Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Gold Price Hike / ଦଶହରା ପୂର୍ବରୁ ରେକର୍ଡ ସ୍ତରରେ ସୁନା, ଏବେ କିଣିବେ ନା ଅପେକ୍ଷା କରିବେ ?

Sushanta Sahoo
Browse all articles by Sushanta Sahoo
·9 months ago·2 min read
ଦଶହରା ପୂର୍ବରୁ ରେକର୍ଡ ସ୍ତରରେ ସୁନା, ଏବେ କିଣିବେ ନା ଅପେକ୍ଷା କରିବେ ?

Key Points

ବିଶ୍ଵ ବଜାରରେ ସୁନା ନୂଆ ଐତିହାସିକ ରେକର୍ଡ କରିଛି । ଯାହାର ପ୍ରଭାବ ପଡ଼ିଛି ଭାରତୀୟ ବଜାର ଉପରେ । ୨୪ କ୍ୟାରେଟ ସୁନା ଦର ଭାରତରେ ୧୦ ଗ୍ରାମ ପ୍ରତି ୧, ୨୧, ୧୦୦ ଟଙ୍କାରେ ପହଞ୍ଚିଛି ।

ମୁମ୍ବାଇ: ଅକ୍ଟୋବର ୧ରେ ବିଶ୍ଵ ବଜାରରେ ସୁନା ନୂଆ ଐତିହାସିକ ରେକର୍ଡ କରିଛି । ଯାହାର ପ୍ରଭାବ ପଡ଼ିଛି ଭାରତୀୟ ବଜାର ଉପରେ । ୨୪ କ୍ୟାରେଟ ସୁନା ଦର ଭାରତରେ ୧୦ ଗ୍ରାମ ପ୍ରତି ୧, ୨୧, ୧୦୦ ଟଙ୍କାରେ ପହଞ୍ଚିଛି । ସେପଟେ ରୂପା ଦର ୧.୮୯ ପ୍ରତିଶତ ବୃଦ୍ଧି ପାଇ କେଜି ପିଛା ୧, ୫୦, ୫୦୦ରେ ପହଞ୍ଚିଛି ।


ରିପୋର୍ଟ ଅନୁସାରେ, ସେପ୍ଟେମ୍ବର ୨୯ରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧, ୧୯, ୫୦୦ ଟଙ୍କା ଥିଲା । ସେପ୍ଟେମ୍ବର ୩୦ରେ ୧, ୨୦, ୦୦ ଓ ଅକ୍ଟୋବର ୧ରେ ୧, ୨୧, ୧୦୦କୁ ବୃଦ୍ଧି ପାଇଛି । ସେହିଭଳି ସେପ୍ଟେମ୍ବର ୨୯ରେ ୧, ୫୦, ୦୦ ଟଙ୍କା କେଜି ପିଛା ରୂପା ଥିବା ବେଳେ ସେପ୍ଟେମ୍ବର ୩୦ରେ ୫୦୦ ଟଙ୍କା ବଢ଼ି ୧, ୫୦, ୫୦୦ରେ ପହଞ୍ଚିଛି । ରୂପା ଦର ଆଜି ସମାନ ରହିଛି ।


ଏଥିସହ ପଢ଼ନ୍ତୁ: ୯ ମାସରେ ୪୯% ବଢ଼ିଲାଣି ସୁନା ଦର, ରୂପା ମୂଲ୍ୟ ୬୦% ବୃଦ୍ଧି


ଅନ୍ତର୍ଜାତୀୟ ବଜାର (COMEX)ରେ ସୋନା ପ୍ରତି ଆନ୍ସ ୩, ୮୭୫ ଡଲାର୍ ସର୍ବକାଳୀନ ରେକର୍ଡ ଭାଙ୍ଗିଛି । ଆଉ ଦର ବୃଦ୍ଧିର ମୁଖ୍ୟ କାରଣ ହେଉଛି- ନିବେଶକ ଅନ୍ୟ ଅନିଶ୍ଚିତ ନିବେଶରୁ ଟଙ୍କା ଆଣି ସୁନାରେ ନିବେଶ କରୁଛନ୍ଚି । ଦ୍ଵିତୀୟତଃ ଫେଡରାଲ୍ ରିଜର୍ଭ ବ୍ୟାଙ୍କ ଚଳିତ ମାସରେ ଓ ଡିସେମ୍ବରେ ସୁଧ ହାର କମାଇ ପାରେ ।

ଭାରତୀୟ ବଜାରରେ ସ୍ଥିତି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


* ଘରୋଇ ବଜାରରେ ସୁନା ଦର ଅନ୍ତର୍ଜାତୀୟ ମୂଲ୍ୟ ଓ ଡଲାର୍ ତୁଳନାରେ ଟଙ୍କାର ସ୍ଥିତିକୁ ନେଇ ବଦଳି ଥାଏ ।
* ୨୪ କ୍ୟାରେଟ୍ ସୁନାର ଦର ୧, ୨୧, ୦୦୦ ଟଙ୍କା ୧୦ ଗ୍ରାମ ପ୍ରତି ରହିଛି । ଯାହାକି ସୁନା ଦରରେ ସର୍ବକାଳୀନ ରେକର୍ଡ ।


ଏଥିସହ ପଢ଼ନ୍ତୁ: ଭାରତର ଧନୀ ନମ୍ବର ୧ ମୁକେଶ ଅମ୍ବାନୀ, ଶାହରୁଖଙ୍କ ନୂଆ ରେକର୍ଡ


ଆହୁରି ମହଙ୍ଗା ହେବ କି ସୁନା ?


ବଜାର ବିଶେଷଜ୍ଞଙ୍କ ଅନୁସାରେ, ଯଦି ଫେଡରାଲ୍ ରିଜର୍ଭ ବ୍ୟାଙ୍କ ସୁଧ ହାର ହ୍ରାସ୍ କରେ ତାହେଲେ ଦର ଆହୁରି ବଢ଼ିପାରେ । ଆଗାମୀ ସମୟରେ ସୁନା ଦର ମଜଭୁତ ସ୍ଥିତିକୁ ଆସିବ । ୧, ୧୩, ୫୦୦ରୁ ନେଇ ୧, ୧୬, ୫୦୦ ମଧ୍ୟରେ ଦର ରହିପାରେ ।

Related Topics

Explore more stories

Sponsored
Gold Price Hits Record ₹1,21,100 per 10g in India; Silver at ₹1,50,500/kg | Argus News | Argus News