Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

NHAI Update / ଏପ୍ରିଲ ୧ରୁ ମହଙ୍ଗା ହେବ FasTag: କେତେ ଟଙ୍କା ଦେବାକୁ ପଡିବ ଜାଣନ୍ତୁ...

Rashmita Mishra
Browse all articles by Rashmita Mishra
·3 months ago·2 min read
ଏପ୍ରିଲ ୧ରୁ ମହଙ୍ଗା ହେବ FasTag: କେତେ ଟଙ୍କା ଦେବାକୁ ପଡିବ ଜାଣନ୍ତୁ...
FASTag

Key Points

ଏପ୍ରିଲରୁ ୧ରୁ ଟୋଲ୍ ପାସ୍ ମହଙ୍ଗା
କେତେ ଟଙ୍କା ଦେବାକୁ ପଡିବ ଜାଣନ୍ତୁ...

ଜାତୀୟ ରାଜପଥ ପାଇଁ ଭାରତୀୟ ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ(ଏନଏଚଏଆଇ) FasTag ବାର୍ଷିକ ପାସ୍ ଆରମ୍ଭ କରିଥିଲା । ଏହାକୁ ୬ ମାସ ଭିତରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଆକ୍ଟିଭ କରିଛନ୍ତି । ଏହି ସମୟରେ ୨୬.୫୫ କୋଟିରୁ ଅଧିକ ନେଣଦେଣ ହୋଇଥିବା ପ୍ରାଧୀକରଣ ପକ୍ଷରୁ କୁହାଯାଇଥିଲା । ତେବେ ଗାଡିଚାଳକଙ୍କୁ ଏବେ ବାର୍ଷିକ ପାସ୍ ପାଇଁ ଅଧିକ ଟଙ୍କା ଗଣିବାକୁ ପଡିବ ।

ଏନଏଚଆଇ କହିଥିଲା ଯେ, ବାର୍ଷିକ ପାସକୁ ଗାଡିଚାଳକ ପସନ୍ଦ କରୁଛନ୍ତି । ଫଳରେ ୟଜର୍ସଙ୍କ ସଂଖ୍ୟା ବଢିବାରେ ଲାଗିଥିଲା । ହେଲେ ଏବେ ସେମାନଙ୍କ ପକେଟ୍ ଉପରେ ବୋଝ ପଡିବାକୁ ଯାଉଛି । ଏନଏଚଆଇ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଏହି ପାସର ମୂଲ୍ୟ ବଢାଇ ୩ ହଜାର ୭୫ ଟଙ୍କା କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ୨୦୨୬ ଏପ୍ରିଲ ୧ରୁ ଲାଗୁ ହେବ । ବର୍ତ୍ତମାନ ଏହି ପାସର ମୂଲ୍ୟ ୩ ହଜାର ଟଙ୍କା ରହିଛି ।

ଏଥିସହ ପଢ଼ନ୍ତୁ: ଏପ୍ରିଲ ୧ରୁ ବଡ଼ ପରିବର୍ତ୍ତନ: ଟୋଲ୍ ପ୍ଲାଜାରେ ଆଉ ନେବେନି ଟଙ୍କା, ଜାଣନ୍ତୁ କିପରି କିରିବେ ପେମେଣ୍ଟ

ଟୋଲ୍ ଟ୍ୟାକ୍ସ ନିୟମ ରାଷ୍ଟ୍ରୀୟ ରାଜମାର୍ଗ ଉପରେ ଟୋଲ୍ ଶୁଳ୍କ ନିୟନ୍ତ୍ରିତ କରିଥାଏ । FasTag ବାର୍ଷିକ ପାସ୍ ଅଣ କମର୍ସିଆଲ ବାହନ ପାଇଁ ଉଦ୍ଦିଷ୍ଟ । ଏହାର ବ୍ୟବହାର ଭାରତର ଜାତୀୟ ରାଜପଥ ଏବଂ ଏକ୍ସପ୍ରେସୱେରେ ପ୍ରାୟ ୧୧୫୦ ଟୋଲ୍ ପ୍ଲାଜାରେ ବ୍ୟବହାର କରାଯାଉଛି । ଗାଡିରେ ଏକ ଭାଲିଡ ଫାଷ୍ଟ୍ୟାଗ ଲାଗିବା ଜରୁରୀ । ସରକାରୀ ତଥ୍ୟ ଅନୁସାରେ, ୫୬ ଲକ୍ଷରୁ ଅଧିକ ଗାଡି ଚାଳକ ହିଁ ବାର୍ଷିକ ପାସ୍ ପାଇଁ ପଞ୍ଜିକରଣ କରି ସାରିଛନ୍ତି । ଏହି ପଦକ୍ଷେପ ଦ୍ୱାରା ଆଗାମୀ ଦିନରେ ଟୋଲ୍ ଟ୍ୟାକ୍ସ ବୃଦ୍ଧି ପାଇବାର ସମ୍ଭାବନା ରହିଛି।
୨୦୨୭ ଆର୍ଥିକ ବର୍ଷ ସୁଦ୍ଧା ଘରୋଇ କ୍ଷେତ୍ର ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ହାଇୱେ ନିର୍ମାଣରେ ଘରୋଇ ନିବେଶ ମାତ୍ର କିଛି ପ୍ରତିଶତ ରହିଥିବା ବେଳେ, ଆସନ୍ତା ବର୍ଷ ସୁଦ୍ଧା ଏହାକୁ ୨୫% କୁ ବୃଦ୍ଧି କରିବାକୁ ମୋଦି ସରକାର ଲକ୍ଷ୍ୟ ରଖିଛନ୍ତି।

ପୂର୍ବରୁ ପ୍ରଚଳିତ Build-Operate-Transfer (BOT-Toll) ମଡେଲକୁ ପୁଣିଥରେ ସକ୍ରିୟ କରାଯାଉଛି। ଯେଉଁଠାରେ ନିବେଶକାରୀମାନେ ଟୋଲ୍ ସଂଗ୍ରହ ମାଧ୍ୟମରେ ନିଜର ଖର୍ଚ୍ଚ ଭରଣା କରିପାରିବେ।

ପୂର୍ବରୁ ବ୍ୟୁରୋକ୍ରାଟିକ୍ ବିଳମ୍ବ ଏବଂ ରାଜସ୍ୱ ହାନି ଭୟରେ ପୁଞ୍ଜିନିବେଶକାରୀମାନେ ପଛଘୁଞ୍ଚା ଦେଉଥିଲେ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବଜେଟରେ ‘ଭିତ୍ତିଭୂମି ବିପଦ ଗ୍ୟାରେଣ୍ଟି ପାଣ୍ଠି’ ଗଠନ କରିବାକୁ ଘୋଷଣା କରିଛନ୍ତି। ଏହା ନିବେଶକାରୀଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବଢ଼ାଇବ।

ଏଥିସହ ପଢ଼ନ୍ତୁ:  ସୁନ୍ଦର ପଦକ୍ଷେପ ! ଏଣିକି ଯାତ୍ରୀଙ୍କୁ ମିଳିବ ଉପହାର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
FASTag | FASTag Price Hike from April 1: New Annual Pass Cost Revealed | Argus News