Jammu And Kashmir / ଜାମ୍ମୁ-କାଶ୍ମୀର ଚୀନର ବୋଲି ଦାବି, ଭାରତ କହିଲା ଅନେଇଲେ ତମ ଆଖିକୁ...
·8 months ago·2 min read

Key Points
ଜାମ୍ମୁ -କାଶ୍ମୀରର ଶକ୍ସଗାମ ଘାଟି ଚୀନର
ଏମିତି କିଛି ଦାବି କରି ବିବାଦରେ ଚୀନ୍
ଭାରତ ପୂର୍ବରୁ କହିଥିଲା...
ଏମିତି କିଛି ଦାବି କରି ବିବାଦରେ ଚୀନ୍
ଭାରତ ପୂର୍ବରୁ କହିଥିଲା...
ଚୀନ୍ର ବଡ଼ ଦାବି। କହିଲା ନା ଭାରତର ନା ପାକିସ୍ତାନର । ଜାମ୍ମୁ-କାଶ୍ମୀରର ଏହି ସ୍ଥାନ ହେଉଛି ଚୀନର। ଏମିତି କିଛି କହି ଚର୍ଚ୍ଚାରେ ଚୀନ। ହେଲେ କାହିଁକି ଏବଂ କଣ ପାଇଁ ଏମିତି କହିଲା ଚୀନ ବୋଲି ଚର୍ଚ୍ଚା। ଜାନୁଆରି ୯ ତାରିଖରେ ଭାରତ ମଧ୍ୟ ଏହି ଅଞ୍ଚଳରେ ଚୀନ୍ର ନିୟନ୍ତ୍ରଣକୁ ବେଆଇନ ଘୋଷଣା କରିଥିଲା। ଚୀନ୍ ଜାମ୍ମୁ-କାଶ୍ମୀରର ଶକ୍ସଗାମ୍ ଘାଟିକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି ଏବଂ ଏହି ବିବାଦୀୟ ଅଞ୍ଚଳ ଦେଇ ଯାଇଥିବା ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ଦେଇ ପାକିସ୍ତାନକୁ ଏକ ରାସ୍ତା ନିର୍ମାଣ କରୁଛି। ଭାରତ ଏପଟେ ଲଗାତାର ପ୍ରତିବାଦ କରିଆସୁଛି। ଭାରତ କହୁଛି ଶକ୍ସଗାମ୍ ଘାଟିରେ କୌଣସି ବିଦେଶୀ ବେଆଇନ ନିର୍ମାଣକୁ ସହ୍ୟ କରାଯିବ ନାହିଁ।
ଚୀନ୍ କହୁଛି କାଶ୍ମୀର ଏକ ଐତିହାସିକ ଓ ଜଟିଳ ପ୍ରସଙ୍ଗ ଯାହାକୁ ଭାରତ ଏବଂ ପାକିସ୍ତାନ ଆଲୋଚନା ମାଧ୍ୟମରେ ଏବଂ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ଉଚିତ। ଚୀନ୍ ଏହା ମଧ୍ୟ କହିଛି, ଆମେ ଜାତିସଂଘର ପ୍ରସ୍ତାବ ଏବଂ ଅନ୍ତର୍ଜାତୀୟ ଚୁକ୍ତିନାମାକୁ ସମ୍ମାନ କରୁଛୁ।ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଜାନୁଆରି ୯ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ, ଶାକ୍ସଗାମ୍ ଉପତ୍ୟକା ଭାରତର ଅଂଶ।ଚୀନ୍-ପାକିସ୍ତାନ ସୀମା ଚୁକ୍ତିନାମା ଏବଂ ସିପିଇସିର କାଶ୍ମୀର ପ୍ରସଙ୍ଗରେ ଚୀନ୍ର ସ୍ଥିତି ସହିତ କୌଣସି ସମ୍ପର୍କ ନାହିଁ। କାଶ୍ମୀର ସମ୍ପର୍କରେ ଚୀନ୍ର ଆଭିମୁଖ୍ୟ ପୂର୍ବପରି ରହିଛି। ଚୀନ୍ ଏବଂ ପାକିସ୍ତାନ ୧୯୬୦ ଦଶକରେ ଏକ ସୀମା ଚୁକ୍ତି ସ୍ୱାକ୍ଷର କରିଥିଲେ। ଏହା ଦୁଇ ଦେଶ ମଧ୍ୟରେ ସୀମା ନିର୍ଦ୍ଧାରଣ କରିଥିଲା।
ସେ କହିଥିଲେ, ଭାରତ କେବେ ବି ୧୯୬୩ ମସିହାର ଚୀନ୍-ପାକିସ୍ତାନ ସୀମା ଚୁକ୍ତିନାମାକୁ ସ୍ୱୀକୃତି ଦେଇନାହିଁ ଏବଂ ଏହାକୁ ବେଆଇନ ବୋଲି ଜୟସୱାଲ କହିଥିଲେ। ଭାରତ ସିପିଇସିକୁ ସ୍ୱୀକୃତି ଦିଏ ନାହିଁ କାରଣ ଏହା ପାକିସ୍ତାନ ଦ୍ୱାରା ବେଆଇନ ଭାବରେ ଅଧିକୃତ ଅଞ୍ଚଳ ଦେଇ ଯାଇଥାଏ। ଜାମ୍ମୁ-କାଶ୍ମୀର ଏବଂ ଲଦାଖ ଭାରତର ଅବିଚ୍ଛେଦ୍ୟ ଅଂଶ ବୋଲି ଭାରତ ପକ୍ଷରୁ ପାକିସ୍ତାନ ଏବଂ ଚୀନ୍ ଉଭୟଙ୍କୁ ବହୁବାର ସ୍ପଷ୍ଟ କରାଯାଇଛି।
ଏଥିସହ ପଢ଼ନ୍ତୁ: ୭୦ ବର୍ଷରେ ପୁଣି ପ୍ରେମରେ ପଡ଼ିଲେ ବିଲ୍ ଗେଟ୍ସ, ଦେଲେ ଏତେ କୋଟି...

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ୍ କହିଛନ୍ତି ଯେ, ବିବାଦୀୟ ଅଞ୍ଚଳଟି ଚୀନ୍ର ଅଂଶ। ନିଜ ଅଞ୍ଚଳରେ ଭିତ୍ତିଭୂମି ବିକାଶ କରିବାର ଅଧିକାର ଚୀନ୍ର ଅଛି। ଏନେଇ କାହାର ପ୍ରଶ୍ନ କରିବାର ଅଧିକାର ନାହିଁ। ମାଓ ନିଙ୍ଗ୍ କହିଛନ୍ତି, ପାକିସ୍ତାନ ୧୯୪୮ ମସିହାରେ ଶାକ୍ସଗାମ୍ ଉପତ୍ୟକାକୁ ଦଖଲ କରିଥିଲା ଏବଂ ୧୯୬୩ ମସିହାରେ ଏହାକୁ ଚୀନ୍କୁ ହସ୍ତାନ୍ତର କରିଥିଲା। ସିପିଇସି ସମ୍ପର୍କରେ ମାଓ ନିଙ୍ଗ୍ କହିଛନ୍ତି, ଏହା ଏକ ଆର୍ଥିକ ସହଯୋଗ ପ୍ରକଳ୍ପ ଯାହା ସ୍ଥାନୀୟ ଆର୍ଥିକ ଏବଂ ସାମାଜିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ଲୋକଙ୍କ ଜୀବନଧାରଣର ସ୍ଥିତିକୁ ଉନ୍ନତ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:
ଅଧିକ ପଢ଼ନ୍ତୁ ବିଦେଶ ଖବର:
Related Topics
Explore more stories