EPF Money / ୩୧ ଲକ୍ଷ EPF ଆକାଉଣ୍ଟରେ ପଡ଼ିଛି ୯, ୩୦୦ କୋଟି; ନାହାନ୍ତି ଦାବିଦାର
·1 hour ago·2 min read

Key Points
RTI ଆବେଦନରୁ ଆସିଛି ଚକିତ କଲା ଭଳି ତଥ୍ୟ । ଏବେ ଦେଶର ୩୦ ଲକ୍ଷ ୯୧ ହଜାର ଅଚଳ EPF ଆକାଉଣ୍ଟରେ ୯ ହଜାର ୩୩୦ କୋଟି ପଡ଼ି ରହିଥିବା ଜଣାପଡ଼ିଛି ।
ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଲାଗି ରହିଛି EPF । ଯେଉଁଥିରେ ଘରୋଇ କ୍ଷେତ୍ରର କର୍ମଚାରୀ ନିଜ ବେତନରୁ କିଛି ଟଙ୍କା ଓ କମ୍ପାନୀ କିଛି ଟଙ୍କା ପ୍ରତିମାସରେ ଦେଇଥାନ୍ତି । ଚାକିରିରୁ ଅବସର ସମୟରେ ଏହି ଟଙ୍କା କାମରେ ଆସିଥାଏ ।
ଯୁଗ ଓ ସମୟ ସହ ତାଳ ଦେଇ EPFରେ ଅନେକ ପରିବର୍ତ୍ତନ ଆସିଛି । କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (EPF) ୨୦୨୬ ଆରମ୍ଭ କରିଛନ୍ତି କେନ୍ଦ୍ର ସରକାର । ଏହି ସମୟରେ RTI ଆବେଦନରୁ ଆସିଛି ଚକିତ କଲା ଭଳି ତଥ୍ୟ । ଏବେ ଦେଶର ୩୦ ଲକ୍ଷ ୯୧ ହଜାର ଅଚଳ EPF ଆକାଉଣ୍ଟରେ ୯ ହଜାର ୩୩୦ କୋଟି ପଡ଼ି ରହିଥିବା ଜଣାପଡ଼ିଛି ।
ଏଥିସହ ପଢ଼ନ୍ତୁ: ଛୋଟ ଗ୍ୟାସ ସିଲିଣ୍ଡରର କ୍ରେଜ୍ ସରିଗଲାଣି କି ? ଆପୁ, ଛୋଟୁର ଚାହିଦା ୮୦% ହ୍ରାସ
EPF ସ୍କିମ୍ ୧୯୫୨ ସ୍ଥାନରେ ଜୁନ୍ ୨୯ ତାରିଖରେ EPF ସ୍କିମ୍ ୨୦୨୬ ଲାଗୁ ହୋଇଛି । ନୂଆ ବ୍ୟବସ୍ଥାରେ PF ନିୟମାବଳୀକୁ ଆହୁରି ସରଳ କରାଯିବା ସହ ଏବେ ସକ୍ରିୟ ଥିବା ୮ ଲକ୍ଷ EPF ଧାରକଙ୍କ ଲାଗି ଡିଜିଟାଲ୍ ଉପଯୋଗୀ କରାଯାଇଛି ।
ଏହି ସମୟରେ ତଥ୍ୟ ଆସିଛି ଯେ, ଏବେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂସ୍ଥା (EPFO) ପାଖରେ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ୩୦ ଲକ୍ଷ ୯୧ ହଜାର ୮୬୨ଟି ଅଚଳ EPF ଆକାଉଣ୍ଟ ରହିଛି । ଯେଉଁଥିରେ ପ୍ରାୟ ୯ ହଜାର ୩୩୦ କୋଟି ଟଙ୍କା ରହିଥିବା RTI ତଥ୍ୟରୁ ଜଣାପଡ଼ିଛି ।
କମିଛି ଅଚଳ ଆକାଉଣ୍ଟ
RTIରୁ ମିଳିଥିବା ସୂଚନା ଅନୁସାରେ, ଗତ ଆର୍ଥିକ ବର୍ଷ ଅପେକ୍ଷା ଅଚଳ ଆକାଉଣ୍ଟ ସ୍ଥିତିରେ ସୁଧାର ଆସିଛି । ୨୦୨୫ ମାର୍ଚ୍ଚ ୩୧ ସୁଦ୍ଧା ୩୧ ଲକ୍ଷ ୮୩ ଲକ୍ଷ ଅଚଳ EPF ଆକାଉଣ୍ଟ ରହିଥିଲା । ତାହା ଏବେ ପ୍ରାୟ ୯୨ ହଜାର ହ୍ରାସ ପାଇଛି । ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ୩୦ ଲକ୍ଷ ୯୧ ହଜାର ଅଚଳ EPF ଆକାଉଣ୍ଟ ରହିଛି ।
ଏଥିସହ ପୂର୍ବରୁ ୧୦ ହଜାର ୧୮୧ କୋଟି ଟଙ୍କା ଅଚଳ ଆକାଉଣ୍ଟରେ ଥିବାବେଳେ ତାହା ଏବେ ୮୫୧ କୋଟି ହ୍ରାସ ପାଇବା ପରେ ୯ ହଜାର ୩୩୦ କୋଟିରେ ପହଞ୍ଚିଛି । ତଥାପି ଅବସର ପରେ ପାଖାପାଖି ୩୧ ଲକ୍ଷ ଆକାଉଣ୍ଟଧାରୀ ସେମାନଙ୍କ ଅବସରକାଳୀ ଜମା ରାଶି ପାଇଁ ଦାବି କରିନାହାନ୍ତି ।
୯, ୩୩୦ କୋଟିରେ କ'ଣ ହୋଇପାରିବ ?
ଅଚଳ EPF ଖାତାରେ ରହିଛି ୯ ହଜାର ୩୩୦ କୋଟି । ତଥ୍ୟ ଅନୁସାରେ, ୨୦୧୪ରେ ସରକାର ଗୋଟିଏ IIT ପ୍ରତିଷ୍ଠା ପାଇଁ ୧୭୫୦ କୋଟି ଦରକାର ବୋଲି ଆକଳନ କରିଥିଲେ । ଏବେ ସବୁକିଛି ମହଙ୍ଗା ହୋଇଥିବା ବେଳେ ୨୦୨୬ରେ ଗୋଟିଏ IIT ପ୍ରତିଷ୍ଠ ପାଇଁ ଆବଶ୍ୟକ ୨, ୯୩୪ କୋଟି ।
ଏଥିସହ ପଢ଼ନ୍ତୁ: ଋଣ ନେବା ବେଳେ କେଉଁ କଥାକୁ ଧ୍ୟାନ ଦେବା ଜରୁରୀ ?
ତେଣୁ ସେହି ଅନୁସାରେ, ଅଚଳ EPF ଖାତାର ଅର୍ଥକୁ ଧରାଗଲେ ସେହି ପାଣ୍ଠିରେ ଦେଶରେ ୩ଟି IIT ନିର୍ମାଣ କରାଯାଇ ପାରିବ । ତଥାପି ୫୦୦ କୋଟି ଟଙ୍କା ବଳକା ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories