Videos
|
Business

Gold Adulteration / ସୁନାରେ ମିଶୁଛି ରେନିୟମ୍ ! ଓଜନ ବଢ଼ାଇବାକୁ ନୂଆ ଚାଲ୍

Sushanta Sahoo
Browse all articles by Sushanta Sahoo
·27 mins ago·3 min read
ସୁନାରେ ମିଶୁଛି ରେନିୟମ୍ ! ଓଜନ ବଢ଼ାଇବାକୁ ନୂଆ ଚାଲ୍
Rhenium in Gold Jewellery

Key Points

ଚମକୁଛି ସୁନା କିନ୍ତୁ ଭିତରେ ରହିଛି କି ଅନ୍ୟ ଧାତୁ ? ସୁନା ଗହଣାରେ ରେନିୟମ୍ ନାମକ ବିରଳ ଧାତୁ ମିଶାଇ ଗ୍ରାହକଙ୍କୁ ଠକିବାର ଏକ ସାଂଘାତିକ ଅଭିଯୋଗ ଏବେ ସାମ୍ନାକୁ ଆସିଛି ।
ନୂଆଦିଲ୍ଲୀ: ସୁନା କିଣୁଛନ୍ତି ନା ଠକେଇର ଶିକାର ହେଉଛନ୍ତି ? ଚମକୁଛି ସୁନା କିନ୍ତୁ ଭିତରେ ରହିଛି କି ଅନ୍ୟ ଧାତୁ ? ସୁନା ଗହଣାରେ ରେନିୟମ୍ ନାମକ ବିରଳ ଧାତୁ ମିଶାଇ ଗ୍ରାହକଙ୍କୁ ଠକିବାର ଏକ ସାଂଘାତିକ ଅଭିଯୋଗ ଏବେ ସାମ୍ନାକୁ ଆସିଛି ।

ଅଭିଯୋଗ ଅନୁସାରେ, ଚୀନ୍ ଓ ଥାଇଲାଣ୍ଡରୁ ଆସୁଥିବା ରେନିୟମ୍ ପାଉଡରକୁ ସୁନା ଗହଣାରେ ମିଶାଇ ତାହାର ଓଜନ ବଢ଼ାଯାଉଛି । ଫଳରେ ଗ୍ରାହକ ଅଧିକ ଟଙ୍କା ଦେଇ କିଣୁଛନ୍ତି କମ୍ ସୁନା ଥିବା ଗହଣା । ସବୁଠାରୁ ଚିନ୍ତାଜନକ କଥା ହେଉଛି, ଏହି ଧାତୁର ଘନତ୍ୱ ସୁନାଠାରୁ ମଧ୍ୟ ଅଧିକ ।

ତେଣୁ ଏହା ମିଶାଇଲେ ଗହଣାର ଓଜନ ବଢ଼ିଯାଏ । ଏପରିକି ସାଧାରଣ XRF ସ୍କାନରରେ ଏହାକୁ ଚିହ୍ନଟ କରିବା କଷ୍ଟକର ହୋଇପାରେ ବୋଲି ଦାବି କରାଯାଉଛି । ଆହୁରି ଆଶ୍ଚର୍ଯ୍ୟର କଥା- ଜେଟ୍ ଇଞ୍ଜିନ୍ ନିର୍ମାଣରେ ବ୍ୟବହୃତ ଏହି ବିରଳ ଧାତୁର ଶିଳ୍ପ କ୍ଷେତ୍ରରେ ଦାମ୍ ତୁଳନାରେ କଳା ବଜାରରେ ଅଧିକ ଦାମ୍‌ରେ ବିକ୍ରି ହେଉଥିବା ନେଇ ମଧ୍ୟ ଦାବି ହୋଇଛି ।

ତେବେ ପ୍ରଶ୍ନ ଉଠୁଛି, ଏହି ରେନିୟମ୍ ମିଶ୍ରିତ ସୁନା ଗହଣା କେତେ ଦୂର ବଜାରକୁ ପହଞ୍ଚିଛି ? କେଉଁମାନେ ଏହି କାରବାର ପଛରେ ଅଛନ୍ତି ? ଗ୍ରାହକଙ୍କ ସୁନା କିଣିବାର ବିଶ୍ୱାସ ସହ ଖେଳୁଛନ୍ତି କି ଅସାଧୁ ବ୍ୟବସାୟୀ ? ଏହାର ନିରପେକ୍ଷ ତଦନ୍ତ ସହ ବଜାରରେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଏବେ ଜରୁରୀ ହୋଇପଡ଼ିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୧ ଲକ୍ଷ ୧୫ ହଜାର ତଳକୁ ଖସିଲା ସୁନା

ସେପଟେ ସୁନା ଓ ରୁପା ବଜାରରେ ବଡ଼ ଧରଣର ହ୍ରାସ ଆସିଛି । ଲଗାତାର ଖସୁଛି ମୂଲ୍ୟବାନ ଧାତୁର ଦର । ଗୋଟିଏ ଦିନରେ ସୁନା ଦରରେ ପ୍ରାୟ ୪ ପ୍ରତିଶତ ହ୍ରାସ ହୋଇଥିବା ବେଳେ ରୁପା ଦର ଖସିଛି ପ୍ରାୟ ୬ ପ୍ରତିଶତ ।

ଏଥିସହ ପଢ଼ନ୍ତୁ: ହଠାତ୍ ଶସ୍ତା ହୋଇଗଲା ସୁନା, ଆଜି ୬ ହଜାର ଟଙ୍କା ଖସିଲା ସୁନାର ଦର 

ଫଳରେ ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୨୨ ହଜାର ଟଙ୍କା ଏବଂ ରୁପା ଦର କିଲୋଗ୍ରାମ ପିଛା ୧ ଲକ୍ଷ ୪୯ ହଜାର ଟଙ୍କା ତଳକୁ ଖସିଛି । କେବଳ ଗୋଟିଏ ଦିନର ହ୍ରାସ ନୁହେଁ, ବରଂ ବର୍ଷର ସର୍ବୋଚ୍ଚ ସ୍ତର ତୁଳନାରେ ସୁନା ଦରରେ ଆସିଛି ବଡ଼ ଧରଣର ପତନ ।

୨୦୨୬ର ଆରମ୍ଭରେ ୧୦ ଗ୍ରାମ ପିଛା ପ୍ରାୟ ୧ ଲକ୍ଷ ୮୦ରୁ ୧ ଲକ୍ଷ ୮୧ ହଜାର ଟଙ୍କା ଥିବା ସୁନା ଦର ନଭେମ୍ବର ୨୦ ତାରିଖ ସୁଦ୍ଧା ଖସି ପ୍ରାୟ ୧ ଲକ୍ଷ ୧୫ ହଜାର ପହଞ୍ଚିଛି । ତେବେ ଏଭଳି ହ୍ରାସ ପଛରେ ରହିଛି ମୁଖ୍ୟତଃ ତିନୋଟି ବଡ଼ କାରଣ ।

ହ୍ରାସ ପଛର ୩ କାରଣ

ପ୍ରଥମ କାରଣ ହେଉଛି ଆମେରିକୀୟ ଡଲାରର ଶକ୍ତି ବୃଦ୍ଧି । ଅନ୍ତର୍ଜାତୀୟ ବଜାରରେ ଡଲାର ମଜଭୁତ ହେଲେ ସୁନା ଓ ରୁପା ଭଳି ଧାତୁର ଚାହିଦା ଉପରେ ଚାପ ପଡ଼ିଥାଏ । କାରଣ ଏହି ଧାତୁଗୁଡ଼ିକର କାରବାର ମୁଖ୍ୟତଃ ଡଲାରରେ ହୋଇଥାଏ ।

ଦ୍ୱିତୀୟ କାରଣ ହେଉଛି ଆମେରିକାର ଫେଡେରାଲ ରିଜର୍ଭର ସୁଧହାର ବୃଦ୍ଧି ଆଶଙ୍କା । ଯଦି ସୁଧହାର ବଢ଼େ, ତେବେ ସୁଧ ମିଳୁଥିବା ନିବେଶ ଅଧିକ ଆକର୍ଷଣୀୟ ହୋଇଥାଏ । ଅନ୍ୟପଟେ ସୁନା ଓ ରୁପାରୁ କୌଣସି ସୁଧ ମିଳୁନଥିବାରୁ ଏଥିରେ ନିବେଶକଙ୍କ ଆଗ୍ରହ କମିପାରେ ।

ତୃତୀୟ କାରଣ ହେଉଛି ଅନ୍ତର୍ଜାତୀୟ ଷ୍ଟକ୍ ବଜାରରେ ଅସ୍ଥିରତା । ବିଶେଷକରି ଟେକ୍ନୋଲୋଜି ଓ AI କମ୍ପାନୀଗୁଡ଼ିକର ସେୟାରରେ ହ୍ରାସ ଯୋଗୁଁ କିଛି ନିବେଶକ ନିଜର କ୍ଷତି ଭରଣା କରିବା ଏବଂ ନଗଦ ଅର୍ଥ ଯୋଗାଡ଼ କରିବା ପାଇଁ ସୁନା ଓ ରୁପା ବିକ୍ରି କରୁଛନ୍ତି । ଏହା ମଧ୍ୟ ବଜାରରେ ବିକ୍ରି ଚାପକୁ ବଢ଼ାଇଛି ।