Gold Silver Price / ସୁନା ଶସ୍ତା ନା ମହଙ୍ଗା ? ସର୍ବୋଚ୍ଚ ମୂଲ୍ୟରୁ ୧.୮୫ ଲକ୍ଷ ଶସ୍ତାରେ ମିଳୁଛି ରୁପା
·1 hour ago·2 min read

Key Points
ସୁନା ଦର ସ୍ଥିର
କିନ୍ତୁ ରୁପାରେ ବଡ଼ ହ୍ରାସ
ସୁନା କିଣିବେ କି ଅପେକ୍ଷା କରିବେ?
କିନ୍ତୁ ରୁପାରେ ବଡ଼ ହ୍ରାସ
ସୁନା କିଣିବେ କି ଅପେକ୍ଷା କରିବେ?
ସୁନା ଓ ରୁପା ଦରକୁ ନେଇ ପୁଣିଥରେ ବଜାରରେ ଚର୍ଚ୍ଚା ଜୋର ଧରିଛି । ଯଦି ଆପଣ ସୁନା କିମ୍ବା ରୁପା ଅଳଙ୍କାର କିଣିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଖୁବ ଜରୁରୀ । କାରଣ ଗତ କିଛି ଦିନ ଧରି ସୁନା-ରୁପା ଦରରେ ଲଗାତର ପରିବର୍ତ୍ତନ ଦେଖିବାକୁ ମିଳୁଛି । MCX ରୁ ଘରୋଇ ବଜାର ପର୍ଯ୍ୟନ୍ତ ସୁନା ଏବଂ ରୁପା ମୂଲ୍ୟରେ ପରିବର୍ତ୍ତନ ରେକର୍ଡ କରାଯାଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ(MCX), ଜୁନ୍ ୫ ତାରିଖର ଏକ୍ସପାରୀ ହେଉଥିବା ୨୪ କ୍ୟାରେଟ ସୁନା ଦର ପ୍ରତି ୧୦ ଗ୍ରାମ ପିଛା ପ୍ରାୟ ୧.୫୮ ଲକ୍ଷ ଟଙ୍କାରେ ବିକ୍ରି ହେଉଛି । ଗତ ସପ୍ତାହ ସହ ତୁଳନା କଲେ ସୁନା ଦର ପ୍ରାୟ ସ୍ଥିର ରହିଛି ।
ସେହିପରି ୧ କିଲୋଗ୍ରାମ ରୁପା ୨.୭୧ ଲକ୍ଷରେ କାରବାର କରୁଛି । ଅର୍ଥାତ ରୁପା ଏହାର ସର୍ବୋଚ୍ଚ ମୂଲ୍ୟ ଅପେକ୍ଷା ୧.୮୫ ଲକ୍ଷ ଶସ୍ତାରେ ଉପଲବ୍ଧ ହେଉଛି । ତେବେ ଆସନ୍ତୁ ଜାଣିବା ୨୦, ୨୨ ଏବଂ ୨୪-କ୍ୟାରେଟ୍ ସୁନାର ବର୍ତ୍ତମାନର ମୂଲ୍ୟ...
ଯଦି ଆମେ MCX ରେ ସୁନାର ସାପ୍ତାହିକ ମୂଲ୍ୟ ପରିବର୍ତ୍ତନ ଉପରେ ନଜର ପକାଇବା, ତେବେ ଏହା ସ୍ଥିର ରହିଛି । ପ୍ରକୃତରେ, ଗତ ସପ୍ତାହର ଶୁକ୍ରବାରରେ, ସୁନା ଫ୍ୟୁଚର୍ସ ପ୍ରତି ୧୦ ଗ୍ରାମ ପିଛା ୧,୫୮,୫୪୭ରେ କାରବାର କରୁଥିଲା, ଯାହା ଅନେକ ପରିବର୍ତ୍ତନ ପରେ ଏହି ଶୁକ୍ରବାର ୧,୫୮,୫୮୮ରେ ବନ୍ଦ ହୋଇଛି । ଏପଟେ ଘରୋଇ ବଜାରରେ ମଧ୍ୟ ସୁନା ଦରରେ ସାମାନ୍ୟ ହ୍ରାସ ଦେଖିବାକୁ ମିଳିଛି । IBJA ଅନୁସାରେ ୨୪ କ୍ୟାରେଟ୍ ସୁନାର ଦର ୧ ଲକ୍ଷ ୫୮ ହଜାର ୨୧୦ ଟଙ୍କାରୁ କମି ୧ ଲକ୍ଷ ୫୮ ହଜାର ୧୧୭ ଟଙ୍କାରେ ପହଞ୍ଚିଛି ।
ଯଦି ରୁପା କଥା କହିବା ତାହାଲେ, ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୩ ଜୁଲାଇ ଏକ୍ସପାରୀ ଥିବା ରୁପାର ମୂଲ୍ୟ ଏହି ଶୁକ୍ରବାର ୨ ଲକ୍ଷ ୭୧ ହଜାର ୬୦୦ ଟଙ୍କାରେ ବନ୍ଦ ହୋଇଛି । ଘରୋଇ ବଜାରରେ ମଧ୍ୟ ରୁପା ଦରରେ ପ୍ରାୟ ୨ ହଜାର ୫୦୦ ଟଙ୍କା ହ୍ରାସ ହୋଇଛି ।
ସବୁଠାରୁ ବଡ଼ କଥା ହେଲା, ସୁନା ଓ ରୁପା ଏବେ ମଧ୍ୟ ନିଜର ରେକର୍ଡ ହାଇ ଲେଭେଲ୍ ଠାରୁ ବହୁତ ଶସ୍ତାରେ ମିଳୁଛି । ସୁନା ପ୍ରାୟ ୪୪ ହଜାର ଟଙ୍କା ଶସ୍ତା ଥିବାବେଳେ, ରୁପା ନିଜର ଲାଇଫଟାଇମ୍ ହାଇ ଠାରୁ ପ୍ରାୟ ୧ ଲକ୍ଷ ୮୫ ହଜାର ଟଙ୍କା କମ୍ ଦରରେ ମିଳୁଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories