sahoo
·15 hours ago·2 min read
ବଢୁଛି EVର କ୍ରେଜ୍; ଜୁନରେ ୩୩,୬୫୬ ୟୁନିଟ୍ସ କାର ବିକ୍ରି, ନମ୍ବର-ୱାନ ହେଲା ଏହି କମ୍ପାନୀ
India EV Market

Key Points

ଦେଶରେ ବୃଦ୍ଧି ପାଉଛି ଇଭି କାର କ୍ରେଜ୍
ଜୁନରେ ୩୩,୬୫୬ ୟୁନିଟ୍ସ କାର ବିକ୍ରି
ନମ୍ବର-୧ ହେଲା ଏହି କମ୍ପାନୀ
ନୂଆଦିଲ୍ଲୀ: ଭାରତୀୟ ବଜାରରେ ଇଲେକଟ୍ରିକ୍ ଯାନର ଚାହିଦା ବୃଦ୍ଧି ପାଇବାରେ ଲାଗିଛି । ଚଳିତ ବର୍ଷ କେବଳ ଜୁନ ମାସରେ ଦେଶରେ ମୋଟ ୩୩,୬୫୬ ୟୁନିଟ୍ କାର ଡିସପ୍ୟାଚ୍ ହୋଇଛି । ଏହାସହିତ ମାସିକ ଧାରାରେ ୨୬.୪% ବୃଦ୍ଧି ପାଇଛି । ଏଥର ପୁଣି ଥରେ ଇଭି ବଜାରରେ ଏକ ନମ୍ବରରେ ରହିଛି ଟାଟା ମୋଟର୍ସ । କମ୍ପାନୀ ଜୁନ ୨୦୨୬ରେ ୧୪,୬୫୭ ୟୁନିଟ୍ କାର ଡିସପ୍ୟାଚ୍ କରିଛି । ଏହାସହିତ ଟାଟା ମୋଟରର ମାସିକ ଧାରାରେ ୪୧.୨% ବୃଦ୍ଧି ଦେଖିବାକୁ ମିଳିଛି, କାରଣ ମେ ୨୦୨୬ରେ ଟାଟା ୧୦,୩୭୭ ୟୁନିଟ୍ କାର ବିକ୍ରି କରିଛି ।

  • ବଜାରରେ ଏହି କାରର ଥିଲା ଚାହିଦା
ଟାଟାର ଏହି ସଫଳତା ପଛରେ ପଞ୍ଚ ଇଭି (Punch EV) ଓ ନେକ୍ସନ ଇଭି (Nexon EV) ରହିଛି । ଏହାବ୍ୟତୀତ ନୂଆ ସିଏରା ଇଭି ମଧ୍ୟ କମ୍ପାନୀର ସ୍ଥିତିକୁ ବଜାରରେ ଦୃଢ କରିଛି । ଯଦି ବିକ୍ରି ହିସାବରେ ଦେଖାଯାଏ, ତେବେ ଟାଟା ପଞ୍ଚ୍ ଇଭିକୁ ସବୁଠୁ ଅଧିକ ଗ୍ରାହକ ମିଳିଛନ୍ତି । ଦ୍ଵିତୀୟରେ ଟାଟା ନେକ୍ସନ ଇଭି ରହିଛି ।

  • କେଉଁ ସ୍ଥାନରେ କୋଉ କମ୍ପାନୀ ?
ଏହି ତାଲିକାର ଦ୍ଵିତୀୟ ସ୍ଥାନରେ ଅଛି ମହିନ୍ଦ୍ରା କମ୍ପାନୀ । ମହିନ୍ଦ୍ରା ଜୁନ ମାସରେ ୮.୧% ବୃଦ୍ଧି ଦେଖିଛି, ଯାହାକି ୭୬୦୩ ୟୁନିଟ୍ କାର ଅଧିକ ବିକ୍ରି କରିଛି । ସେହିପରି ତୃତୀୟ ସ୍ଥାନରେ ଅଛି ଜେଏସଡବ୍ଲ୍ୟୁ ଏମଜି ମୋଟର । ଏହି କମ୍ପାନୀ ଜୁନ ମାସରେ ୫୯୭୧ ୟୁନିଟ୍ ଅଧିକ କାର ବିକିଛି । ଚତୁର୍ଥ ସ୍ଥାନରେ ଅଛି ମାରୁତି ସୁଜୁକି । ଏହି କମ୍ପାନୀ କେବଳ ଜୁନ ମାସରେ ୨୦୦୩ ୟୁନିଟ୍ କାର ବିକିଛି । ଅନ୍ୟପଟେ ଭିଏତନାମ କାର ନିର୍ମାତା କମ୍ପାନୀ ଭିନଫାଷ୍ଟ ୧୮.୩ ପ୍ରତିଶତ ମାସିକ ହ୍ରାସ ସହିତ ୧୯୨୮ କାର ବିକ୍ରି କରିଛି ।

ପଢନ୍ତୁ ଏହି ଖବର: କମ୍ ଉଚ୍ଚତା ରାଇଡରଙ୍କ ପାଇଁ ଆସିଗଲା Kawasakiର ନୂଆ ବାଇକ୍; ଜାଣନ୍ତୁ ଦାମ

  • ୯୨୦% ଲମ୍ଫ ମାରିଲା ଟୋୟୋଟା
ଯଦି ଆମେ ଅନ୍ୟ କମ୍ପାନୀ କଥା କହିବା, ତେବେ ୭୧୧ ୟୁନିଟ୍ ସହିତ କିଆ ଷଷ୍ଠ ସ୍ଥାନରେ ଅଛି । କିଆ ମାସିକ ୨୫ ପ୍ରତିଶତ ବୃଦ୍ଧି ଦେଖିଛି । ସେପଟେ ଟୋୟୋଟା ୯୨୦ ପ୍ରତିଶତ ମାସିକ ବୃଦ୍ଧି ଦେଖିଛି, ଯିଏକି ୪୫୯ ୟୁନିଟ୍ କାର ବିକ୍ରି କରିଛି । ଟୋୟୋଟା ତାଲିକାର ସପ୍ତମ ସ୍ଥାନରେ ଅଛି । ଏହି ତାଲିକାର ଅଷ୍ଟମ ସ୍ଥାନରେ ହୁଣ୍ଡାଇ ଅଛି, ଯିଏକି ୧୭% ମାସିକ କ୍ଷତି ସହିତ ମାତ୍ର ୨୫୩ଟି ୟୁନିଟ୍ କାର ବିକିଛି । ନବମ ସ୍ଥାନରେ ଅଛି ସିଟ୍ରୋଏନ, ଯିଏକି ୧୨୧.୯% ମାସିକ ବୃଦ୍ଧି ସହିତ ୭୧ଟି ୟୁନିଟ୍ କାର ବିକିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored