Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବର୍ଷ ଶେଷରେ ଭାରତର ବଡ଼ ଉପଲବ୍ଧି; ଜାପାନକୁ ଟପି ହେଲା ଦୁନିଆର ଚତୁର୍ଥ ବୃହତ୍ତମ ଅର୍ଥନୀତି

Business

Indian Economy / ବର୍ଷ ଶେଷରେ ଭାରତର ବଡ଼ ଉପଲବ୍ଧି; ଜାପାନକୁ ଟପି ହେଲା ଦୁନିଆର ଚତୁର୍ଥ ବୃହତ୍ତମ ଅର୍ଥନୀତି

Sushanta Sahoo
Browse all articles by Sushanta Sahoo
·4 months ago·2 min read
ବର୍ଷ ଶେଷରେ ଭାରତର ବଡ଼ ଉପଲବ୍ଧି; ଜାପାନକୁ ଟପି ହେଲା ଦୁନିଆର ଚତୁର୍ଥ ବୃହତ୍ତମ ଅର୍ଥନୀତି
Historic Moment 🇮🇳 India Beats Japan to Become World’s 4th Largest Economy

Key Points

  • ଜାପାନକୁ ଟପି ଦୁନିଆର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେଲା ଭାରତ
  • ନୋମିନାଲ୍ GDP ଆଧାରରେ ଜାପାନକୁ ପଛରେ ପକାଇଲା
  • ଆଗାମୀ କିଛି ବର୍ଷରେ ଜର୍ମାନୀକୁ ଟପି ତୃତୀୟ ସ୍ଥାନକୁ ଯିବ
  • ବର୍ତ୍ତମାନ ଭାରତର GDP ୪.୧୮ ଟ୍ରିଲିୟନ୍ ଡଲାର
ନୂଆଦିଲ୍ଲୀ: ଆର୍ଥିକ କ୍ଷେତ୍ରରେ ବଡ଼ ଉପଲବ୍ଧି ହାସଲ କରିଛି ଭାରତ । ନୋମିନାଲ୍ GDP ଆଧାରରେ ଜାପାନକୁ ଭାରତ ପଛରେ ପକାଇଛି । ଏଥିସହ ଭାରତ ଏବେ ଦୁନିଆର ଚତୁର୍ଥ ବୃହତ୍ତମ ଅର୍ଥନୀତି ଭାବେ ଉଭା ହୋଇଛି । ଏହି ସୂଚନା ବର୍ଷର ଶେଷଦିନରେ ଜାରି ଅର୍ଥନୀତିକ ରିଭ୍ୟୁ ରିପୋର୍ଟରେ ଦିଆ ଯାଇଛି ।

କେନ୍ଦ୍ର ସରକାରଙ୍କ ଅନୁସାରେ, ଆଗାମୀ କିଛି ବର୍ଷରେ ଭାରତ, ଜର୍ମାନୀକୁ ଟପିଯିବ । ପୁଣି ଆମେରିକା ଓ ଚୀନ ପରେ ଭାରତ ବିଶ୍ଵର ତୃତୀୟ ବୃହତ୍ତମ ଅର୍ଥ ବ୍ୟବସ୍ଥା ହେବ । ତେବେ ଭାରତ ଚତୁର୍ଥ ସ୍ଥାନରେ ପହଞ୍ଚିବା ନେଇ ବିଧିବଦ୍ଧ ଘୋଷଣା ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)- ୨୦୨୫ର ଚୂଡ଼ାନ୍ତ ରିପୋର୍ଟରେ ହେବ । ଉକ୍ତ ରିପୋର୍ଟ ୨୦୨୬ର ପ୍ରଥମ ୬ ମାସରେ ଜାରି ହେବ ।

ଏଥିସହ ପଢ଼ନ୍ତୁ: ମାସିକ ୨ ହଜାର ଟଙ୍କା ଦରମାରୁ କୋଟିପତି; ଅତିରିକ୍ତ ତହସିଲଦାରଙ୍କ ଘରୁ ମିଳିଲା ନଗଦ ୭୫ ଲକ୍ଷ

GDP ୪.୧୮ ଟ୍ରିଲିୟନ୍ ଡଲାର

ସରକାରୀ ତଥ୍ୟ ଅନୁସାରେ, ଭାରତର GDP ବର୍ତ୍ତମାନ ସମୟରେ ୪.୧୮ ଟ୍ରିଲିୟନ୍ ଡଲାର ହୋଇ ସାରିଛି । ଏଥିସହ ଭାରତ, ଜାପାନକୁ ପଛରେ ପକାଇ ବିଶ୍ଵର ଚତୁର୍ଥ ସ୍ଥାନ ହାସଲ କିଛି ।

ସରକାରଙ୍କ ଅନୁମାନ ଅନୁସାରେ, ୨୦୩୦ ସୁଦ୍ଧା ଭାରତର GDP ୭.୩ ଟ୍ରିଲିୟନ୍ ପର୍ଯ୍ୟନ୍ତ ପହଞ୍ଚିପାରେ । ଏଭଳି ଭାବେ ଭାରତ ଆଗାମୀ ଅଢ଼େଇ କିମ୍ବା ୩ ବର୍ଷରେ ଜର୍ମାନୀକୁ ମଧ୍ୟ ପଛରେ ପକାଇପାରେ ।

ଭାରତ ସପକ୍ଷରେ IMFର ଅନୁମାନ

ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF)ର ୨୦୨୬ ଅନୁମାନ ଅନୁସାରେ, ଭାରତର ଅର୍ଥ ବ୍ୟବସ୍ଥା ଆକାର ୪.୫୧ ଟ୍ରିଲିୟନ୍ ଡଲାର୍ ରହିବ । ସେହିଭଳି ଜାପାନର GDP ପ୍ରାୟ ୪.୪୬ ଟ୍ରିଲିୟନ୍ ରହିବା ଆକଳନ କରାଯାଇଛି । ଅର୍ଥାତ୍ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଭାରତର ଆର୍ଥିକ ସ୍ଥିତି ଲଗାତାର ମଜଭୁତ୍ ହେଉଥିବା ଦେଖିବାକୁ ମିଳୁଛି ।

ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ 'ଟାରିଫ୍‌'କୁ ଝଟ୍‌କା; ଭାରତ କରିଦେଲା ବଡ଼ ଖେଳ, ଦେବାକୁ ପଡ଼ିବନି ଟଙ୍କାଟିଏ ଶୁଳ୍କ

ବିଗତ ୧୦ ବର୍ଷରେ ଭାରତୀୟ ଅର୍ଥ ବ୍ୟବସ୍ଥାର ଆକାର ଦୁଇ ଗୁଣ ହୋଇଛି । ଏବେ ଭାରତ ତୃତୀୟ ସ୍ଥାନ ଆଡ଼କୁ ଦ୍ରୁତଗତିରେ ବଢ଼ୁଛି । ସରକାରଙ୍କ ସଦ୍ୟ ଆର୍ଥିକ ନୋଟ୍‌ରେ କୁହାଯାଇଛି, ଭାରତ ନିଜର ଅଭିବୃଦ୍ଧ ମୋମେଣ୍ଟମକୁ ଆଗକୁ ନେବା ପାଇଁ ମଜଭୁତ୍ ସ୍ଥିତିରେ ରହିଛି ।

ଆମେରିକାର ଟାରିଫ୍‌ ସତ୍ତ୍ଵେ ସରକାରଙ୍କୁ ଭରସା

ଅଗଷ୍ଟରେ ଋଷ ତେଲ କିଣିବାକୁ ନେଇ ଆମେରିକା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଥିଲା । ଏହାପରେ ସରକାର କହିଥିଲେ ଭାରତୀୟ ଅର୍ଥ ବ୍ୟବସ୍ଥାର ଭିତ୍ତିଭୂମି ମଜଭୁତ୍ ରହିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Becomes World’s 4th Largest Economy, Beats Japan | Argus News | Argus News