Petrol Pump Rules Change / ଆଉ ମନଇଚ୍ଛା କିଣି ପାରିବେନି ପେଟ୍ରୋଲ୍-ଡିଜେଲ୍; ଧାର୍ଯ୍ୟ ହେଲା ସୀମା
·1 hour ago·2 min read

Key Points
ଇଣ୍ଡଷ୍ଟ୍ରିଆଲ୍, କମର୍ସିଆଲ୍ ଓ ଇନଷ୍ଟିଚ୍ୟୁସନାଲ୍ ବ୍ୟବହାରକାରୀ ପେଟ୍ରୋଲ୍ ପମ୍ପରୁ ପେଟ୍ରୋଲ୍ ଓ ଡିଜେଲ୍ କିଣି ପାରିବେ ନାହିଁ । ଆବଶ୍ୟକ ତୈଳ ବଲ୍କ (Bulk) ସେଲ୍ ପଏଣ୍ଟରୁ କିଣିବାକୁ କହିଛନ୍ତି ସରକାର ।
ନୂଆଦିଲ୍ଲୀ: ଇରାନ-ଆମେରିକା ମଧ୍ୟରେ ଜାରି ରହିଥିବା ତିକ୍ତତା ପାଇଁ ବିଶ୍ଵ ତୈଳ ବାଣିଜ୍ୟର ପ୍ରମୁଖ ପଥ ହର୍ମୁଜ୍ ପ୍ରଣାଳୀ ଦୀର୍ଘ ଦିନରୁ ବନ୍ଦ ରହିଛି । ଯେଉଁଥିପାଇଁ ବିଶ୍ଵବ୍ୟାପୀ ଅଶୋଧିତ ତୈଳ ଆମଦାନୀ ପ୍ରଭାବିତ ହୋଇଛି । ପଶ୍ଚିମ ଏସିଆରେ ଜାରି ରହିଥିବା ଉତ୍ତେଜନା କେବେ ଥମିବ, ତାହା କହିବା ମୁସ୍କିଲ୍ ?
ଏହାରି ଭିତରେ ସରକାର ପେଟ୍ରୋଲ୍-ଡିଜେଲ୍ର ଅଭାବ ଦୂର କରିବାକୁ ପ୍ରଚେଷ୍ଟା କରି ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏବେ ସରକାର ପେଟ୍ରୋଲ୍ ପମ୍ପରୁ ଅଧିକ ମାତ୍ରାରେ ଇଣ୍ଡଷ୍ଟ୍ରିଆଲ୍ ପେଟ୍ରୋଲ୍-ଡିଜେଲ୍ କ୍ରୟ ଉପରେ ପ୍ରତିବନ୍ଧକ ଲାଗୁ କରିଛନ୍ତି ।
ଏଥିସହ ପଢ଼ନ୍ତୁ: 'ଏକାସାଙ୍ଗରେ ମିଳିବ ୩ମାସର ଭତ୍ତା'; ୨ ବର୍ଷ ପୂର୍ତ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା
୯୦ ଦିନ ପର୍ଯ୍ୟନ୍ତ ପ୍ରତିବନ୍ଧକ
ସରକାରୀ ନିର୍ଦ୍ଦେଶନାମା ଅନୁସାରେ- ଇଣ୍ଡଷ୍ଟ୍ରିଆଲ୍, କମର୍ସିଆଲ୍ ଓ ଇନଷ୍ଟିଚ୍ୟୁସନାଲ୍ ବ୍ୟବହାରକାରୀ ପେଟ୍ରୋଲ୍ ପମ୍ପରୁ ପେଟ୍ରୋଲ୍ ଓ ଡିଜେଲ୍ କିଣି ପାରିବେ ନାହିଁ । ସେମାନେ ସେମାନଙ୍କ ଆବଶ୍ୟକତା ଅନୁସାରେ, ଆବଶ୍ୟକ ତୈଳ ବଲ୍କ (Bulk) ସେଲ୍ ପଏଣ୍ଟରୁ କିଣିବାକୁ କହିଛନ୍ତି ସରକାର ।
ନିର୍ଦ୍ଦେଶନାମା ଅନୁସାରେ, ଏହି ପ୍ରତିବିନ୍ଧକ ଆଗାମୀ ୯୦ ଦିନ ପର୍ଯ୍ୟନ୍ତ ଲାଗୁ ରହିବ । ଦେଶର ବିଭିନ୍ନ ଅଞ୍ଚଳରେ ଡିଜେଲ୍ ଓ ପେଟ୍ରୋଲ୍ର ହଠାତ୍ ଚାହିଦା ବୃଦ୍ଧି ଦେଖି ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ।
ଦରରେ ପାର୍ଥକ୍ୟ ଯୋଗୁଁ ବଲ୍କ ବ୍ୟବହାରକାରୀ ପେଟ୍ରୋଲ୍ ପମ୍ପରୁ ବିପୁଳ ପରିମାଣରୁ ପେଟ୍ରୋଲ୍-ଡିଜେଲ୍ କିଣୁଥିଲେ । ଏବେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ପେଟ୍ରୋଲ୍ ପମ୍ପରେ ଡିଜେଲ୍ ଲିଟର ୯୫ ଟଙ୍କା ୨୦ ପଇସା ରହିଛି । ଯେତେବେଳେ କି ବଲ୍କ ସେଲ୍ରେ ଡିଜେଲ ଲିଟର ପିଛା ୧୩୪ ଟଙ୍କା ୫୦ ପଇସାରେ ବିକ୍ରି ହେଉଛି ।
ସରକାରୀ ନୋଟିସ୍ରେ କୁହାଯାଇଛି- ଏବେର ସ୍ଥିତିରେ ଦେଶର କିଛି ଅଞ୍ଚଳର ରିଟେଲ୍ ଆଉଟଲେଟ୍ସ (ପେଟ୍ରୋଲ୍ ପମ୍ପ)ରେ ପେଟ୍ରୋଲ୍ ଓ ଡିଜେଲ୍ ବିକ୍ରିରେ ଅସାମାନ୍ୟ ବୃଦ୍ଧି ଦେଖା ଦେଇଛି । ଯାହାର କାରଣ ଇଣ୍ଡଷ୍ଟ୍ରିଆଲ୍, କମର୍ସିଆଲ୍ ଓ ଇନଷ୍ଟିଚ୍ୟୁସନାଲ୍ ଗ୍ରାହକ ବଲ୍କ ସେଲ୍ ଦର ଅଧିକ ଥିବାରୁ ପେଟ୍ରୋଲ୍ ପମ୍ପରୁ ତୈଳ କିଣିବା ।
ଏଥିସହ ପଢ଼ନ୍ତୁ: ଟଙ୍କାଟିଏ ବି ନ ଦେଇ ମିଳିବ ୭ ଲକ୍ଷର ବୀମା, ଜାଣନ୍ତୁ କେମିତି ମିଳିବ ଲାଭ ?
ନୂଆ ଆଦେଶ ଅନୁସାରେ, ଇଣ୍ଡଷ୍ଟ୍ରିଆଲ୍, କମର୍ସିଆଲ୍ ଓ ଇନଷ୍ଟିଚ୍ୟୁସନାଲ୍ ଗ୍ରାହକ ମନ ଇଚ୍ଛା ଯେ କୌଣସି ସ୍ଥାନରୁ ପେଟ୍ରୋଲ୍-ଡିଜେଲ୍ କିଣି ପାରିବେ ନାହିଁ । ସେମାନଙ୍କ ପାଇଁ ନିର୍ଦ୍ଧାରଣ କରାଯାଇଥିବା ପମ୍ପରୁ ସେମାନଙ୍କୁ ତୈଳ ସପ୍ଲାଏ ମିଳିବ ।
ସେହିଭଳି ପେଟ୍ରୋଲ୍ ପମ୍ପରେ ଡିଜେଲ୍ ବିକ୍ରି ସୀମା ନିର୍ଦ୍ଧାରଣ କରାଯାଇଛି । ଗ୍ରାହକଙ୍କ ଡିଜେଲ୍ ଗାଡ଼ିରେ ସର୍ବାଧିକ ୨୦୦ ପର୍ଯ୍ୟନ୍ତ ପେଟ୍ରୋଲ୍ ଭର୍ତ୍ତି କରିବା ଲାଗି ସୀମା ଧାର୍ଯ୍ୟ କରାଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories