Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Gold Price / ୪ ଦିନରେ ୭ ହଜାର ଶସ୍ତା ହେଲା ସୁନା, ଜାଣନ୍ତୁ ହଠାତ୍‌ କାହିଁକ ଏତେ କମିଲା ଦର...

Santosh Kumar Sahoo
Browse all articles by Santosh Kumar Sahoo
·8 months ago·2 min read
୪ ଦିନରେ ୭ ହଜାର ଶସ୍ତା ହେଲା ସୁନା, ଜାଣନ୍ତୁ ହଠାତ୍‌ କାହିଁକ ଏତେ କମିଲା ଦର...

Key Points

କମିଲା ସୁନା ଦର । ୪ ଦିନରେ ଶସ୍ତା ହେଲା ୭ ହଜାର । ଜାଣନ୍ତୁ ସୁନା ଦର ହ୍ରାସ ପଛର କାରଣ ।
ଲଗାତର ସୁନା-ରୂପା ଦର ବୃଦ୍ଧି ହେବା ପରେ ଏବେ ମୂଲ୍ୟ ହ୍ରାସ ହେବାରେ ଲାଗିଛି । ଗତ ସପ୍ତାହରେ ସୁନା ମୂଲ୍ୟରେ ତୀବ୍ର ହ୍ରାସ ଦେଖାଦେଇଛି । ମାତ୍ର ଚାରିଟି ବ୍ୟବସାୟିକ ଦିନରେ ସୁନା ଏହାର ସର୍ବକାଳୀନ ସର୍ବୋଚ୍ଚ ମୂଲ୍ୟଠାରୁ ପ୍ରତି ୧୦ ଗ୍ରାମ ୭,୦୦୦ ଟଙ୍କାରୁ ଅଧିକ ହ୍ରାସ ପାଇଛି । ଏହି ହ୍ରାସ କେବଳ ଅନ୍ତର୍ଜାତୀୟ ବଜାରରେ ନୁହେଁ ବରଂ ମଲ୍ଟି କମୋଡିଟି ଏକ୍ସଚେଞ୍ଜ(MCX) ଏବଂ ଘରୋଇ ବଜାରରେ ମଧ୍ୟ ଦେଖାଯାଇଥିଲା । ଗତ ସପ୍ତାହର ପ୍ରଥମ ବ୍ୟବସାୟିକ ଦିନରେ ୨୪ କ୍ୟାରେଟ୍ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୧.୩୦ ଲକ୍ଷ ଟଙ୍କା ଉପରେ ଥିଲା । କିନ୍ତୁ ସପ୍ତାହର ଶେଷ ବ୍ୟବସାୟିକ ଦିନରେ ଏହା ୧.୨୩ ଲକ୍ଷ ଟଙ୍କାକୁ ହ୍ରାସ ପାଇଛି ।

ପ୍ରଥମେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ମୂଲ୍ୟରେ ହ୍ରାସ ବିଷୟରେ ଯଦି କହିବା ତାହାଲେ, ଅକ୍ଟୋବର ୨୦ ତାରିଖରେ ୯୯୯ ଶୁଦ୍ଧତା ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୧ ଲକ୍ଷ ୩୦ ହଜାର ୬୨୪ ଟଙ୍କା ଥିଲା । ଏହାପରଠୁ ହିଁ ସୁନାର ମୂଲ୍ୟ ହ୍ରାସ ପାଇବାରେ ଲାଗିଥିଲା । ଗତ ଶୁକ୍ରବାର ସୁଦ୍ଧା ସୁନା ମୂଲ୍ୟ ପ୍ରତି ୧୦ ଗ୍ରାମ ପିଛା ୧ ଲକ୍ଷ ୨୩ ହଜାର ୨୫୫ ଟଙ୍କାକୁ ହ୍ରାସ ପାଇଛି । ଅର୍ଥାତ ମାତ୍ର ପାଞ୍ଚ ଦିନ ମଧ୍ୟରେ MCXରେ ସୁନା ପ୍ରତି ୧୦ ଗ୍ରାମ ୭,୩୬୯ ଟଙ୍କା ଶସ୍ତା ହୋଇଛି ।

ଅଧିକ ପଢ଼ନ୍ତୁ: ପୁଣି କମିଲା ସୁନା ଦର, ଆଗକୁ ଆହୁରି କମିବା ଆଶଙ୍କା


MCXରେ କେବଳ ସୁନା ଶସ୍ତା ହୋଇନାହିଁ ବରଂ ଘରୋଇ ବଜାରରେ ମଧ୍ୟ ଏହାର ମୂଲ୍ୟ ବହୁତ ହ୍ରାସ ପାଇଛି । ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ଆସୋସିଏସନ୍‌ର ୱେବସାଇଟ୍ IBJA.Com ଅନୁଯାୟୀ ସୋମବାର ଦିନ ବଜାରରେ କାରବାର ଆରମ୍ଭ ହେବା ସମୟରେ ୨୪ କ୍ୟାରେଟ୍ ସୁନା ଦର ୧ ଲକ୍ଷ ୨୬ ହଜାର ୭୩୦ ଟଙ୍କା ଥିଲା । ମଙ୍ଗଳବାର, ଅକ୍ଟୋବର ୨୧ ତାରିଖରେ ବଜାର ବନ୍ଦ ଥିଲା । କିନ୍ତୁ ବୁଧବାର ଦିନ ବଜାର କାରବାର ଆରମ୍ଭ ହେବା ପରେ ସୁନା ଦର ହଠାତ୍ ହ୍ରାସ ପାଇଥିଲା । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧ ଲକ୍ଷ ୨୧ ହଜାର ୫୧୮ ଟଙ୍କାକୁ ହ୍ରାସ ପାଇଛି । ଏହାର ଅର୍ଥ ହେଉଛି ୧୦ ଗ୍ରାମ ସୁନା ୬,୧୧୫ ଟଙ୍କା ଶସ୍ତା ହୋଇଛି ।

ଇଣ୍ଡିଆନ୍ ବୁଲିୟନ୍ ଜୁଏଲର୍ସ ୱେବସାଇଟରେ ଅପଡେଟ୍ ହୋଇଥିବା ସୁନା ଦର ସାରା ଦେଶରେ ସମାନ । କିନ୍ତୁ ଯେତେବେଳେ ଆପଣ ଅଳଙ୍କାର କିଣିବାକୁ ଯାଆନ୍ତି, ଆପଣଙ୍କୁ ୩% GST ଏବଂ ଏକ ମେକିଂ ଚାର୍ଜ ଦେବାକୁ ପଡିବ । ମେକିଂ ଚାର୍ଜ ସହର ଅନୁସାରେ ଭିନ୍ନ ହୋଇଥାଏ ।

ସୁନା ମୂଲ୍ୟରେ ହଠାତ୍ ହ୍ରାସ ପଛରେ କାରଣ ସମ୍ପର୍କରେ ଯଦି କହିବା ତାହାଲେ, ସୁନା ଦର କ୍ରମାଗତ ଭାବେ ଶୀର୍ଷ ସ୍ତରରେ ପହଞ୍ଚିବା ପରେ ନିବେଶକମାନେ ଲାଭ ବୁକ୍‌ କରିବା ଆରମ୍ଭ କରିଥିଲେ । ଯାହା ଏହାର ମୂଲ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥିଲା । ଏହା ବ୍ୟତୀତ ଆମେରିକା-ଚୀନ୍ ମଧ୍ୟରେ ଜାରି ରହିଥିବା ଟାରିଫ୍‌ ଓ୍ବାର ମଧ୍ୟ ଦିନକୁ ଦିନ କମିବାରେ ଲାଗୁଛି । ଯାହାଫଳରେ ଏହି ମୂଲ୍ୟବାନ ଧାତୁର ମୂଲ୍ୟକୁ ହ୍ରାସ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Gold Prices Drop ₹7,000 in 4 Days — After Continuous Surge, Rates Fall Sharply | Argus News