Videos
|
Business

India Tax Reforms 2026 / ସରକାରଙ୍କ ବଡ଼ ପ୍ରସ୍ତୁତି , TAX ନିୟମରେ ଆସୁଛି ବଡ଼ ପରିବର୍ତ୍ତନ ?

Santosh Kumar Sahoo
Browse all articles by Santosh Kumar Sahoo
·1 month ago·2 min read
ସରକାରଙ୍କ ବଡ଼ ପ୍ରସ୍ତୁତି , TAX ନିୟମରେ ଆସୁଛି ବଡ଼ ପରିବର୍ତ୍ତନ ?
India Tax Reforms 2026

Key Points

ବଦଳିବ TAX ବ୍ୟବସ୍ଥା ?
ସରକାର ନେଇପାରନ୍ତି ବଡ଼ ନିଷ୍ପତ୍ତି!
ଏହି ନିୟମ ଆପଣଙ୍କୁ ପ୍ରଭାବିତ କରିପାରେ!
ବିଦେଶୀ ନିବେଶକଙ୍କ ପାଇଁ ବଡ଼ ଉପହାର । ଦେଶର ଅର୍ଥନୀତିକୁ ଆହୁରି ମଜବୁତ କରିବା ସହ ବିଦେଶୀ ପୁଞ୍ଜିକୁ ଆକର୍ଷିତ କରିବାକୁ ସରକାର ଆଣିପାରନ୍ତି ବଡ଼ ଟ୍ୟାକ୍ସ ସଂଶୋଧନ ବିଲ୍ । ଯାହା ଫଳରେ ଅର୍ଥନୀତି ଓ ସେୟାର ବଜାରକୁ ମିଳିପାରେ ବଡ଼ ବଳ ।

ଭାରତରେ ବିଦେଶୀ ନିବେଶକଙ୍କ ସଂଖ୍ୟା ବଢ଼ାଇବା ସହ ଦେଶର ଅର୍ଥନୀତିକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଏହି ଉଦ୍ଦେଶ୍ୟରେ Taxation and Other Laws (Amendment) Bill, 2026 ସଂସଦରେ ଉପସ୍ଥାପନ କରାଯାଇପାରେ । ଏହି ପ୍ରସ୍ତାବିତ ବିଲ୍‌ରେ ବିଦେଶୀ ନିବେଶକଙ୍କ ପାଇଁ ନିୟମକୁ ସରଳ କରିବା ସହ ଘରୋଇ ଉତ୍ପାଦନକୁ ପ୍ରୋତ୍ସାହନ ଦେବାକୁ ଅନେକ ଟ୍ୟାକ୍ସ ରିହାତିର ବ୍ୟବସ୍ଥା ରହିଛି ।

ପ୍ରସ୍ତାବିତ ବିଲ୍‌ରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ଟିକସ ଛାଡ଼ ଅବଧି ବୃଦ୍ଧି କରିବା, ବିଦେଶୀ ନିବେଶ ପାଣ୍ଠି ସହିତ ଜଡିତ ନିୟମାବଳୀକୁ ସରଳ କରିବା ଏବଂ REITs, InvITs, ଡାଟା ସେଣ୍ଟର ଏବଂ ସରକାରୀ ବଣ୍ଡରେ ନିବେଶ କରୁଥିବା ବିଦେଶୀ ନିବେଶକଙ୍କୁ ଟିକସ ରିହାତି ପ୍ରଦାନ କରିବା ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନର ପ୍ରସ୍ତାବ ରହିଛି ।

ଅଧିକ ପଢ଼ନ୍ତୁ: ୮ମ ବେତନ ଆୟୋଗର ବଡ଼ ଖବର! କେବେ ବଢ଼ିବ ଦରମା ?


ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଘରୋଇ ଇଲେକ୍ଟ୍ରୋନିକ୍ସ ଉତ୍ପାଦକଙ୍କୁ ସାମଗ୍ରୀ ଯୋଗାଉଥିବା ବିଦେଶୀ ସପ୍ଲାୟରଙ୍କ ପାଇଁ ଟିକସ ଛାଡ଼ ଅବଧି ବୃଦ୍ଧି କରିବା ସହ ଡାଟା ସେଣ୍ଟର ଏବଂ ହୀରା ଖଣି କ୍ଷେତ୍ରକୁ ଟିକସ ଛାଡ଼ ଲାଭ ପ୍ରଦାନ କରିବା ପାଇଁ ଆଇନକୁ ମଧ୍ୟ ସଂସଦରେ ଅନୁମୋଦନ ମିଳିପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆୟକର ଆଇନରେ ସଂଶୋଧନ କରି କଣ୍ଟ୍ରାକ୍ଟ ମାନୁଫାକ୍ଚରିଂ ପାଇଁ ଦିଆଯାଉଥିବା ଟିକସ ଛାଡ଼ ଅବଧିକୁ ବର୍ତ୍ତମାନର ୨୦୩୧ରୁ ବଢ଼ାଇ ୨୦୪୧ ପର୍ଯ୍ୟନ୍ତ କରିବାର ପ୍ରସ୍ତାବ ରହିଛି । ଏହା ଅଧିନରେ ମୋବାଇଲ୍ ଫୋନ୍, ଲ୍ୟାପଟପ୍, ଟ୍ୟାବଲେଟ୍ ଓ ସର୍ଭର ପରି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ସାମିଲ ରହିବ ।

ରିପୋର୍ଟରେ ଆହୁରି କୁହାଯାଇଛି ଯେ, ବିଦେଶୀ ସଂସ୍ଥାଗତ ନିବେଶକଙ୍କୁ ସରକାରୀ ସିକ୍ୟୁରିଟିରୁ ମିଳୁଥିବା ସୁଧ ଉପରେ ଟିକସ ଛାଡ଼ ଦେଉଥିବା ବର୍ତ୍ତମାନର ଅଧ୍ୟାଦେଶକୁ ଆଇନରେ ପରିଣତ କରିବାକୁ ମଧ୍ୟ ସରକାର ଯୋଜନା କରୁଛନ୍ତି ।

ସରକାରଙ୍କ ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ବିଦେଶୀ ପୁଞ୍ଜିର ପ୍ରତ୍ୟାହାରକୁ ରୋକିବା, ଟଙ୍କାର ମୂଲ୍ୟକୁ ସମର୍ଥନ ଦେବା ଏବଂ ବୈଶ୍ୱିକ ଅସ୍ଥିରତା ମଧ୍ୟରେ ଦେଶର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବା । ଯଦି ଏହି ବିଲ୍ ସଂସଦରେ ପାରିତ ହୁଏ, ତେବେ ଭାରତୀୟ ସେୟାର ବଜାରକୁ ମଧ୍ୟ ବଡ଼ ସମର୍ଥନ ମିଳିପାରେ ।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବର୍ତ୍ତମାନ ଚାଲିଥିବା ସଂସଦ ଅଧିବେଶନ ସମୟରେ ଏହି ବିଲ୍ ଉପସ୍ଥାପନ କରିପାରନ୍ତି। ଏହି ଅଧିବେଶନ ଅଗଷ୍ଟ ୧୩ ପର୍ଯ୍ୟନ୍ତ ଚାଲିବ । ଯଦିଓ ପ୍ରଶ୍ନପତ୍ର ଲିକ୍ ଓ ଛାତ୍ର ଆନ୍ଦୋଳନକୁ ନେଇ ବିରୋଧୀ ଦଳର ହଙ୍ଗାମା କାରଣରୁ ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି। ତଥାପି ଅଧିବେଶନ ଶେଷ ହେବା ପୂର୍ବରୁ ସରକାର ଏହି ବିଲ୍‌କୁ ପାରିତ କରାଇବାକୁ ପ୍ରୟାସ ଜାରି ରଖିଛନ୍ତି ।
India May Introduce Major Tax Reforms for Foreign Investors | Argus News