|
logo
Live
Argus News App
GET APP

Argus News - ଅଚାନକ ୧୭ ହଜାର କମିଲା ରୂପା, ୫ ହଜାର ଶସ୍ତା ହେଲା ସୁନା

Business

Gold Silver Price Drop / ଅଚାନକ ୧୭ ହଜାର କମିଲା ରୂପା, ୫ ହଜାର ଶସ୍ତା ହେଲା ସୁନା

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
ଅଚାନକ ୧୭ ହଜାର କମିଲା ରୂପା, ୫ ହଜାର ଶସ୍ତା ହେଲା ସୁନା

Key Points

ଦୀପାବଳିରେ କମିଲା ସୁନା-ରୂପା ଦର । ୧୭ ହଜାର କମିଲା ରୂପା । ୫ ହଜାର କମିଗଲା ସୁନା ରେଟ୍ । 
ଆଜି ଆଲୋକର ପର୍ବ ଦୀପାବଳି । ସାରା ଦେଶରେ ଦୀପାବଳି ପର୍ବ ଅତ୍ୟନ୍ତ ଉତ୍ସାହର ସହ ପାଳନ କରାଯାଉଛି । ତେବେ ଦୀପାବଳି ଅବସରରେ ଯଦି ଆପଣ ସୁନା କିମ୍ବା ରୂପା କିଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । କାରଣ ଲଗାତର କିଛି ଦିନ ହୁ ହୁ ହୋଇ ସୁନା-ରୂପା ଦର ବଢ଼ିବା ପରେ ଆଜି ବହୁତ ହ୍ରାସ୍ ପାଇଛି । ରୂପା ଦର ୧୭ ହଜାର ଶସ୍ତା ହୋଇଥିବା ବେଳେ ସୁନାର ମୂଲ୍ୟ ୫ ହଜାର ଅଧିକ ହ୍ରାସ ପାଇଛି । ଏହି ଦର MCXରେ ପରିବର୍ତ୍ତନ ହୋଇଛି ।

ଅକ୍ଟୋବର ୧୬ ତାରିଖରେ MCXରେ ରୂପାର ମୂଲ୍ୟ ୧ ଲକ୍ଷ ୭୦ ହଜାରରୁ ଅଧିକ ପହଞ୍ଚିଥିଲା । କିନ୍ତୁ ଆଜି ଏହାର ମୂଲ୍ୟ ୧ ଲକ୍ଷ ୫୩ ହଜାରକୁ ହ୍ରାସ ପାଇଛି । ଏହାର ଅର୍ଥ ହେଉଛି ରୂପାର ମୂଲ୍ୟ ଏହାର ରେକର୍ଡ ଦରରୁ ୧୭ ହଜାର ହ୍ରାସ ପାଇଛି । ଯଦି ଆଜି କଥା କହିବା ତେବେ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ପ୍ରାୟ ୪ ହଜାର ହ୍ରାସ ପାଇଛି ।

ଅଧିକ ପଢ଼ନ୍ତୁ: ସୁନା ସହ କମ୍ପିଟିସନ ଲଗାଇଲାଣି ରୂପା


MCX ରେ ସୁନା ବିଷୟରେ କହିବାକୁ ଗଲେ ଅକ୍ଟୋବର ୧୬ ତାରିଖରେ ସୁନା ୧୦ ଗ୍ରାମ ପ୍ରତି ୧,୩୨,୦୦୦ ଟଙ୍କାରେ ପହଞ୍ଚିଥିଲା, କିନ୍ତୁ ଆଜି ସୁନା ଦର ୧ ଲକ୍ଷ ୨୬ ହଜାର ରହିଛି । ଏହାର ଅର୍ଥ ହେଉଛି ସୁନାର ମୂଲ୍ୟ ସର୍ବୋଚ୍ଚ ରେକର୍ଡ ତୁଳନାରେ ୫ ହଜାର ଟଙ୍କାରୁ ଅଧିକ ହ୍ରାସ ପାଇଛି ।

ଆଜି ସୁନା ୪ ହଜାର ଟଙ୍କା ହ୍ରାସ ପାଇଛି

ଭାରତୀୟ ବୁଲାନ୍ ବଜାର (IBJA)ରେ ହଠାତ୍ ସୁନା ଦରରେ ଏକ ଗୁରୁତ୍ୱପୂର୍ଣ୍ଣ ହ୍ରାସ ଦେଖିବାକୁ ମିଳିଛି। ଅକ୍ଟୋବର ୧୭ ତାରିଖରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧,୩୦,୮୩୪ ଟଙ୍କା ଥିଲା । କିନ୍ତୁ ଆଜି ଏହା ୧,୨୬,୭୩୦ ଟଙ୍କାକୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି ୨୪ କ୍ୟାରେଟ୍ ସୁନା ଦର ୪ ହଜାର ଟଙ୍କା ହ୍ରାସ ପାଇଛି ।
ସେହିପରି ୨୨ କ୍ୟାରେଟ୍ ସୁନା ଦର ୩ ହଜାର ଟଙ୍କା ହ୍ରାସ ପାଇ ୧ ଲକ୍ଷ ୧୬ ହଜାର ୦୮୫ରେ ପହଞ୍ଚିଛି । ୧୮ କ୍ୟାରେଟ୍ ସୁନା ପ୍ରତି ୧୦ ଗ୍ରାମ ପିଛା ୩ ହଜାର ଟଙ୍କା ହ୍ରାସ ପାଇ ୯୫,୦୪୮ରେ ବିକ୍ରି ହେଉଛି ।

ରୂପା ମୂଲ୍ୟ ₹୧୧,୦୦୦ ହ୍ରାସ ପାଇଛି

ସେହିପରି ଅକ୍ଟୋବର ୧୭ ତାରିଖରେ IBJAରେ ରୂପାର ମୂଲ୍ୟ କିଲୋଗ୍ରାମ ପ୍ରତି ୧ ଲକ୍ଷ ୭୧ ହଜାର ୨୭୫ ଥିଲା । କିନ୍ତୁ ଆଜି ଏହାର ମୂଲ୍ୟ ୧୧ ହଜାରରୁ ଅଧିକ ହ୍ରାସ ପାଇ କିଲୋଗ୍ରାମ ପିଛା ୧ ଲକ୍ଷ ୬୦ ହଜାର ୧୦୦ ଟଙ୍କାରେ ପହଞ୍ଚିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold Silver Price Drop: ଅଚାନକ ୧୭ ହଜାର କମିଲା ରୂପା, ୫ ହଜାର ଶସ୍ତା ହେଲା ସୁନା | Argus News