Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

GSTରେ ହେବ ବଡ଼ ପରିବର୍ତ୍ତନ, ଏଣିକି ଆଉ ରହିବନି ୧୨ ଓ ୨୮% GST ସ୍ଲାବ

santosh Kumar Sahoo
Browse all articles by santosh Kumar Sahoo
·10 months ago·2 min read
GSTରେ ହେବ ବଡ଼ ପରିବର୍ତ୍ତନ, ଏଣିକି ଆଉ ରହିବନି ୧୨ ଓ ୨୮% GST ସ୍ଲାବ

Key Points

ଟିକସ ବୋଝରୁ ମିଳିବ ଆଶ୍ବସ୍ତି

GSTରେ ହେବ ବଡ଼ ପରିବର୍ତ୍ତନ ଲୋପ ପାଇବ ୧୨%, ୨୮% ଜିଏସଟି ସ୍ଲାବ୍

GST ସ୍ଲାବ ହ୍ରାସ ନେଇ କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କରିଛି ମନ୍ତ୍ରୀସ୍ତରୀୟ ପରିଷଦ । ୫% ଓ ୧୮% ସ୍ଲାବ ବ୍ୟବସ୍ଥା ପାଇଁ GST ପରିଷଦକୁ ପ୍ରସ୍ତାବ ଦେଇଥିଲା ଅର୍ଥ ମନ୍ତ୍ରାଳୟ । ଗୁରୁବାର ବସିଥିବା ବୈଠକରେ ମନ୍ତ୍ରୀ ସ୍ତରୀୟ ପରିଷଦ ଏହାକୁ ଗ୍ରହଣ କରିଛି ।


ଟିକସ ବୋଝରୁ ମିଳିବ ଆଶ୍ବସ୍ତି । ସଂଶୋଧିତ ଜିଏସଟି ବ୍ୟବସ୍ଥାରେ ଉପକୃତ ହେବେ ଗରିବ ଓ ମଧ୍ୟବିତ୍ତ । ଏବେ ୧୨% ଜିଏସଟି ଲାଗୁ ହେଉଥିବା ପ୍ରାୟ ୯୯% ସାମଗ୍ରୀକୁ ୫% ସ୍ଲାବରେ ରଖିବାକୁ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ନୂଆ GST ସ୍ଲାବ ଲାଗୁ ହେଲେ ଟିକସ ବୋଝରୁ ମିଳିବ ଆଶ୍ବସ୍ତି । ବିଶେଷ ଭାବେ ଉପକୃତ ହେବେ ଗରିବ ଓ ମଧ୍ୟବିତ୍ତ । ଏଣିକି ୧୨ ଓ ୨୮ ବଦଳରେ ୫ ଓ ୧୮ ପ୍ରତିଶତ ହେବ GST ସ୍ଲାବ । ବିଳାସମୟ ସାମଗ୍ରୀ ସହ ତମାଖୁ, ପାନ ମସଲା, ଅନ୍ୟ ନିଶା ସାମଗ୍ରୀକୁ ସ୍ବତନ୍ତ୍ର ୪୦% ସ୍ଲାବରେ ରଖାଯିବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସଂଶୋଧିତ ଜିଏସଟି ବ୍ୟବସ୍ଥାରେ ସାଧାରଣ ଲୋକଙ୍କ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ପାଞ୍ଚ ପ୍ରତିଶତ ଟିକସ ଲାଗୁ ହେବ। ପେଟ୍ରୋଲିୟମ ଉତ୍ପାଦଗୁଡ଼ିକୁ ପୂର୍ବପରି ଜିଏସଟି ସ୍ଲାବର ନୂତନ ବ୍ୟବସ୍ଥାରୁ ବାହାରେ ରଖାଯିବ। ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ପରିସରକୁ ଆଣିବାକୁ କୌଣସି ସହମତି ହୋଇପାରିନାହିଁ । GST ସ୍ଲାବରେ ପରିବର୍ତ୍ତନ ନେଇ ଲାଲକିଲ୍ଲାରୁ ପିଏମ ମୋଦି ସଂକେତ ଦେଇଥିବାବେଳେ ସଂଧ୍ୟାରେ GST ସ୍ଲାବ ହ୍ରାସ ନେଇ GST ପରିଷଦକୁ ପ୍ରସ୍ତାବ ଦେଇଥିଲା ଅର୍ଥ ମନ୍ତ୍ରାଳୟ ।


ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ଏକ ଛଅ ସଦସ୍ୟ ବିଶିଷ୍ଟ ମନ୍ତ୍ରୀସ୍ତରୀୟ ପରିଷଦ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ବିଦ୍ୟମାନ ଚାରିଟି ସ୍ଲାବ୍‌ ବ୍ୟବସ୍ଥାକୁ ପରିବର୍ତ୍ତନ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏବେ ଏହା ସ୍ଥାନରେ କେବଳ ଦୁଇଟି ସ୍ଲାବ୍‌ ଲାଗୁ ହେବ। ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ୫ ପ୍ରତିଶତ ଏବଂ ସାଧାରଣ ସାମଗ୍ରୀ ଉପରେ ୧୮ ପ୍ରତିଶତ ଟିକସ ଲାଗୁ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ସେହି ସମୟରେ, ତମାଖୁ ଭଳି କିଛି କ୍ଷତିକାରକ ସାମଗ୍ରୀ ଉପରେ ୪୦% ହାର ଲାଗୁ ହେବ।

Sponsored
GoM Backs GST Overhaul: India Cuts Tax Slabs to 5% & 18% | Argus News