Loan Tips / ଋଣ ନେବା ବେଳେ କେଉଁ କଥାକୁ ଧ୍ୟାନ ଦେବା ଜରୁରୀ ?
·2 hours ago·3 min read

Key Points
ଲୋନ ନେବା ଆଜିର ସମୟରେ ବହୁତ ସହଜ ହୋଇଗଲାଣି । କିନ୍ତୁ ଆପଣଙ୍କ ପାଇଁ ସଠିକ୍ ଲୋନ୍ ବାଛିବା ସେତେଟା ସହଜ ନୁହେଁ । ଆସନ୍ତୁ ଜାଣିବା ଲୋନ୍ ନେବା ପୂର୍ବରୁ କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ବଞ୍ଚିଯିବ ଟଙ୍କା ।
ନୂଆଦିଲ୍ଲୀ: ଦୈନନ୍ଦିନ ଖର୍ଚ୍ଚ, ଜୀବନ ଶୈଳୀ ସହ ତାଳ ଦେଇ ଚାଲିବାକୁ ଅନେକ ସମୟରେ ଆମେ ଋଣ କରୁ । କେବେ EMIରେ କୌଣସି ସାମଗ୍ରୀ କିଣିଥାଉ ତ ଆଉ କେବେ ଆବଶ୍ୟକତା ପାଇଁ ଲକ୍ଷାଧିକ ଟଙ୍କା ଋଣ କରିଥାଉ । ତେବେ ଋଣ ନେବା ବେଳେ ଆପଣଙ୍କ ଗୋଟିଏ ତରବାରିଆ ନିଷ୍ପତ୍ତି, ଆପଣଙ୍କୁ ବଡ଼ କ୍ଷତିରେ ପକାଇପାରେ ।
ଯେଉଁଥିପାଇଁ ପରେ ହୁଏତ ଆପଣଙ୍କୁ ହଜାର ହଜାର ହଜାର ଟଙ୍କା ଅଧିକ ଦେବାକୁ ପଡ଼ିପାରେ । ଆପଣ କେବେ ପର୍ସନାଲ ଲୋନ୍ ନେଇଛନ୍ତି କି ? କିମ୍ବା ଆଗକୁ ନେବାକୁ ଭାବୁଛନ୍ତି ? ତାହାଲେ ଆସନ୍ତୁ ଜାଣିବା କେଉଁ ଉପାୟକୁ ଅନୁସରଣ କଲେ ଆପଣ ଅସୁବିଧାରେ ପଡ଼ିବେ ନାହିଁ ।
ଏଥିସହ ପଢ଼ନ୍ତୁ: LPG ଠାରୁ ଆଧାର ପର୍ଯ୍ୟନ୍ତ; ଜୁଲାଇ ପହିଲାରୁ ବଦଳିବ ନିୟମ, ଲୋକଙ୍କ ପକେଟ୍ ପ୍ରଭାବିତ ହେବ
ଲୋନ ନେବା ଆଜିର ସମୟରେ ବହୁତ ସହଜ ହୋଇଗଲାଣି । କିନ୍ତୁ ଆପଣଙ୍କ ପାଇଁ ସଠିକ୍ ଲୋନ୍ ବାଛିବା ସେତେଟା ସହଜ ନୁହେଁ । ଆଜିକାଲି ବ୍ୟାଙ୍କ ଏବଂ ଫିନଟେକ୍ କମ୍ପାନୀ କହୁଛନ୍ତି, କେବଳ କିଛି ମିନିଟ୍ରେ ଲୋନ୍ ମିଳିଯିବ । କିନ୍ତୁ ମନେ ରଖନ୍ତୁ, ଶୀଘ୍ର ମିଳୁଥିବା ପ୍ରତ୍ୟେକ ଲୋନ୍ ଆପଣଙ୍କ ପାଇଁ ଠିକ୍ ଋଣ ହୋଇ ନପାରେ ।
ପ୍ରଥମେ ନିଜକୁ ଗୋଟିଏ ପ୍ରଶ୍ନ ପଚାରନ୍ତୁ
ପ୍ରକୃତରେ ଆପଣଙ୍କୁ କେତେ ଟଙ୍କା ଦରକାର ? ଧରନ୍ତୁ ଆପଣଙ୍କ ଦରକାର ଅଛି ୧ ଲକ୍ଷ ଟଙ୍କା । କିନ୍ତୁ ବ୍ୟାଙ୍କ କହିଲା, ଆପଣଙ୍କୁ ୩ ଲକ୍ଷ ଋଣ ମିଳିପାରିବ । ଏଠି ଅଧିକାଂଶ ଲୋକ ଭୁଲ୍ କରିବସନ୍ତି । ଭାବନ୍ତି, ଅଧିକ ଟଙ୍କା ମିଳୁଛି ତ ନେଇଯିବା । କିନ୍ତୁ ଏହି ଅଧିକ ୨ ଲକ୍ଷ ଟଙ୍କା ଉପରେ ମଧ୍ୟ ବର୍ଷ ବର୍ଷ ଧରି ଆପଣଙ୍କୁ ସୁଧ ଦେବାକୁ ପଡ଼ିବ । ଅର୍ଥାତ ଆଜି ଲୋଭରେ ନେଇଥିବା ଟଙ୍କା, କାଲି ଆପଣଙ୍କ ପକେଟ ଖାଲି କରିଦେଇପାରେ ।
ସୁଧ କରିଦେବ କାଙ୍ଗାଳ
ଏବେ ଆସନ୍ତୁ ସୁଧ ହାର କଥାକୁ । ଅନେକ ଲୋକ ଭାବନ୍ତି, ୧ ପ୍ରତିଶତ ସୁଧ ଅଧିକ ହେଲେ କ'ଣ ହେବ ? କିନ୍ତୁ ଏଠି ହିଁ ସବୁଠାରୁ ବଡ଼ ସମସ୍ୟା ଲୁଚିଥାଏ । ବର୍ତ୍ତମାନର କେତେକ ବ୍ୟାଙ୍କ ପ୍ରାୟ ୮.୯୫ ପ୍ରତିଶତ ସୁଧହାରରେ ଲୋନ୍ ଦେଉଛନ୍ତି । ଆଉ କେତେକ ୯.୯୯ ପ୍ରତିଶତ କିମ୍ବା ତା'ଠାରୁ ଅଧିକ ସୁଧ ନେଉଛନ୍ତି । ଏହା ଶୁଣିବାକୁ ତଫାତ କମ ଲାଗିପାରେ । କିନ୍ତୁ ୫ ବର୍ଷର ଲୋନରେ ଏହି ୧ ପ୍ରତିଶତ ତଫାତ ଆପଣଙ୍କୁ ହଜାର ହଜାର ଟଙ୍କା ଅଧିକ ସୁଧ ଦେବାକୁ ବାଧ୍ୟ କରିପାରେ । ସେଥିପାଇଁ ଗୋଟିଏ ବ୍ୟାଙ୍କ ସହ କଥା ନହୋଇ, ଅତିକମରେ ତିନିରୁ ଚାରୋଟି ବ୍ୟାଙ୍କର ସୁଧ ହାର ତୁଳନା କରନ୍ତୁ ।
EMI କମ୍, ଶସ୍ତା ଲୋନ୍ ନୁହେଁ
ଆମେ ସମସ୍ତେ କମ୍ EMI ଦେଖି ଖୁସି ହୋଇଯାଉ । କିନ୍ତୁ ମନେ ରଖନ୍ତୁ, ସବୁବେଳେ ଶସ୍ତା ଲୋନର ଅର୍ଥ କମ୍ EMI ନୁହେଁ । କମ୍ EMI ମାନେ ଲମ୍ବା ଅବଧି । ଆଉ ଲମ୍ବା ଅବଧି ମାନେ ଅଧିକ ବର୍ଷ ସୁଧ ଦେବା । ଫଳରେ ଆପଣଙ୍କ ମୋଟ ଖର୍ଚ୍ଚ ବହୁତ ବଢ଼ିଯାଏ । ତେଣୁ କେବଳ EMI ନୁହେଁ, ମୋଟ କେତେ ସୁଧ ଦେବେ, ସେହି ହିସାବ ମଧ୍ୟ କରନ୍ତୁ ।
ଆଗୁଆ ଋଣ ପରିଶୋଧ କଲେ ଅଧିକ ଚାର୍ଜ
ଆଉ ଗୋଟିଏ ଜରୁରୀ କଥା । ଧରନ୍ତୁ ଆଗକୁ ଆପଣଙ୍କୁ କିଛି ଅତିରିକ୍ତ ଟଙ୍କା ମିଳିଲା । ଆପଣ ଚାହୁଁଛନ୍ତି ଲୋନ୍ EMI ଶୀଘ୍ର ଶେଷ କରିଦେବାକୁ । କିନ୍ତୁ ବ୍ୟାଙ୍କ କହିଲା, ଆଗରୁ ଲୋନ ସୁଝିଲେ ମଧ୍ୟ ପେନାଲ୍ଟି ଦେବାକୁ ପଡ଼ିବ । ସେଥିପାଇଁ ଲୋନ୍ ନେବା ପୂର୍ବରୁ ପଚାରନ୍ତୁ । ପ୍ରି-ପେମେଣ୍ଟ ଅଛି କି ? ପାର୍ଟ ପେମେଣ୍ଟ କରିପାରିବେ କି ? ଏବଂ ସେଥିପାଇଁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡ଼ିବ କି ?
ଲୋଭରେ ପଡ଼ନ୍ତୁ ନାହିଁ
ଶେଷରେ ଆସୁଛି ସବୁଠାରୁ ବଡ଼ ସମସ୍ୟା, ହିଡେନ ଚାର୍ଜ । ଅନେକ ସମୟରେ କମ୍ ସୁଧ ଦେଖାଇ ଗ୍ରାହକଙ୍କୁ ଆକର୍ଷିତ କରାଯାଏ । କିନ୍ତୁ ପରେ ପ୍ରୋସେସିଂ ଫି, ଡକ୍ୟୁମେଣ୍ଟ ଚାର୍ଜ ଏବଂ ବିଳମ୍ବରେ ପେମେଣ୍ଟ ପାଇଁ ଅତିରିକ୍ତ ପେନାଲ୍ଟି ଦେବାକୁ ପଡ଼େ । ତାପରେ ମନେ ହୁଏ ଯେଉଁ ଲୋନ ଶସ୍ତା ଲାଗୁଥିଲା, ସେହି ଲୋନଟି ହିଁ ସବୁଠାରୁ ମହଙ୍ଗା ପଡ଼ିଗଲା ।
ଏଥିସହ ପଢ଼ନ୍ତୁ: ଆଉ ରହିବନି 'ସୁନା' ଚିନ୍ତା; ମିଳିଲା ୫୦ ଟନ୍ର ସୁନା ଭଣ୍ଡାର
ତେଣୁ ଲୋନ ନେବା ପୂର୍ବରୁ ପାଞ୍ଚଟି କଥା କେବେ ଭୁଲନ୍ତୁ ନାହିଁ । ଯେତିକି ଆବଶ୍ୟକ ସେତିକି ଟଙ୍କା ନିଅନ୍ତୁ । ବିଭିନ୍ନ ବ୍ୟାଙ୍କର ସୁଧହାର ତୁଳନା କରନ୍ତୁ । କେବଳ EMI ନୁହେଁ, ମୋଟ ସୁଧ ହିସାବ କରନ୍ତୁ । ପ୍ରି-ପେମେଣ୍ଟ ସୁବିଧା ଯାଞ୍ଚ କରନ୍ତୁ ଏବଂ ସମସ୍ତ ଲୁଚିଥିବା ଚାର୍ଜ ବିଷୟରେ ପଚାରନ୍ତୁ । ଲୋନ ନେବା ଠିକ, କିନ୍ତୁ ନବୁଝି ଲୋନ ନେବା ଆପଣଙ୍କୁ ବଡ଼ କ୍ଷତିରେ ପକାଇପାରେ । କିନ୍ତୁ ଆପଣ ସଚେତନ ହୋଇ ବୁଝିସୁଝି ନେଇଥିବା ନିଷ୍ପତ୍ତି, ଆସନ୍ତା କିଛି ବର୍ଷରେ ଆପଣଙ୍କ ହଜାର ହଜାର ଟଙ୍କା ବଞ୍ଚାଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories