Videos
|
Business

IDBI Bank / ବଦଳି ଯିବ IDBI ବ୍ୟାଙ୍କ ନାଁ; ୫୨, ୮୭୮ କୋଟିରେ ୬୦% ଅଂଶଧନ କିଣିଲା ଏହି ବିଦେଶୀ କମ୍ପାନୀ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ବଦଳି ଯିବ IDBI ବ୍ୟାଙ୍କ ନାଁ; ୫୨, ୮୭୮ କୋଟିରେ ୬୦% ଅଂଶଧନ କିଣିଲା ଏହି ବିଦେଶୀ କମ୍ପାନୀ
Foreign Investor to Get 60.72% Stake

Key Points

ଘରୋଇ ହୋଇଗଲା IDBI ବ୍ୟାଙ୍କ । ସରକାର ୫୨ ହଜାର ୮୭୮ କୋଟି ଟଙ୍କାରେ IDBI ବ୍ୟାଙ୍କର ୬୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଅନୁମୋଦନ ଦେଇଛନ୍ତି ।
ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ IDBIକୁ ନେଇ ବଡ଼ ନିଷ୍ପତ୍ତି । ଘରୋଇ ହୋଇଗଲା IDBI ବ୍ୟାଙ୍କ । ସରକାର ୫୨ ହଜାର ୮୭୮ କୋଟି ଟଙ୍କାରେ IDBI ବ୍ୟାଙ୍କର ୬୦ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଅନୁମୋଦନ ଦେଇଛନ୍ତି । IDBI ବ୍ୟାଙ୍କରେ ଏବେ Canada Inc କମ୍ପାନୀର ୬୦.୭୨ ପ୍ରତିଶତ ଅଂଶଧନ ରହିବ ।

ସେହିଭଳି IDBI ବ୍ୟାଙ୍କରେ ସରକାରଙ୍କ ୧୫ ପ୍ରତିଶତ ଅଂଶଧନ ରହିଥିବା ବେଳେ LICର ପ୍ରାୟ ୧୯ ପ୍ରତିଶତ ଅଂଶଧନ ରହିବ । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ବ୍ୟାଙ୍କର ନାଁରେ କୌଣସି ପରିବର୍ତ୍ତନ ହେବ ନାହିଁ । ୩ ବର୍ଷ ପରେ IDBI ବ୍ୟାଙ୍କ ନାଁ ବଦଳା ଯାଇ ପାରିବ ।

ଏଥିସହ ପଢ଼ନ୍ତୁ: ଏଣିକି ବାରମ୍ବାର ଉଠାଇପାରିବେନି PF ଟଙ୍କା, ଲିମିଟ୍ ଧାର୍ଯ୍ୟ କଲା EPFO 

ସରକାରଙ୍କ ପାଖେ ୩୪ ପ୍ରତିଶତ ଅଂଶଧନ

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କ୍ୟାବିନେଟ୍‌ରେ IDBI ବ୍ୟାଙ୍କର ଘରୋଇ କରଣ ନେଇ ନିଷ୍ପତ୍ତି ବାବଦରେ ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ । ସେ କହିଛନ୍ତି, "IDBI ବ୍ୟାଙ୍କର ରଣନୈତିକ ପୁନଃ ସରଞ୍ଚନାକୁ ଅନୁମୋଦନ ମିଳିଛି । ଏଥିପାଇ ଏକ ଷ୍ଟ୍ରାଟେଜିକ୍ ପାର୍ଟନର ଚିହ୍ନଟ କରାଯାଇଛି ଓ ଏହି ପାର୍ଟନର ସହାୟତାରେ ବ୍ୟାଙ୍କକୁ ନୂଆ ନିବେଶ ହେବ ।"

କେନ୍ଦ୍ର ମନ୍ତ୍ରୀଙ୍କ ଅନୁସାରେ, ଦେଶର ଅର୍ଥନୈତିକ ସେବା କ୍ଷେତ୍ରରେ ଏହା ସବୁଠୁ ବଡ଼ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ (FDI) ହୋଇପାରେ । ପୁନଃ ସରଞ୍ଚନା ପରେ IDBI ବ୍ୟାଙ୍କରେ ସରକାର ଓ ଏଲଆଇସିର ମିଳିତ ଭାବେ ୩୪ ପ୍ରତିଶତ ଅଂଶଧନ ରହିବ ।

ଏବେ କେନ୍ଦ୍ର ସରକାର ଓ LIC ପାଖରେ IDBI ବ୍ୟାଙ୍କର ୯୪.୭୨ ପ୍ରତିଶତ ଅଂଶଧନ ରହିଛି । କେନ୍ଦ୍ର ସରକାରଙ୍କ ୪୫.୪୭ ପ୍ରତିଶତ ଅଂଶଧନ ରହିଥିବା ବେଳେ LICର ୪୯.୨୪ ପ୍ରତିଶତ ଅଂଶଧନ ରହିଛି ।

ଏହି ଡିଲ୍ ପୂରଣ ହେବା ପରେ କେନ୍ଦ୍ର ସରକାରଙ୍କ ନିକଟରେ IDBI ବ୍ୟାଙ୍କର ୧୫ ପ୍ରତିଶତ ଅଂଶଧନ ରହିବ । ସେହିଭଳି LIC ନିକଟରେ ୧୯ ପ୍ରତିଶତ ଅଂଶଧନ ବଞ୍ଚିବ । ୬୦.୭୨ ପ୍ରତିଶତ ଅଂଶଧନ ସହ Canada Inc.କମ୍ପାନୀ ପାଖରେ IDBI ବ୍ୟାଙ୍କର ପରିଚାଳନା ନିୟନ୍ତ୍ରଣ ରହିବ ।

ଏଥିସହ ପଢ଼ନ୍ତୁ: ରେଲୱେ କର୍ମଚାରୀଙ୍କ ବୋନସକୁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ; ଜାଣନ୍ତୁ ମିଳିବ କେତେ ଟଙ୍କା ? 

ପୁଞ୍ଜି ପ୍ରତ୍ୟାହାର ପାଇଁ ମଞ୍ଜୁରୀ

ଆର୍ଥିକ ମାମଲାର କ୍ୟାବିନେଟ୍ ସମିତି (CCEA) ମଧ୍ୟ IDBI ବ୍ୟାଙ୍କରୁ ରଣନୈତିକ ପୁଞ୍ଜି ନିବେଶକୁ ଅନୁମତି ଦେଇଛି । ଦୁଇଟି ପର୍ଯ୍ୟାୟରେ ବ୍ୟାଙ୍କରୁ ଅଂଶଧନ ପ୍ରତ୍ୟାହାର କରାଯାଉଛି ।