Gold Price / ପାର୍ବଣରେ କାହିଁକି ବଢୁଛି ସୁନା ଦର ?

Key Points
ସୁନା ଆହୁରି ମହଙ୍ଗା | ପାର୍ବଣରେ କାହିଁକି ବଢୁଛି ସୁନା ଦର | କେମିତି ନିର୍ଦ୍ଧାରଣ ହୁଏ ସୁନା-ରୁପା ମୂଲ୍ୟ
ପାର୍ବଣ ସମୟରେ ବଢିଛି ସୁନା ଓ ରୁପା ଦର । ପୁଣି ଆଗକୁ ବିବାହ ଋତୁ । ଗତ କିଛିଦିନ ତଳେ ସୁନା ଦର ସାମାନ୍ୟ କମିଥିବାବେଳେ ଏବେ ପୁଣି ଡରାଇଲାଣି ସୁନା ଦର । ଦିନକୁ ଦିନ ସୁନା ଦର ବଢି ଚାଲିଛି । ଏବେ ଆହୁରି ମହଙ୍ଗା ହେଲାଣି ସୁନା ଦର । କେବଳ ଓଡିଶା ନୁହେଁ ଦେଶବ୍ୟାପୀ ଏହା ଅନୁଭୂତ ହେଉଛି ।
ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୧, ୧୨,୫୮୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୧,୦୩,୨୦୦ ଟଙ୍କା ଛୁଇଁଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧, ୧୨,୫୮୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ହଜାର ୧,୦୩,୨୦୦ ଟଙ୍କାକୁ ପହଞ୍ଚିଛି ।
ଚଳିତ ମାସ 19 ଠାରୁ ଉଭୟ 22 କ୍ୟାରେଟ୍ ଓ 24 କ୍ୟାରେଟ୍ ସୁନା ଦାମ୍ ଲଗାତାର ଭାବେ ବଢୁଛି । ଇତିମଧ୍ୟରେ 22 କ୍ୟାରେଟ୍ ସୁନା 1750 ଟଙ୍କା ଓ 24 କ୍ୟାରେଟ୍ 1900 ଟଙ୍କା ମହଙ୍ଗା ହୋଇସାରିଲାଣି । ସୁନା ଭଳି ରୁପା ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ସେହିପରି ସେପ୍ଟେମ୍ବର 18 ତାରିଖ ପର ଠାରୁ ରୁପା ଦରରେ 7 ହଜାର ଟଙ୍କା ବୃଦ୍ଧି ଘଟିଛି । ଯେଉଁ ହାରରେ ଦର ବଢୁଛି , ଖୁବଶୀଘ୍ର ରୁପା କେଜି ଦେଢ ଲକ୍ଷ ଟଙ୍କା ହୋଇଯିବା ସମ୍ଭାବନା ରହିଛି ।
ନୂଆଦିଲ୍ଲୀରେ 24 କ୍ୟାରେଟ୍ ସୁନାର 10 ଗ୍ରାମ୍ ପିଛା ଦାମ୍ 2380 ଟଙ୍କା ବୃଦ୍ଧି ପାଇ 1, 12, 155 ଟଙ୍କା ହୋଇଥିବା ଇଣ୍ଡିଆନ ବୁଲିଅନ୍ ଆଣ୍ଡ୍ ଜୁଏଲର୍ସ ଆସୋସିଏନ୍ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପୁରା କେଜି 4869 ଟଙ୍କା ବଢି 1,32,869 ଟଙ୍କା ହୋଇଛି । କେବଳ 2025ରେ ଦେଶରେ ସୁନା ଦାମ୍ 36 ହଜାର ଟଙ୍କା ଓ ରୁପା ଦର 46,852 ଟଙ୍କା ବଢିସାରିଲାଣି । 2024 ଡିସେମ୍ବର 31ରେ 24 କ୍ୟାରେଟ୍ ସୁନା ଦାମ୍ 76,162 ଟଙ୍କା ଓ ରୁପା ଦାମ୍ 86,017 ଟଙ୍କା ଥିଲା ।
ତେବେ ଯଦି ଆପଣ ସୁନା ଗହଣା କିଣିବା ପାଇଁ ଚାହୁଁଛନ୍ତି, ତେବେ କେମିତି ଜାଣିବା ଏହାର ଶୁଦ୍ଧତା ।
📱 Get Argus News App
✨‘BIS Care app’ରେ ଯାଞ୍ଚ କରିପାରିବେ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ଆପଣ ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ । ଅଭିଯୋଗ କରିବା ପରେ ଏହି ପ୍ରସଙ୍ଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ସମ୍ବନ୍ଧରେ ମଧ୍ୟ ସୂଚନା ପାଇପାରିବେ ।
ସେହିପରି ଏବେ ସୁନା ଦର ଏତେ କାହିଁକି ବଢୁଛି । ଅନ୍ତର୍ଜାତୀୟ ବଜାରରେ ସୁନା ଓ ରୂପାର ମୂଲ୍ୟ ଆମେରିକୀୟ ଡଲାରରେ ନିର୍ଦ୍ଧାରିତ ହୁଏ । ସେଥିପାଇଁ ଡଲାର ଓ ଟଙ୍କାର ବିନିମୟ ମୂଲ୍ୟରେ ପରିବର୍ତ୍ତନ ହେଲେ ଏହା ସିଧାସଖଳ ସୁନା ମୂଲ୍ୟକୁ ପ୍ରଭାବିତ କରେ । ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେଲେ ଭାରତରେ ସୁନା ଦର ବଢିଥାଏ ।
ଅଧିକ ପଢନ୍ତୁ: ପ୍ରଥମ ଥର ୧ ଲକ୍ଷ ଟପିଲା ୨୨ କ୍ୟାରେଟ୍ ସୁନା ଦର, ୯ ଦିନରେ ବଢ଼ିଲାଣି ୫ ହଜାର
ଏହାସହ ସୀମା ଶୁଳ୍କ, ଜିଏସଟି ଓ ଅନ୍ୟାନ୍ୟ ସ୍ଥାନୀୟ ଟ୍ୟାକ୍ସ ସୁନା ଦରକୁ ପ୍ରଭାବିତ କରିଥାଏ । ଯୁଦ୍ଧ, ଆର୍ଥିକ ମାନ୍ଦାବସ୍ଥା କିମ୍ବା ସୁଧହାରରେ ପରିବର୍ତ୍ତନ ଭଳି ବୈଶ୍ୱିକ ବଜାରରେ ଅନିଶ୍ଚିତତା ଦେଖାଦେଲେ ସୁନା ଦରରେ ପରିବର୍ତ୍ତନ ହୁଏ । ଏହାଛଡା ନିବେଶକମାନେ ସୁନାକୁ ସବୁଠୁ ସୁରକ୍ଷିତ ନିବେଶ ଭାବି ଏଥିରେ ଅଧିକ ନିବେଶ କରିଥାନ୍ତି । ଏହା ମଧ୍ୟ ଦର ବୃଦ୍ଧିର ଆଉ ଏକ କାରଣ ।
Related Topics
Explore more stories