LPG KYC / LPG ଉପଭୋକ୍ତା ଅଗଷ୍ଟ ୧୬ ପୂର୍ବରୁ କରି ନିଅନ୍ତୁ ଏହି କାମ, ନହେଲେ ମିଳିବନି ସିଲିଣ୍ଡର !
·1 hour ago·2 min read

Key Points
ତୈଳ ମାର୍କେଟିଂ କମ୍ପାନୀ ପକ୍ଷରୁ ପଠା ଯାଇଥିବା ଏହି ମେସେଜରେ LPG ଉପଭୋକ୍ତାଙ୍କୁ ଜରୁରୀ କାମ ଶୀଘ୍ର ସାରିବାକୁ କୁହାଯାଇଛି । ଯାହାର ଡେଡଲାଇନ୍ ରହିଛି ଅଗଷ୍ଟ ୧୬ ତାରିଖ ।
ନୂଆଦିଲ୍ଲୀ: ଆପଣଙ୍କ ଘରେ LPG ସିଲିଣ୍ଡର ଅଛି । ତାହେଲେ ଆପଣଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଏକ ମେସେଜ୍ ଆସିଥିବ । ଯେଉଁଥିରେ e-KYC ପୂରା କରିବା ପାଇଁ ଆଲର୍ଟ ଦିଆଯାଇଥିବା । ତୈଳ ମାର୍କେଟିଂ କମ୍ପାନୀ ପକ୍ଷରୁ ପଠା ଯାଇଥିବା ଏହି ମେସେଜରେ LPG ଉପଭୋକ୍ତାଙ୍କୁ ଜରୁରୀ କାମ ଶୀଘ୍ର ସାରିବାକୁ କୁହାଯାଇଛି ।
ଯାହାର ଡେଡଲାଇନ୍ ରହିଛି ଅଗଷ୍ଟ ୧୬ ତାରିଖ । ଯଦି ଏହି ଅନ୍ତିମ ତାରିଖ ଆପଣ ଡେଇଁ ଯାଆନ୍ତି ତାହେଲେ LPG ସିଲିଣ୍ଡର ମିଳିବା ମୁସ୍କିଲ୍ ହୋଇଯିବ । ଏଥିସହ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ଲାଭାର୍ଥୀଙ୍କ ସରକାରୀ ସବସିଡ୍ ମଧ୍ୟ ଅଟକି ଯାଇପାରେ ।
ଏଥିସହ ପଢ଼ନ୍ତୁ: ITR ଫାଇଲ୍ ନକରିଥିଲେ ଦେବେ ଫାଇନ୍: ୫,୦୦୦ ଟଙ୍କା ପର୍ଯ୍ୟନ୍ତ ସିଧାସଳଖ କ୍ଷତି
ଅଗଷ୍ଟ ମାସ ଆରମ୍ଭରୁ LPG ଉପଭୋକ୍ତାଙ୍କୁ ଆଶ୍ଵସ୍ତି ମିଳିଥିଲା । ତୈଳ ମାର୍କେଟିଂ କମ୍ପାନୀ ଅଗଷ୍ଟ ପହିଲାରେ ୧୯ କେଜି ବିଶିଷ୍ଟ ବାଣିଜ୍ୟିକ LPG ସିଲିଣ୍ଡର ଦର ହ୍ରାସ କରିଥିଲେ । ପୂର୍ବଭଳି ୧୪ କେଜି ବିଶିଷ୍ଟ ଘରୋଇ ସିଲିଣ୍ଡର ଦର ସ୍ଥିର ରହିଛି । ଏଥିସହ କମ୍ପାନୀ ଆଲର୍ଟ ଜାରି କହିଛନ୍ତି ଯେ, ସିଲିଣ୍ଡର ପାଇବା ଲାଗି ତୁରନ୍ତ ଇ-କେୱାଇସ୍ କରି ନିଅନ୍ତୁ ।
ଘରୋଇ ସିଲିଣ୍ଡର ଦାମ
ଏବେ ୧୪ କେଜି ବିଶିଷ୍ଟ ଘରୋଇ LPG ସିଲିଣ୍ଡର ଦର ଦିଲ୍ଲୀରେ ୯୪୨ ଟଙ୍କା ରହିଛି । ସେହିଭଳି କୋଲକାତାରେ ୯୬୮ ଟଙ୍କା, ମୁମ୍ବାଇରେ ୯୪୧ ଟଙ୍କା ୫୦ ପଇସା ଓ ଚେନ୍ନାଇରେ ୯୫୭ ଟଙ୍କା ୫୦ ପଇସା ଅଛି ।
SMS ଆଲର୍ଟରେ ଚେତାବନୀ
ଘରୋଇ LPG ଉପଭୋକ୍ତା ଅଗଷ୍ଟ ୧୬ ତାରିଖ ସୁଦ୍ଧା ଆଧାରେ ବେସଡ୍ ଇ-କେୱାଇସି ପ୍ରକ୍ରିୟା ପୂରଣ କରିବାକୁ ପଡ଼ିବ । ଏଥିପାଇଁ ତୈଳ କମ୍ପାନୀମାନେ ଗ୍ରାହକଙ୍କୁ ଏସଏମଏସ୍ ଆଲର୍ଟ ପଠାଉଛନ୍ତି । ଯେଉଁଥିରେ କୁହାଯାଉଛି ଇ-କେୱାଇସି ନ କଲେ ଗ୍ୟାସ୍ ସିଲିଣ୍ଡର ପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏଥିସହ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାର ହିତାଧିକାରୀ ମଧ୍ୟ ନିର୍ଦ୍ଧାରିତ ତାରିଖ ସୁଦ୍ଧା LPGର ଇ-କେୱାଇସି କରିବା ଜରୁରୀ ।
ଏଥିସହ ପଢ଼ନ୍ତୁ: ଆଉ ନାହିଁ ଓଜନିଆ ସିଲିଣ୍ଡର ଉଠାଇବା ସମସ୍ୟା; ଆସିଲା 10KG ଗ୍ୟାସ୍ ସିଲିଣ୍ଡର, ଦାମ ଏତିକି
ଘରେ ବସି କରିପାରିବେ e-KYC
ଗ୍ୟାସ୍ ଗ୍ରାହକଙ୍କୁ ଏସଏମଏସ୍ ଆଲର୍ଟ ପଠା ଯାଉଛି । ଯେଉଁଥିରେ କୁହାଯାଇଛି, ଇ-କେୱାସି କରିବା ଜରୁରୀ । IOCL ପକ୍ଷରୁ ଆଲର୍ଟ ପଠାଯିବା ସହ ସମ୍ପୂର୍ଣ୍ଣ ପ୍ରକ୍ରିୟା ସେୟାର୍ କରାଯାଇଛି । ଯେଉଁଥିରେ ଲେଖାଯାଇଛି Indian Oil One App ମାଧ୍ୟମରେ ଘରେ ବସି ଅଥବା ଆପଣଙ୍କ ଡିଷ୍ଟ୍ରିବ୍ୟୁଟରଙ୍କ ପାଖକୁ ଯାଇ ଇ-କେୱାଇସି କରାଯାଇ ପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories