Gold Price Rise / ଆମେରିକା-ଚୀନର ବଡ଼ ଗେମ୍: ହଠାତ୍ ମହଙ୍ଗା ହେଲା ସୁନା, ଏବେ କିଣିବେ ନା ବିକିବେ ?
·2 hours ago·2 min read

Key Points
ବିଗତ କିଛିଦିନ ମଧ୍ୟରେ ସୁନା ଦର ୭ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମଙ୍ଗଳବାର ୧୦ ଗ୍ରାମ ପ୍ରତି ସୁନା ଦର ୧ ଲକ୍ଷ ୪୦ ହଜାର ଟଙ୍କା ପହଞ୍ଚିଥିଲା ।
ନୂଆଦିଲ୍ଲୀ: ଭାରତରେ ସୁନାର ଚାହିଦା କମିଥିଲା, ଫଳରେ ଦର ଖସିଥିଲା । କିନ୍ତୁ ଏବେ ସୁନା-ରୁପା ଦରରେ ଅଭିବୃଦ୍ଧି ଦେଖିବାକୁ ମିଳୁଛି । ତେବେ, କାହିଁକି ଅସ୍ଥିର ହେଉଛି ଏହି ଦୁଇ ଧାତୁର ଦର ?
ରିପୋର୍ଟ ଅନୁସାରେ, ଚୀନ ଅଧିକ ସୁନା କିଣିବା ଆରମ୍ଭ କରି ଦେଇଛି । ଶୁକ୍ରବାର ସୁନା ଦର ୨ ହଜାର ଟଙ୍କା ବୃଦ୍ଧି ପାଇ ୧୦ ଗ୍ରାମ ପିଛା ୧ ଲକ୍ଷ ୪୭ ହଜାର ୭୭୩ ଟଙ୍କାରେ ପହଞ୍ଚିଛି । ବିଗତ କିଛିଦିନ ମଧ୍ୟରେ ସୁନା ଦର ୭ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ମଙ୍ଗଳବାର ୧୦ ଗ୍ରାମ ପ୍ରତି ସୁନା ଦର ୧ ଲକ୍ଷ ୪୦ ହଜାର ଟଙ୍କା ପହଞ୍ଚିଥିଲା ।
ଏଥିସହ ପଢ଼ନ୍ତୁ: ପୁଣି ଝଟକାରେ ଖସିଲା ସୁନା, ରୁପା ମୂଲ୍ୟ …ଜାଣନ୍ତୁ ୨୨ କ୍ୟାରେଟ ସୁନାର ଦର କେତେ?
ଅନ୍ତର୍ଜାତୀୟ ବଜାରରେ ସ୍ଥିତି କ'ଣ ?
ଅନ୍ତର୍ଜାତୀୟ ମାର୍କେଟରେ ବିଗତ ୫ ସପ୍ତାହ ହେଲା ସୁନା ଦର ବୃଦ୍ଧି ପାଇ ଚାଲିଛି । ନଗଦ ବଜାରରେ ସୁନା ଦର ପ୍ରତି ଆନ୍ସ ୪, ୧୮୪.୭୫ ଡଲାର୍ ରହିଛି । ସେହିଭଳି ଅଗଷ୍ଟରେ ଯୋଗାଣ ହେବାକୁ ଥିବା ସୁନା ଦର ପ୍ରତି ଆନ୍ସ ୪, ୧୯୭.୨୦ ଡଲାର୍ ରହିଛି ।
ସପ୍ତାହକରେ ବଢ଼ିଲାଣି ୭ ହଜାର
ବିଶ୍ଵ ବଜାର ଓ କମୋଡିଟି ମାର୍କେଟ୍ ଭଳି ସୁନା-ରୁପା ଦାମ ବୁଲିୟନ୍ ମାର୍କରେ ବୃଦ୍ଧି ପାଇବାରେ ଲାଗିଛି । ପ୍ରାୟ ସପ୍ତାହକ ମଧ୍ୟରେ ସୁନା ଦର ୭ ହଜାର ଓ ରୁପା ଦାମ ୧୬ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।
କାହିଁକି ବଢ଼ୁଛି ସୁନା ଦାମ ?
ଆମେରିକାରେ ଚାକିରି ଆଶା ମଉଳୁଛି । ଫଳରେ ଫେଡରାଲ୍ ରିଜର୍ଭ ବ୍ୟାଙ୍କ ନିକଟ ଭବିଷ୍ୟତରେ ସୁଧ ହାର ବୃଦ୍ଧି କରିବା ଆଶଙ୍କା କମ୍ ହୋଇଛି । ଯାହା ସୁନାକୁ ସୁହାଉଛି । ଆମେରିକାର ଲେବର୍ ଡିପାର୍ଟମେଣ୍ଟର ବ୍ୟୁରୋ ଅଫ୍ ଲେବର୍ ଷ୍ଟାଟିଷ୍ଟିକ୍ସ ଅନୁସାରେ, ଜୁନ୍ରେ ଅଣ-କୃଷି ପେରୋଲ୍ରେ ୫୭ ହଜାର ନିଯୁକ୍ତି ବଢ଼ିଛି ।
ଚୀନର ସୁନା ଚାହିଦା
ଚଳିପ୍ତ ସପ୍ତାହରେ ଚୀନରେ ସୁନା ଅନ୍ତର୍ଜାତୀୟ ଦର ସହ କେବେ ସମାନ ତ ଆଉ କେବେ ପ୍ରତି ଆନ୍ସ ୨ ଡଲାର ଶସ୍ତାରେ ବିକ୍ରି ହେଉଥିଲା । ଏପରିକି ଗତ ସପ୍ତାହରେ ପ୍ରତି ଆନ୍ସ ୩ରୁ ୭ ଡଲାର୍ ଡିସକାଉଣ୍ଟରେ ବିକ୍ରି ହେଉଥିଲା । ଯାହା ସୂଚାଉଛି ପୂର୍ବ ତୁଳନାରେ ଚୀନ ସୁନା କିଣିବା ପାଇଁ ଅଧିକ ସକ୍ରିୟ ହୋଇଛି ।
ଏଥିସହ ପଢ଼ନ୍ତୁ: ୩୧ ଲକ୍ଷ EPF ଆକାଉଣ୍ଟରେ ପଡ଼ିଛି ୯, ୩୦୦ କୋଟି; ନାହାନ୍ତି ଦାବିଦାର
କ'ଣ କରିବେ ନିବେଶକ ?
କମୋଡିଟି ବଜାର ବିଶେଷଜ୍ଞଙ୍କ ଅନୁସାରେ, ଯଦି ଆପଣ ସୁନାରେ ନିବେଶ କରିବାକୁ ଚାହୁଁଛନ୍ତି । ତାହେଲେ ଦର ଖସିବା ବେଳେ ସ୍ଵଳ୍ପ ନିବେଶ ସୁନା ଓ ରୁପାରେ କରନ୍ତୁ । ହଠାତ୍ ଦର ବୃଦ୍ଧି ଦେଖି ବିପୁଳ ପରିମାଣରେ କିଣନ୍ତୁ ନାହିଁ । ଦୀର୍ଘମିଆଦୀ ସୂତ୍ରରେ ସୁନା-ରୁପା ETFରେ SIP ଜରିଆରେ ଛୋଟ ନିବେଶ ଭଲ ବିକଳ୍ପ ହୋଇପାରେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories