Fuel Export Tax Hike / ପେଟ୍ରୋଲ୍-ଡିଜେଲ୍କୁ ନେଇ ବଡ଼ ଖବର; ୧୧ ଟଙ୍କା ପର୍ଯ୍ୟନ୍ତ ଟିକସ ବଢ଼ାଇଲେ ସରକାର
·1 hour ago·2 min read

Key Points
କେନ୍ଦ୍ର ସରକାର ପେଟ୍ରୋଲ୍ ରପ୍ତାନୀ ଉପରେ ଲାଗୁଥିବା ଟିକସ ୧ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛନ୍ତି । ସେହିଭଳି ଡିଜେଲ୍ ରପ୍ତାନୀ ଉପରେ ମୋଟା ଟିକସ ଲଗାଯାଇଛି ।
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଉତ୍ତେଜନା ଓ ଅଶୋଧିତ ତୈଳଦରରେ ଅସ୍ଥିରତା ମଧ୍ୟରେ ଆସିଲା ବଡ଼ ଖବର । ପେଟ୍ରୋଲ୍-ଡିଜେଲ୍ ସହ ଜେଟ୍ ଫୁଏଲ୍ (ATF) ଉପରେ ଲାଗୁ ୱିଣ୍ଡଫଲ୍ ଟିକସରେ ବଡ଼ ପରିବର୍ତ୍ତନ ହୋଇଛି ।
କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ବିଜ୍ଞପ୍ତି ଅନୁସାରେ, କେନ୍ଦ୍ର ସରକାର ପେଟ୍ରୋଲ୍ ରପ୍ତାନୀ ଉପରେ ଲାଗୁଥିବା ଟିକସ ୧ ଟଙ୍କା ପ୍ରତି ଲିଟର ବୃଦ୍ଧି କରିଛନ୍ତି । ସେହିଭଳି ଡିଜେଲ୍ ରପ୍ତାନୀ ଉପରେ ମୋଟା ଟିକସ ଲଗାଯାଇଛି । ଡିଜଲ୍ ଲିଟର ପିଛା ଟିକସ ୧୦ ଟଙ୍କା ବୃଦ୍ଧି କରାଯାଇଛି ।
ଏଥିସହ ପଢ଼ନ୍ତୁ: ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୬ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ମିଳିବ ବକେୟା DA
ସେହିଭଳି ବିମାନରେ ବ୍ୟବହୃତ ଜେଟ୍ ଫୁଏଲ୍ ଉପରେ ମଧ୍ୟ ଟିକସ ବୃଦ୍ଧି କରାଯାଇଛି । ATF ଉପରେ କେନ୍ଦ୍ର ସରକାର ରପ୍ତାନୀ ଶୁଳ୍କ ୭ ଟଙ୍କା ୫୦ ପଇସା ବୃଦ୍ଧି କରିଥିବା ଜଣାପଡ଼ିଛି ।
ଆନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳଦର ଅଶ୍ଥିର ରହିଥିବା ବେଳେ ଆମେରିକା-ଇରାନ ମଧ୍ୟରେ ଉତ୍ତେଜନ ଲାଗି ରହିଛି । ଯାହାରି ଭିତରେ ସରକାର ପେଟ୍ରୋଲିୟମ୍ ଉତ୍ପାଦ ରପ୍ତାନୀକୁ ନେଇ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ।
କେନ୍ଦ୍ର ସରକାରଙ୍କ ଅନୁସାରେ, ୱିଣ୍ଡଫଲ୍ ଟିକସ ବୃଦ୍ଧିର ଉଦ୍ଦେଶ୍ୟ ଦେଶରେ ପେଟ୍ରୋଲ୍-ଡିଜେଲ୍ ପର୍ଯ୍ୟାପ୍ତ ଉପଲବ୍ଧ ରଖିବା । ଏଥିସହ ଆନ୍ତର୍ଜାତୀୟ ବଜାରରେ ଲାଗି ରହିଥିବା ଅସ୍ଥିରତାର ସାମ୍ନା କରିବା । ରପ୍ତାନୀ ଉପରେ ନୂତନ ଟିକସ ଅଗଷ୍ଟ ୩ ତାରିଖରୁ ଲାଗୁ ହୋଇଛି । ଫଳରେ ଭାରତ ଠାରୁ ପେଟ୍ରୋଲ୍, ଡିଜେଲ୍ ଓ ATF କିଣିବା ଏବେ ଅନ୍ୟ ଦେଶ ପାଇଁ ମହଙ୍ଗା ହେବ ।
ପେଟ୍ରୋଲ୍, ଡିଜେଲ୍ ଉପରେ ଏବେ କେତେ ଟିକସ ?
ସରକାର ପେଟ୍ରୋଲ୍ ଉପରେ ରପ୍ତାନୀ ଶୁଳ୍କ ବୃଦ୍ଧି କରି ଲିଟର ପିଛା ୩ ଟଙ୍କା ୫୦ ପଇସା କରିଛନ୍ତି । ଯାହାକି ପୂର୍ବରୁ ଲିଟର ପିଛା ୨ ଟଙ୍କା ୫୦ ପଇସା ଥିଲା । ସେହିଭଳି ଡିଜେଲ୍ ଉପରେ SAED ସହ ଅନ୍ୟ ଟିକସ ମିଶାଇ ଲିଟର ପିଛା ୨୫ ଟଙ୍କା ୫୦ ପଇସା ନିଆଯାଉଛି । ଯାହାକି ୧୫ ଦିନ ତଳେ ପ୍ରତି ଲିଟର ୧୫ ଟଙ୍କା ୫୦ ପଇସା ରହିଥିଲା ।
ଏଥିସହ ପଢ଼ନ୍ତୁ: LPG ଉପଭୋକ୍ତା ଅଗଷ୍ଟ ୧୬ ପୂର୍ବରୁ କରି ନିଅନ୍ତୁ ଏହି କାମ, ନହେଲେ ମିଳିବନି ସିଲିଣ୍ଡର !
ସେହିଭଳି ATF ରପ୍ତାନୀ ଉପରେ ଲାଗୁଥିବା ଟିକସ ବଢ଼ାଇ ଦେଇଛନ୍ତି ସରକାର । ଏଣିକି ATF ଉପରେ ପ୍ରତି ଲିଟର ୨୨ ଟଙ୍କା ରପ୍ତାନୀ ଶୁଳ୍କ ଦେବାକୁ ପଡ଼ିବ । ଯାହାକି ପୂର୍ବରୁ ପ୍ରତି ଲିଟର ୧୪ ଟଙ୍କା ୫୦ ପଇସା ରହିଥିଲା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories