Videos
|
National

NHAI / ସୁନ୍ଦର ପଦକ୍ଷେପ ! ଏଣିକି ଯାତ୍ରୀଙ୍କୁ ମିଳିବ ଉପହାର...

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
ସୁନ୍ଦର ପଦକ୍ଷେପ ! ଏଣିକି ଯାତ୍ରୀଙ୍କୁ ମିଳିବ ଉପହାର...

Key Points

ଏହି ଯୋଜନା ଅଧିନରେ ଗୋଟିଏ ଗାଡ଼ିକୁ କେବଳ ଥରେ ହିଁ ଏହି ଉପହାର ମିଳିପାରିବ ।

ଏକାଧିକ ଥର ସେ ଅଭିଯୋଗ ଦାଖଲ କରିଥିଲେ ବି କେବଳ ଥରେ ହିଁ ୧୦୦୦ ଟଙ୍କା ରିଚାର୍ଜ ମିଳିବ ।

ସ୍ୱଚ୍ଛ ଭାରତ ଅଭିଯାନକୁ ଗୁରୁତ୍ୱ ଦେଇ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏକ ନୂଆ ପଦକ୍ଷେପ ଆରମ୍ଭ କରିଛି। ଯଦି ଆପଣ କୌଣସି ଟୋଲ୍ ପ୍ଲାଜାରେ ଅପରିଷ୍କାର ଶୌଚାଳୟ ଦେଖନ୍ତି ଏବଂ NHAIକୁ ରିପୋର୍ଟ କରନ୍ତି, ତେବେ ଆପଣଙ୍କୁ FASTag ରିଚାର୍ଜ ଆକାରରେ ₹1,000 ପୁରସ୍କାର ମିଳିବ। ଏହି ଯୋଜନା ୩୧ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ସାରା ଦେଶର ଜାତୀୟ ରାଜପଥରେ ଲାଗୁ ହେବ।

ଏହି ଯୋଜନା ଅଧୀନରେ, ରାଜପଥ ଯାତ୍ରୀମାନେ 'Rajmargyatra' ଆପ୍‌ର ନୂତନ ସଂସ୍କରଣ ବ୍ୟବହାର କରିବାକୁ ହେବ । ଆଉ ଏହି ଆପ ଜରିଆରେ ସେମାନଙ୍କୁ ଅପରିଷ୍କାର ଶୌଚାଳୟର ଜିଓ-ଟ୍ୟାଗ୍ ଫଟୋ ଏବଂ ସମୟ ଅପଲୋଡ୍ କରିବାକୁ ପଡ଼ିବ। ଏହାସହ ସେମାନଙ୍କୁ ନିଜର ନାଁ, ସ୍ଥାନ, ଗାଡ଼ି ନମ୍ବର (VRN) ଏବଂ ମୋବାଇଲ୍ ନମ୍ବର ମଧ୍ୟ ଦେବାକୁ ପଡ଼ିବ। ଯାଞ୍ଚ ପରେ ଯଦି ସେହି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ଉକ୍ତ ଗାଡ଼ି ନମ୍ବରରେ ₹1,000 FASTag ରିଚାର୍ଜ ପ୍ରଦାନ କରାଯିବ।


ଏହାସହ ପଢ଼ନ୍ତୁ:- IRCTC ଦୁର୍ନୀତି ମାମଲାରେ ଲାଲୁ ଯାଦବଙ୍କ ପୁରୀ ଲିଙ୍କ !


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହି ଯୋଜନା ଅଧିନରେ ଗୋଟିଏ ଗାଡ଼ିକୁ କେବଳ ଥରେ ହିଁ ଏହି ଉପହାର ମିଳିପାରିବ । ଅର୍ଥାତ ଏକାଧିକ ଥର ସେ ଅଭିଯୋଗ ଦାଖଲ କରିଥିଲେ ବି କେବଳ ଥରେ ହିଁ ୧୦୦୦ ଟଙ୍କା ରିଚାର୍ଜ ମିଳିବ । ଠିକ୍ ସେହିଭଳି ଗୋଟିଏ ଅପରିଷ୍କାର ସୌଚାଳୟର ଫଟୋ ଅନେକ ଲୋକ ଦେଇଥିଲେ ବି ସେଥିମଧ୍ୟରୁ କେବଳ ଜଣଙ୍କୁ ହିଁ ଏହି ପୁରସ୍କାର ରାଶି ମିଳିବ । ଯିଏ ପ୍ରଥମେ ଓ ସଠିକ୍‌ ଫଟୋ ପଠାଇଥିବ । ଆଉ ଠିକ୍‌ ସେହିଭଳି ଗୋଟିଏ ସୌଚାଳୟ ପାଇଁ ଥରେ ହିଁ ଉପହାର ଦିଆଯିବ ।

NHAI କହିଛି ଯେ ଆପ୍ ମାଧ୍ୟମରେ ନିଆଯାଇଥିବା କେବଳ ସ୍ପଷ୍ଟ, ଅସଲି ଏବଂ ଜିଓ-ଟ୍ୟାଗ୍ ହୋଇଥିବା ଫଟୋ ବୈଧ ହେବ। ଡୁପ୍ଲିକେଟ୍, ପୁରୁଣା କିମ୍ବା ଏଡିଟେଡ୍‌ ଫଟୋ ଗ୍ରହଣ କରାଯିବ ନାହିଁ। ସମସ୍ତ ତଥ୍ୟଗୁଡ଼ିକୁ କୃତ୍ରିମ ବୁଦ୍ଧିମତ୍ତା (AI) ଏବଂ ମାନୁଆଲ୍ ଯାଞ୍ଚ ବ୍ୟବହାର କରି ଯାଞ୍ଚ କରାଯିବ । ଏହାର ମୂଳ ଉଦ୍ଦେଶ୍ୟ ହେଉଛି, ଉପହାର ଯେମିତି ସଠିକ୍‌ ଲୋକ ପାଖରେ ହିଁ ପହଞ୍ଚିବ । 


ଏହାସହ ପଢ଼ନ୍ତୁ:- ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'


ଏହି ଯୋଜନା କେବଳ NHAI ଦ୍ୱାରା ନିର୍ମିତ, ପରିଚାଳିତ କିମ୍ବା ରକ୍ଷଣାବେକ୍ଷଣ ହେଉଥିବା ଶୌଚାଳୟ ପାଇଁ ପ୍ରଯୁଜ୍ୟ । ପେଟ୍ରୋଲ ପମ୍ପ, ଢାବା କିମ୍ବା ଅନ୍ୟାନ୍ୟ ଘରୋଇ ସାର୍ବଜନୀନ ସ୍ଥାନରେ ଥିବା ଶୌଚାଳୟ ଏଥିରେ ଅନ୍ତର୍ଭୁକ୍ତ ହେବ ନାହିଁ। ଏହି ପଦକ୍ଷେପ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଅପଣାଯାଇଛି ।

Related Topics

Explore more stories

NHAI | Report dirty toilets for ₹1,000 recharge on FASTag. How NHAI's new drive works | Argus News