Free Life Insurance / ଟଙ୍କାଟିଏ ବି ନ ଦେଇ ମିଳିବ ୭ ଲକ୍ଷର ବୀମା, ଜାଣନ୍ତୁ କେମିତି ମିଳିବ ଲାଭ ?
·5 hours ago·2 min read

Key Points
ଗୋଟିଏ ବି ଟଙ୍କା ନ ଦେଇ ଲକ୍ଷାଧିକ ଟଙ୍କାର ବୀମା କଭର୍ ପାଇ ପାରିବେ । ଯେଉଁଥିରେ କୌଣସି ନିବେଶର ଆବଶ୍ୟକତା ହିଁ ନାହିଁ । ଅର୍ଥାତ୍ ଆପଣ ବୀମା ପାଇଁ କୌଣସି ପ୍ରିମିୟମ୍ ନ ଦେଇ ୭ ଲକ୍ଷର ଜୀବନ ବୀମା ପାଇବେ ।
ନୂଆଦିଲ୍ଲୀ: ଘରୋଇ କ୍ଷେତ୍ରରେ କାମ କରୁଥିବା ଅଧିକାଂଶ ଲୋକଙ୍କୁ ଜଣା ନଥିବ, ସେମାନେ ଗୋଟିଏ ବି ଟଙ୍କା ନ ଦେଇ ଲକ୍ଷାଧିକ ଟଙ୍କାର ବୀମା କଭର୍ ପାଇ ପାରିବେ । ଯେଉଁଥିରେ କୌଣସି ନିବେଶର ଆବଶ୍ୟକତା ହିଁ ନାହିଁ । ଅର୍ଥାତ୍ ଆପଣ ବୀମା ପାଇଁ କୌଣସି ପ୍ରିମିୟମ୍ ନ ଦେଇ ୭ ଲକ୍ଷର ଜୀବନ ବୀମା ପାଇବେ ।
ଏହି ସୁବିଧା EPFOର ସଦସ୍ୟଙ୍କୁ ମିଳିଥାଏ । ଯେଉଁମାନଙ୍କ ଦରମାରୁ ପ୍ରତି ମାସରେ PF କଟେ ସେହିମାନେ ହିଁ ଏହି ସୁବିଧାର ହକ୍ଦାର । ଯଦି ଆପଣଙ୍କ ଦରମାରୁ PF କଟୁଛି, ତାହେଲେ ଆପଣ ମଧ୍ୟ ମାଗଣା ଜୀବନ ବୀମା ପାଇଁ ଯୋଗ୍ୟ ଅଟନ୍ତି ।
ତେବେ ଏଥିପାଇଁ ଜରୁରି ହେଉଛି EPF ଆକାଉଣ୍ଟରେ ନୋମିନିଙ୍କ ତଥ୍ୟ ସଠିକ୍ ଓ ଅପଡେଟ୍ ରଖିବା । ଏବେ ଆସନ୍ତୁ ଜାଣିବା ଏହି ଲାଭ ଆପଣ କେମିତି ପାଇ ପାରିବେ ।
ଏଥିସହ ପଢ଼ନ୍ତୁ: EPFOର ବଡ଼ ଅପଡେଟ୍ କେତେ ଉଠାଇପାରିବେ PF ?
କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ତାର ସଦସ୍ୟଙ୍କୁ ଏମ୍ପ୍ଲୋୟଡ୍ ଲିଙ୍କଡ୍ ଇନ୍ସୁରାନ୍ସ ସ୍କିମ୍ (EDLI)ର ଲାଭ ଦେଇଥାଏ । ଯାହାକି ଗୋଟିଏ ପ୍ରକାର ଜୀବନ ବୀମା । ଯେଉଁଥିରେ ଚାକିରି ସମୟରେ କୌଣସି କର୍ମଚାରୀଙ୍କ ମୃତ୍ୟୁ ହେଲେ, ତାର ପରିବାର କିମ୍ବା ନୋମିନିଙ୍କୁ ମିଳିଥାଏ ଆର୍ଥିକ ସହାୟତା ।
EDLI ଯୋଜନା କ'ଣ ?
ଏହି ଯୋଜନା EPFO ପରିଚାଳନା କରିଥାଏ । ଯାହା କେବଳ EPF ସଦସ୍ୟଙ୍କୁ ମିଳେ । EPF ସଦସ୍ୟଙ୍କ ମୃତ୍ୟୁ ଚାକିରି ସମୟରେ ହେଲେ ନୋମିନିଙ୍କୁ ଗୋଟିଏ ଥରରେ ମିଳିଥାଏ ବୀମା ଟଙ୍କା । ତେବେ ଏଥିପାଇଁ କୌଣସି ପ୍ରିମିୟମ୍ ଦେବାକୁ ପଡ଼ି ନଥାଏ । ଏହାର ସମଗ୍ର ଖର୍ଚ୍ଚ ନିଯୁକ୍ତିଦାତା କମ୍ପାନୀ ଉଠାଇଥାଏ ।
ବୀମାରେ ମିଳେ କେତେ ଟଙ୍କା ?
ଯଦି ଆପଣ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଛନ୍ତି ଏବଂ EPF ସଦସ୍ୟ । ତାହେଲେ ଆପଣ ଏଥିପାଇଁ ଯୋଗ୍ୟ ଅଟନ୍ତି । ଏଥିରେ ସର୍ବାଧିକ ୭ ଲକ୍ଷ ଟଙ୍କାର ଜୀବନ ବୀମା ମିଳେ । ସର୍ତ୍ତ ସହ ଅତି କମ୍ରେ ଅଢ଼େଇ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ । ଏହି ଅର୍ଥ କର୍ମଚାରୀଙ୍କ ଦରମା ଓ PF ଖାତାରେ ଥିବା ହାରାହାରି ଅର୍ଥ ଆଧାରରେ ନିର୍ଦ୍ଧାରଣ କରାଯାଇଥାଏ ।
ଏଥିସହ ପଢ଼ନ୍ତୁ: ଭାଗ୍ୟ ବଦଳାଇ ଦେଲା ୧୩୦୦ ଟଙ୍କା, ୫ ସାଙ୍ଗ ଜିତିଲେ ୭୮ କୋଟିର ଲଟେରି
କେମିତି ପାଇବେ ଲାଭ ?
ଚାକିରି ସମୟରେ ଯଦି କୌଣସି କର୍ମଚାରୀଙ୍କ ମୃତ୍ୟୁ ହୁଏ, ତାହେଲେ ନୋମିନିଙ୍କୁ କ୍ଲେମ୍ ଅର୍ଥ ମିଳେ। ଏଥିପାଇଁ Form 5IF ସହ ମୃତ୍ୟୁ ପ୍ରମାଣ ପତ୍ର, ନୋମିନିଙ୍କ ପରିଚୟ ପତ୍ର, ବ୍ୟାଙ୍କ ଖାତା, UAN ବା EPF ସଦସ୍ୟ ବିବରଣୀ, ନୋମିନି ନଥିଲେ ଉତ୍ତରାଧିକାରୀ ପ୍ରମାଣପତ୍ର ଦେବାକୁ ପଡ଼େ ।
ଶେଷ ନିଯୁକ୍ତି ଦାତାଙ୍କ ସତ୍ୟପାଠ କରି ଫର୍ମକୁ EPFOର ଆଞ୍ଚଳିକ କାର୍ଯ୍ୟାଳୟରେ ଜମା କରିବାକୁ ପଡ଼ିଥାଏ । ଦେଇଥିବା କାଗଜପତ୍ରର ଯାଞ୍ଚ ପରେ ବୀମା ଅର୍ଥ ସିଧାସଳଖ ନୋମିନିଙ୍କ ଆକାଉଣ୍ଟକୁ ଆସିଥାଏ । ଏହି ପ୍ରକ୍ରିୟା ପାଇଁ ପ୍ରାୟ ୩୦ ଦିନ ସମୟ ଲାଗିଥାଏ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories