Videos
|
National

Gold Price Today / ହଠାତ୍ ଶସ୍ତା ହୋଇଗଲା ସୁନା, ଆଜି ୬ ହଜାର ଟଙ୍କା ଖସିଲା ସୁନାର ଦର

Bikash Mohanty
Browse all articles by Bikash Mohanty
·42 mins ago·2 min read
ହଠାତ୍ ଶସ୍ତା ହୋଇଗଲା ସୁନା, ଆଜି ୬ ହଜାର ଟଙ୍କା ଖସିଲା ସୁନାର ଦର
Gold

Key Points

ହଠାତ୍ ଶସ୍ତା ହୋଇଗଲା ସୁନା
ଆଜି ୬ ହଜାର ଟଙ୍କା ଖସିଲା ସୁନାର ଦର
୪ ଦିନରେ ସୁନା ଦର ପାଖାପାଖି ୭,୦୦୦ ଟଙ୍କା ଶସ୍ତା ହୋଇଛି
ଭୂବନେଶ୍ବର: ହଠାତ୍ ସୁନା ଏତେ ଶସ୍ତା ହୋଇଗଲା ବୋଲି ବିଶ୍ୱାସ କରିବା କଷ୍ଟକର। କିନ୍ତୁ ଏହା ସତ୍ୟ। ସୁନା ଏବଂ ରୂପା ମୂଲ୍ୟ କ୍ରମାଗତ ଭାବରେ ହ୍ରାସ ପାଉଛି, ଏବଂ ଶୁକ୍ରବାର ଭାରତୀୟ ବଜାରରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଛି। ସୁନା ଏବଂ ରୁପା ଦର କ୍ଷୀପ୍ର ବେଗରେ ତଳକୁ ଖସିଚାଲିଛି। ସମ୍ପ୍ରତି ୧୮ କ୍ୟାରେଟ ସୁନା ୯୮,୦୦୦ ଟଙ୍କାକୁ ଖସିଆସିଲାଣି। ଗୁରୁବାର ରାଜଧାନୀ ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୧୮ କ୍ୟାରେଟ ସୁନା ଦର ୧୯୨୦ ଟଙ୍କା ହ୍ରାସ ପାଇ ୯୮,୦୨୦ ଟଙ୍କା ହୋଇଛି। ୨୨ ଏବଂ ୨୪ କ୍ୟାରେଟ ସୁନା ଦରରେ ଯଥାକ୍ରମେ ୨୩୫୦ ଟଙ୍କା ଏବଂ ୨୫୭୦ ଟଙ୍କା ହ୍ରାସ ଘଟିଛି। ଫଳରେ ଉଭୟ ଯଥାକ୍ରମେ ୧,୧୯, ୮୦୦ ଟଙ୍କା ଏବଂ ୧,୩୦, ୬୯୦ ଟଙ୍କାକୁ ଖସିଆସିଛି।

୪ ଦିନରେ ରାଜଧାନୀରେ ୨୪ କ୍ୟାରେଟ୍ ସୁନା ଦର ପାଖାପାଖି ୭,୦୦୦ ଟଙ୍କା ଶସ୍ତା ହୋଇଛି। ୧.୧୯ ଲକ୍ଷ ତଳକୁ ଖସିଯାଇଛି ୨୨ କ୍ୟାରେଟ ସୁନା ଦର । ୧୪ ମାସର ସର୍ବନିମ୍ନ ସ୍ତରରେ ଏହା ପହଞ୍ଚିଛି। କିଲୋଗ୍ରାମ ପିଛା ରୁପା ୫୦୦୦ ଟଙ୍କା ଶସ୍ତା ହୋଇ ୧,୮୦,୦୦୦ ଟଙ୍କାକୁ ଖସିଆସିଛି। ନଭେମ୍ବର ୧୧ରୁ ୨୫,୦୦୦ ଟଙ୍କା ହ୍ରାସ ପାଇଛି ରୁପା ଦର।

ପଢନ୍ତୁ ଏହି ଖବର: ବିବାହ ଋତୁ ପୂର୍ବରୁ ସୁନା ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଏକାଥରକେ କମିଲା ୨୫୫୦ ଟଙ୍କା

ଇଣ୍ଡିଆନ ବୁଲିୟନ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନ୍( ଆଇବିଜେଏ) ଅନୁସାରେ, ଗୁରୁବାର ଜାତୀୟ ସ୍ତରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧,୧୭୯ ଟଙ୍କା ଖସି ୧.୩୦ ଲକ୍ଷ ଟଙ୍କାକୁ ଆସିଯାଇଛି। ଅନ୍ୟପକ୍ଷରେ, କିଲୋଗ୍ରାମ ପିଛା ରୁପା ୨,୧୫୮ ଟଙ୍କା ଖସି ୧.୬୨ ଲକ୍ଷ ଟଙ୍କା ହୋଇଛି। ସୁନା ଓ ରୁପା ଦର ଖସିବାର ଅନେକ କାରଣ ରହିଛି। ଅନ୍ତର୍ଜାତୀୟ ବଜାରରେ ଡଲାର ମଜଭୁତ ହେବା ଏବଂ ଉଚ୍ଚ ଦରରେ ନିବେଶକଙ୍କ ଦ୍ୱାରା ପ୍ରଫିଟ ବୁକିଂ ଯୋଗୁ ଦର ଖସୁଛି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏ ବର୍ଷ ଉଭୟ ଧାତୁ ଦରରେ ଲଗାତର ଉତଥାନ ପତନ ଦେଖିବାକୁ ମିଳୁଛି। ୨୦୨୫ ଡିସେମ୍ବର ୩୧ରେ ଜାତୀୟ ବଜାରରେ କିଲୋ ପିଛା ରୁପା ଦର ୨.୩୦ ଲକ୍ଷ ଟଙ୍କା ଥିଲା । ଏହା ଗତବର୍ଷ ଜାନୁଆରୀ ୨୯ରେ ୩.୮୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ସେବେଠୁ ଏଯାବତ ରୁପା ପାଖାପାଖି ୧୩୦% ଶସ୍ତା ହୋଇଛି। ୨୦୨୫ ଡିସେମ୍ବର ୩୧ରେ ଜାତୀୟ ସ୍ତରରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ ସୁନା ଦର ୧.୩୩ ଲକ୍ଷ ଟଙ୍କା ବଢ଼ି ୧.୭୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ସେବେଠୁ ଏଯାବତ ଏହା ୩୫% ଶସ୍ତା ହୋଇଛି।

ଡଲାରର ଦୃଢ଼ତା, ଆମେରିକା ଫେଡେରାଲ ରିଜର୍ଭର ସୁଧହାର ବୃଦ୍ଧି ଏବଂ ନିବେଶକଙ୍କ ପ୍ରଫିଟ ବୁକିଂ ଯୋଗୁ ସୁନା ଦର କମୁଛି। ସେହିଭଳି ଶିଳ୍ପ କ୍ଷେତ୍ରରେ ରୁପା ଚାହିଦା ହ୍ରାସ, ବିଶ୍ଵ ବଜାରରେ ଯୋଗାଣ ବୃଦ୍ଧି ଭଳି କାରଣଗୁଡ଼ିକ ଯୋଗୁ ରୁପା ଖସୁଛି। ଆଗକୁ ବିବାହ ଋତୁ ଥିବାବେଳେ ନିମ୍ନ ଦରର ଲାଭ ଉଠାଉଛନ୍ତି ଗ୍ରାହକ।