Elon Musk / ମସ୍କଙ୍କୁ SpaceX କଲା ଦୁନିଆର ପ୍ରଥମ Trillionaire; କିଣିପାରିବେ ଭାରତର ଟପ୍-୧୦ କମ୍ପାନୀ
·10 hours ago·2 min read

Key Points
ଏଲନ୍ ମସ୍କ ଦୁନିଆର ପ୍ରଥମ 'Trillionaire' ବା 'ଖରବପତି' ହୋଇଛନ୍ତି । ଯାହାଙ୍କ ସମ୍ପତ୍ତି ୧ ଲକ୍ଷ କୋଟିରୁ ଅଧିକ ଅଟେ । ଏହା ଏତେ ଟଙ୍କା ଯେ, ମସ୍କ ଭାରତର ଶ୍ରେଷ୍ଠ ୧୦ଟି କମ୍ପାନୀକୁ ସହଜରେ କିଣିପାରିବେ ।
ନୂଆଦିଲ୍ଲୀ: ଗୋଟିଏ କମ୍ପାନୀ, ଯିଏ ଏବେ ଲାଭ କରୁ ନାହିଁ । କିନ୍ତୁ ସେୟାର ବଜାରରେ ପ୍ରବେଶ ମାତ୍ରେ ଇତିହାସ ରଚିଛି । ୟେ କମ୍ପାନୀ ହେଉଛି ଦୁନିଆର ୧ ନମ୍ବର ଧନୀ ଏଲନ୍ ମସ୍କଙ୍କ ରକେଟ୍ ଓ ସାଟେଲାଇଟ୍ ତିଆରି କରୁଥିବା ସ୍ପେସ୍ଏକ୍ସ (SpaceX) ।
ଶୁକ୍ରବାର ଆମେରିକୀୟ ସେୟାର ବଜାର 'Nasdaq'ରେ ସ୍ପେସ୍ଏକ୍ସ ଲିଷ୍ଟେଡ୍ ହୋଇଛି । ଲିଷ୍ଟେଡ୍ ହେବାର ପ୍ରଥମ ଦିନରେ ସ୍ପେସ୍ଏକ୍ସର ସେୟାର ୧୯ ପ୍ରତିଶତ ବୃଦ୍ଧି ପାଇଛି । ଆଉ ଏହି ଅଭିବୃଦ୍ଧି କମ୍ପାନୀର ମୂଲ୍ୟକୁ ୨ ଟ୍ରିଲିୟନ୍ ଡଲାର୍ (ପ୍ରାୟ ୧୭୦ ଲକ୍ଷ କୋଟି) ଉପରେ ପହଞ୍ଚାଇଛି ।
ଏଥିସହ ପଢ଼ନ୍ତୁ: ଉଛୁଳିଲା ସେୟାର ମାର୍କେଟ, ସେନସେକ୍ସ ୧୭୦୦ ପଏଣ୍ଟ ବୃଦ୍ଧି...ନିବେଶକଙ୍କ ୧୦ ଲକ୍ଷ କୋଟି ଲାଭ
ସ୍ପେସ୍ଏକ୍ସ ଆମେରିକାର ଷଷ୍ଠ ବଡ଼ କମ୍ପାନ ଭାବେ ଉଭା ହୋଇଛି । ଏଥିସହ ଏଲନ୍ ମସ୍କ ଦୁନିଆର ପ୍ରଥମ 'Trillionaire' ବା 'ଖରବପତି' ହୋଇଛନ୍ତି । ଯାହାଙ୍କ ସମ୍ପତ୍ତି ୧ ଲକ୍ଷ କୋଟିରୁ ଅଧିକ ଅଟେ ।
ବ୍ଲୁମବର୍ଗ ବିଲିୟନେୟର (Billionaire) ଇଣ୍ଡେକ୍ସ ଅନୁସାରେ, ଏବେ ମସ୍କଙ୍କ ସମ୍ପତ୍ତି ପ୍ରାୟ ୧.୧୧ ଟ୍ରିଲିୟନ୍ ଡଲାର୍ । ଭାରତୀୟ ମୁଦ୍ରାରେ ଦେଖିଲ ଏହା ୧୦୫.୬୪ କୋଟି ଟଙ୍କା ହେବ । ଏହା ଏତେ ଟଙ୍କା ଯେ, ମସ୍କ ଭାରତର ଶ୍ରେଷ୍ଠ ୧୦ଟି କମ୍ପାନୀକୁ ସହଜରେ କିଣିପାରିବେ ।
ତେବେ ବାସ୍ତବ ଭାବେ ଏହା ସମ୍ଭବ ନୁହେଁ । ତଥାପି ଗଣିତ ହିସାବରେ ଦେଖିଲେ BSE ଅନୁସାରେ, ଦେଶର ଶ୍ରେଷ୍ଠ ୧୦ କମ୍ପାନୀର ମୂଲ୍ୟ ୮୮୩୪୭୯୫.୨୨ କୋଟି ଟଙ୍କା । ଯେଉଁଥିରେ ରିଲାଏନ୍ସ, HDFC ବ୍ୟାଙ୍କ, ଭାରତୀ ଏୟାରଟେଲ୍, SBI, TCS, ହିନ୍ଦୁସ୍ତାନ ୟୁନିଲିଭର ଭଳି କମ୍ପାନୀ ସାମିଲ୍ ।
ଏହି ହିସାବରେ ଦେଖିଲେ ମସ୍କଙ୍କ ସମ୍ପତ୍ତି (୧୦୫.୬୪ ଲକ୍ଷ କୋଟି), ଯେତେବେଳେ କି ଭାରତର ଶ୍ରେଷ୍ଠ ୧୦ କମ୍ପାନୀ ମୂଲ୍ୟ (୮୮.୩୫ ଲକ୍ଷ କୋଟି) । ଏଭଳି ଭାବେ ଦେଖିଲେ ମସ୍କଙ୍କ ପାଖରେ ଆଉ ୧୭.୨୯ ଲକ୍ଷ କୋଟି ଟଙ୍କା ବଞ୍ଚିବ । ଏହି ଟଙ୍କାରେ ମସ୍କ ଟପ୍ ୧୦ ତଳେ ଥିବା ଆଉ ୪ଟି କମ୍ପାନୀ କିଣିପାରିବେ ।
ମସ୍କଙ୍କ ଯାଦୁ
ଏହି ଐତିହାସିକ (IPO) ଜରିଆରେ ମସ୍କଙ୍କ ସ୍ପେସ୍ଏକ୍ସ ବଜାରରୁ ୭୫ ବିଲିୟନ୍ ଡଲାର୍ ଗୋଟାଇଛି । ଯାହାକି ସାଉଦି ଅରାମକୋର ୨୦୧୯ ରେକର୍ଡର ଦୁଇଗୁଣା । ବଜାର ଖୋଲିବା ମାତ୍ରେ ମସ୍କଙ୍କ ପ୍ରଶଂସକ ସେୟାର୍ କିଣିବାରେ ଲାଗି ପଡ଼ିଛନ୍ତି । ଶୁକ୍ରବାର ପ୍ରାୟ ୮୪ ବିଲିୟନ୍ ଡଲାର୍ ମୂଲ୍ୟର ୫୧ କୋଟି ସେୟାର୍ ଟ୍ରେଡିଂ ହୋଇଛି ।
ଏଥିସହ ପଢ଼ନ୍ତୁ: ଆଉ ମନଇଚ୍ଛା କିଣି ପାରିବେନି ପେଟ୍ରୋଲ୍-ଡିଜେଲ୍; ଧାର୍ଯ୍ୟ ହେଲା ସୀମା
ଆମାଜନ ଉପରେ ନଜର
ପ୍ରଥମ ପ୍ରୟାସରେ ସ୍ପେସଏକ୍ସ ବ୍ରଡକମ୍ ଭଳି ଟେକ୍ କମ୍ପାନୀକୁ ପଛରେ ପକାଇ ଦେଇଛି । ଏବେ ମସ୍କଙ୍କ ନଜର ଆମାଜନ (୨.୬ ଟ୍ରିଲିୟନ୍ ଡଲାର) ଉପରେ । ସ୍ପେସ୍ଏକ୍ସ ଆଇପିଓର ୨୦ ପ୍ରତିଶତ ଅଂଶ କ୍ଷୁଦ୍ର ନିବେଶକଙ୍କୁ ମିଳିଛି । ଏତିକି ନୁହେଁ ସ୍ପେସଏକ୍ସର ବର୍ତ୍ତମାନ ୪ ହଜାର କର୍ମଚାରୀ ଓ ପୂର୍ବତନ କର୍ମଚାରୀ ଗୋଟିଏ ଝଟ୍କାରେ କୋଟିପତି ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories