Gold Limit India / ଘରେ କେତେ ସୁନା ରଖିପାରିବେ ? ଜାଣନ୍ତୁ ଆୟକର ନିୟମ
·1 hour ago·2 min read

Key Points
ଅଧିକ ସୁନା ରଖିଲେ କଣ ହେବ ?
ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ନିୟମ
ସୁନା କିଣିବା ପୂର୍ବରୁ ଏହି ନିୟମ ଜାଣନ୍ତୁ !
ମହିଳା ଓ ପୁରୁଷଙ୍କ ପାଇଁ ଭିନ୍ନ ନିୟମ
ସୁନା କିଣିବା ପୂର୍ବରୁ ଏହି ନିୟମ ଜାଣନ୍ତୁ !
ସୁନାର ଦାମ ଏବେ ଆକାଶ ଛୁଇଁଲାଣି । ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କ ଏକ ବର୍ଷ ପର୍ଯ୍ୟନ୍ତ ସୁନା ନ କିଣିବା ପରାମର୍ଶ ପରେ ଦେଶରେ ଚର୍ଚ୍ଚା ଆହୁରି ବଢ଼ିଯାଇଛି । ସେ ବିବାହ ହେଉ କି ପର୍ବପର୍ବାଣୀ, ଲୋକମାନେ ସୁନା କିଣିଥାନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସୁନା ନ କିଣିବା ପରାମର୍ଶ ପରେ ଲୋକମାନେ ଏବେ ଚିନ୍ତାରେ ପଡ଼ିଛନ୍ତି । ତେବେ ଏସବୁ ମଧ୍ୟ ଆପଣ ଜାଣିଛନ୍ତି କି କେତେ ସୁନା ଆପଣ ଆପଣଙ୍କ ଘରେ ରଖିପାରିବେ । ଅଧିକ ସୁନା ରଖିଲେ କଣ ଇନକମ୍ ଟ୍ୟାକ୍ସ ବିଭାଗ ଆକ୍ସନ୍ ନେଇପାରିବ ? ଆସନ୍ତୁ ଜାଣିବା...
ଇନକମ୍ ଟ୍ୟାକ୍ସ ନିୟମ ଅନୁଯାୟୀ ଘରେ ସୁନା ରଖିବା ପାଇଁ କିଛି ସୀମା ଧାର୍ଯ୍ୟ କରାଯାଇଛି । ତେବେ କେବଳ ସୁନା ରଖିଲେ ହେବନି, ତାହାର ସୋର୍ସ ଅର୍ଥାତ କେଉଁଠୁ ଆସିଲା ସେଥିର ପ୍ରମାଣ ମଧ୍ୟ ରହିବା ଦରକାର । ଯେପରିକି ଖରିଦ ରସିଦ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ରେକର୍ଡ କିମ୍ବା ଆୟର ପ୍ରମାଣ ।
CBDT ଅର୍ଥାତ ସେଣ୍ଟ୍ରାଲ ବୋର୍ଡ ଅଫ୍ ଡାଇରେକ୍ଟ ଟ୍ୟାକ୍ସେସ୍ ଅନୁସାରେ, ଆୟକର ଚଢାଉ ସମୟରେ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ସୁନା ଜବତ କରାଯାଏ ନାହିଁ । ଜଣେ ବିବାହିତ ମହିଳା ୫୦୦ ଗ୍ରାମ ପର୍ଯ୍ୟନ୍ତ, ଜଣେ ଅବିବାହିତ ମହିଳା ୨୫୦ ଗ୍ରାମ ପର୍ଯ୍ୟନ୍ତ ଏବଂ ଜଣେ ପୁରୁଷ ୧୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ରଖିବା ସ୍ୱାଭାବିକ ।
ତେବେ ଏହାଠାରୁ ଅଧିକ ସୁନା ରଖିବା ବେଆଇନ ନୁହେଁ । କିନ୍ତୁ ସୁନାର ପରିମାଣ ଅଧିକ ହେଲେ ଆପଣଙ୍କୁ ଏହାର ଉତ୍ସ ବିଷୟରେ ଜବାବ ଦେବାକୁ ପଡ଼ିପାରେ । ଯେପରି କି ଚାକିରି ଆୟରୁ କିଣିଛନ୍ତି ନା ଉତ୍ତରାଧିକାରରେ ପାଇଛନ୍ତି ।
ସେହିପରି ଆପଣଙ୍କ ପାଖରେ ଖରିଦ ରସିଦ, ବ୍ୟାଙ୍କ ଟ୍ରାଞ୍ଜାକ୍ସନ୍ ଡକ୍ୟୁମେଣ୍ଟ କିମ୍ବା ଗିଫ୍ଟ ଡିଡ୍ ରଖିବା ଅତ୍ୟନ୍ତ ଜରୁରୀ । ଯଦି ସୁନା ଉତ୍ତରାଧିକାରରେ ମିଳିଥାଏ, ତେବେ କାଗଜପତ୍ର ଓ ଇନକମ୍ ଟ୍ୟାକ୍ସ ରିଟର୍ନ ଡକ୍ୟୁମେଣ୍ଟ ମଧ୍ୟ ଦରକାର ପଡ଼ିପାରେ ।
ଅନ୍ୟପଟେ ଯଦି ଆପଣ Digital Gold, Gold ETF କିମ୍ବା Sovereign Gold Bond ରେ ନିବେଶ କରିଛନ୍ତି, ତେବେ ସେଗୁଡିକର ରେକର୍ଡ ଅନଲାଇନ୍ରେ ରହିଥାଏ ।
ଭାରତୀୟ ପରମ୍ପରାରେ ବିବାହ ସମୟରେ ସୁନା ଉପହାର ଦେବା ସାଧାରଣ କଥା । ନିକଟ ସମ୍ପର୍କୀୟଙ୍କ ଠାରୁ ମିଳିଥିବା ସୁନା ଟ୍ୟାକ୍ସ ଫ୍ରି ହୋଇପାରେ । କିନ୍ତୁ ପରିମାଣ ଅଧିକ ହେଲେ ତାହାର ସୋର୍ସ ବିଷୟରେ ପ୍ରମାଣ ଦେବାକୁ ପଡ଼ିପାରେ । ସେଥିପାଇଁ ଗହଣାର ମୂଲ୍ୟାଙ୍କନ ରିପୋର୍ଟ କରାଇ ରଖିବା ଭଲ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories