Quick Delivery / କ୍ଲିକ୍ରେ ଅର୍ଡର, ୧୦ ମିନିଟ୍ରେ ଆଉ ମିଳିବନି ସାମଗ୍ରୀ; କଠୋର ହେଲେ ସରକାର
·2 months ago·2 min read

Key Points
୧୦ ମିନିଟ୍ରେ ଅର୍ଡର ଡେଲିଭରିକୁ ନେଇ କଠୋର ହେଲେ କେନ୍ଦ୍ର ସରକାର । ଡେଲିଭରି ବୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଯାଇ ୧୦ ମିନିଟ୍ ଡେଲିଭରି ଉପରେ ସରକାର ହସ୍ତକ୍ଷେପ କରିଛନ୍ତି ।
ନୂଆଦିଲ୍ଲୀ: ଫଟାଫଟ୍ ଅର୍ଡର ଡେଲିଭରି ଉପରେ ରୋକ୍ । ୧୦ ମିନିଟ୍ରେ ଅର୍ଡର ଡେଲିଭରିକୁ ନେଇ କଠୋର ହେଲେ କେନ୍ଦ୍ର ସରକାର । ଡେଲିଭରି ବୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଯାଇ ୧୦ ମିନିଟ୍ ଡେଲିଭରି ଉପରେ ସରକାର ହସ୍ତକ୍ଷେପ କରିଛନ୍ତି ।
କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ପରେ ବ୍ଲିଙ୍କଇଟ୍ (Blinkit) ସମସ୍ତ ବ୍ରାଣ୍ଡରୁ ୧୦ ମିନିଟ୍ ଡେଲିଭରି ଫିଚରକୁ ହଟାଇବାକୁ ଘୋଷଣା କରିଛି । କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ ୧୦ ମିନିଟ୍ ଡେଲିଭରି ପ୍ରସଙ୍ଗକୁ ନେଇ କ୍ଵିକ୍ କମର୍ସ ସେକ୍ଟରରେ ସକ୍ରିୟ କମ୍ପାନୀଗୁଡ଼ିକ ସହ ଆଲୋଚନା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ଖୁସିଖବର: ସୁଭଦ୍ରା ହିତାଧିକାରୀଙ୍କୁ ଖୁବଶୀଘ୍ର ମିଳିବ ଦୁଇଟି କିସ୍ତି
ଶ୍ରମ ମନ୍ତ୍ରୀଙ୍କ ଆଲୋଚନା ପରେ ପରେ ପ୍ରଭାବ ଦେଖିବାକୁ ମିଳିଲାଣି । ବ୍ଲିଙ୍କଇଟ୍ ତାର ସମସ୍ତ ବ୍ରାଣ୍ଡରୁ ୧୦ ମିନିଟ୍ ଡେଲିଭରି ପ୍ରତିଶ୍ରୁତି ହଟାଇବ ବୋଲି କହିଛି ।
ସୂତ୍ର ଅନୁସାରେ, ବ୍ଲିଙ୍କଇଟ୍ ପରେ ଅନ୍ୟ କ୍ଵିକ୍ ଇ-କମର୍ସ କମ୍ପାନୀ ମଧ୍ୟ ସମାନ ଘୋଷଣା କରିବେ ବୋଲି ଆଶା କରାଯାଉଛି । କେନ୍ଦ୍ର ଶ୍ରମ ମନ୍ତ୍ରୀଙ୍କୁ ସମସ୍ତ କ୍ଵିକ୍ ଇ-କମର୍ସ କମ୍ପାନୀ ପ୍ରତିଶ୍ରୁତି ଦେଇ କହିଛନ୍ତି ସେମାନେ ବ୍ରାଣ୍ଡର ବିଜ୍ଞାପନ, ସୋସିଆଲ୍ ମିଡିଆରୁ ୧୦ ମିନିଟ୍ ଡେଲିଭରି ସମୟ ସୀମାକୁ ପ୍ରତ୍ୟାହାର କରିବେ ।
ସୂଚନା ଅନୁସାରେ, କେନ୍ଦ୍ର ଶ୍ରମ ମନ୍ତ୍ରୀ ମନସୁଖ ମାଣ୍ଡଭିୟେ ବ୍ଲିଙ୍କଇଟ୍, ଜେପ୍ଟୋ, ସ୍ଵିଗି ଓ ଜୋମାଟୋର ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ୧୦ ମିନିଟ୍ ସମୟ ସୀମା ହଟାଇବା ଲାଗି କହିଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ । ଯେଉଁଥିରେ ସମସ୍ତ କମ୍ପାନୀ ସହମତି ମଧ୍ୟ ଦେଇଛନ୍ତି ।
ପୂର୍ବରୁ ୧୦ ମିନିଟ୍ ଡେଲିଭରି ବିରୋଧ ଗିଗ୍ ୱାର୍କର୍ସ ଦେଶବ୍ୟାପି ଆନ୍ଦୋଳନ କରିଥିଲେ । ଖ୍ରୀଷ୍ଟମାସ ଓ ନୂଆବର୍ଷ ଜିରୋ ନାଇଟ୍ ସନ୍ଧ୍ଯାରେ ଦେଶର ବିଭିନ୍ନ ସ୍ଥାନରେ ପ୍ରତିବାଦ ଦେଖିବାକୁ ମିଳିଥିଲା ।
ଏଥିସହ ପଢ଼ନ୍ତୁ: ଜାମ୍ମୁ-କାଶ୍ମୀର ଚୀନର ବୋଲି ଦାବି, ଭାରତ କହିଲା ଅନେଇଲେ ତମ ଆଖିକୁ...
ସଂସଦରେ ମଧ୍ୟ ୧୦ ମିନିଟ୍ ଡେଲିଭରି ପ୍ରସଙ୍ଗ ଉଠିଥିଲା । ଡେଲିଭରି ବୟଙ୍କ ସୁରକ୍ଷାକୁ ନେଇ ସମସ୍ତେ ଚିନ୍ତା ପ୍ରକଟ କରିଥିଲେ । ବିଗତ କିଛିଦିନ ହେଲା ସୋସିଆଲ୍ ମିଡିଆରେ ୧୦ ମିନିଟ୍ ଡେଲିଭରି ବିରୋଧରେ ଚାଲିଥିଲା ଆନ୍ଦୋଳନ ।
ଗିଗ୍ ୱାର୍କର୍ସଙ୍କ ମୁଖ୍ୟ ଦାବି

- ସର୍ବନିମ୍ନ ମଜୁରୀ ଅନୁସାରେ ନିଶ୍ଚିତ ଆୟ
- ଏକ ସ୍ଵଚ୍ଛ ଓ ପାରଦର୍ଶୀ ବେତନ ବ୍ୟବସ୍ଥା
- କ୍ୟାବ୍ ଡ୍ରାଇଭରଙ୍କୁ କିଲୋମିଟର ପିଛା ଅତି କମ୍ରେ ୨୦ ଟଙ୍କା ପ୍ରଦାନ
- ଦିନରେ ୮ ଘଣ୍ଟାରୁ ଅଧିକ କାର୍ଯ୍ୟ ପାଇଁ ଓଭର ଟାଇମ୍ ପ୍ରଦାନ
- ଦୁର୍ଘଟଣା, ଅସୁସ୍ଥ ଓ ଜରୁରୀକାଳୀନ ସ୍ଥିତି ପାଇଁ ବୀମା ଓ ସାମାଜିକ ସୁରକ୍ଷା
- ୧୦ ମିନିଟ୍ରେ ଡେଲିଭରି ବନ୍ଦ କରିବା
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories