India US Deal / ଟାରିଫ୍ ଭିତରେ ଆମେରିକା ସହ ଭାରତର ବଡ଼ ଡିଲ୍; ମନ୍ତ୍ରୀ କହିଲେ 'ଐତିହାସିକ ପ୍ରଥମ'
·4 months ago·2 min read

Key Points
ପ୍ରଥମଥର ପାଇଁ ଆମେରିକା-ଭାରତ ମଧ୍ୟରେ ଏଲ୍ପିଜିକୁ ନେଇ ବୁଝାମଣା ହୋଇଛି । ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇ ଏହାକୁ ଐତିହାସିକ ପ୍ରଥମ ବୋଲି କହିଛନ୍ତି ।
ନୂଆଦିଲ୍ଲୀ: ଟ୍ରମ୍ପଙ୍କ ଟାରିଫ୍ ମାଡ଼ ଭିତରେ ଭାରତ ସହ ଚୁକ୍ତି କଲା ଆମେରିକା । ଭାରତ-ଆମେରିକା ବାଣିଜ୍ୟିକ ଚୁକ୍ତି ଚୂଡ଼ାନ୍ତ ହୋଇନଥିବା ବେଳେ ଦୁଇ ଦେଶ ଏକାଠି ଆଗକୁ ବଢ଼ିଛନ୍ତି । ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ୨୦୦ ଖାଦ୍ୟ ସାମଗ୍ରୀ ଉପରୁ ଟାରିଫ୍ ହଟାଇବାକୁ ଘୋଷଣା କରିଛନ୍ତି ।
ଏଥିସହ ପଢ଼ନ୍ତୁ: ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀ ଦଣ୍ଡାଦେଶ
ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ପ୍ରଥମଥର ପାଇଁ ସ୍ଵାକ୍ଷରିତ ହୋଇଛି ଏଲ୍ପିଜିକୁ ନେଇ ଚୁକ୍ତି । ପ୍ରଥମଥର ପାଇଁ ଆମେରିକା-ଭାରତ ମଧ୍ୟରେ ଏଲ୍ପିଜିକୁ ନେଇ ବୁଝାମଣା ହୋଇଛି । ଏନେଇ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇ ଏହାକୁ ଐତିହାସିକ ପ୍ରଥମ ବୋଲି କହିଛନ୍ତି ।
ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୋସିଆଲ୍ ମିଡିଆ Xରେ ଏକ ଲମ୍ବା ପୋଷ୍ଟ ମାଧ୍ୟମରେ ଚୁକ୍ତି ନେଇ ସୂଚନା ଦେଇଛନ୍ତି । ଆମେରିକା ଠାରୁ ଭାରତ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଆମଦାନୀ କରିବା ଲାଗି ପ୍ରଥମ ଚୁକ୍ତିରେ ହସ୍ତାକ୍ଷର କରିଛି । ଭାରତରେ ଦ୍ରୁତଗିତରେ ବଢ଼ୁଥିବା ଶକ୍ତି ବଜାର ପାଇଁ ଏହି ନିଷ୍ପତ୍ତି ଐତିହାସିକ ବୋଲି କହିଛନ୍ତି ମନ୍ତ୍ରୀ ।
ହରଦୀପ ସିଂ ପୁରୀ Xରେ ଦେଇଥିବା ତଥ୍ୟ ଅନୁସାରେ, ଭାରତୀୟ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL), ଭାରତ ପେଟ୍ରୋଲିୟମ୍ (BPCL) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ୨୦୨୬ରୁ ଆମେରିକାରୁ ପ୍ରତି ବର୍ଷ ୨.୨ ମିଲିୟନ୍ ଟନ୍ ଏଲ୍ପିଜି ଆମଦାନୀ କରିବାକୁ ଚୁକ୍ତି ସ୍ଵାକ୍ଷର କରାଯାଇଛି । ବାର୍ଷିକ ଆମଦାନୀର ଏହି ପରିମାଣ ଭାରତର ମୋଟ ଆମଦାନୀର ପ୍ରାୟ ୧୦ ପ୍ରତିଶତ ।
ଏହି ଚୁକ୍ତିର ଉଦ୍ଦେଶ୍ୟ କ'ଣ ?
ଆମେରିକା ସହ ହୋଇଥିବା ଏଲ୍ପିଜି ଚୁକ୍ତିକୁ ହରଦୀପ ସିଂ ପୁରୀ ଏକ ଐତିହାସିକ ମୁହୂର୍ତ୍ତ ବିବେଚନା କରିଛନ୍ତି । ଲେଖିଛନ୍ତି, "ଦୁନିଆରେ ଦ୍ରୁତଗତିରେ ବଢ଼ୁଥିବା ଏଲ୍ପିଜି ବଜାର ପାଇଁ ଆମେରିକା ଦ୍ଵାର ଖୋଲି ଦେଇଛି । ଆମେରିକାରୁ ଏଲ୍ପିଜି ଆମଦାନୀ ଲୋକଙ୍କୁ ଲାଭ ଦେବ । ଭୂ-ରାଜନୈତିକ ବ୍ୟବଧାନ ଭିତରେ ଏହି ଚୁକ୍ତି ଗୁରୁତ୍ଵପୂର୍ଣ୍ଣ ।"
ଏଥିସହ ପଢ଼ନ୍ତୁ: ଇରାନରେ ମିଳୁନି ପାଣି, ଦେଶର ପରିସ୍ଥିତି ଚିନ୍ତାଜନକ
ଆମେରିକା ସହ ଭାରତର ଏହି ଚୁକ୍ତି ମାଉଣ୍ଟ ବେଲଭିୟୁ ଆଧାରରେ ହୋଇଛି । ଯାହାକି ଆମେରିକାର ଏକ ପ୍ରମୁଖ ଦର ନିୟନ୍ତ୍ରଣ କେନ୍ଦ୍ର । ଆମେରିକାର ଏଲ୍ପିଜି ଉତ୍ପାଦନକାରୀଙ୍କ ସହ ମାସାଧିକ ସମୟ ଆଲୋଚନା ପରେ ଭାରତକୁ ଏଥିରେ ସଫଳତା ମିଳିଛି ।

A historic first!
— Hardeep Singh Puri (@HardeepSPuri) November 17, 2025
One of the largest and the world’s fastest growing LPG market opens up to the United States.
In our endeavour to provide secure affordable supplies of LPG to the people of India, we have been diversifying our LPG sourcing.
In a significant development,…
ପେଟ୍ରୋଲିୟମ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୋସିଆଲ୍ ମିଡିଆ Xରେ ଏକ ଲମ୍ବା ପୋଷ୍ଟ ମାଧ୍ୟମରେ ଚୁକ୍ତି ନେଇ ସୂଚନା ଦେଇଛନ୍ତି । ଆମେରିକା ଠାରୁ ଭାରତ ତରଳ ପେଟ୍ରୋଲିୟମ୍ ଗ୍ୟାସ୍ (LPG) ଆମଦାନୀ କରିବା ଲାଗି ପ୍ରଥମ ଚୁକ୍ତିରେ ହସ୍ତାକ୍ଷର କରିଛି । ଭାରତରେ ଦ୍ରୁତଗିତରେ ବଢ଼ୁଥିବା ଶକ୍ତି ବଜାର ପାଇଁ ଏହି ନିଷ୍ପତ୍ତି ଐତିହାସିକ ବୋଲି କହିଛନ୍ତି ମନ୍ତ୍ରୀ ।
ହରଦୀପ ସିଂ ପୁରୀ Xରେ ଦେଇଥିବା ତଥ୍ୟ ଅନୁସାରେ, ଭାରତୀୟ ତୈଳ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOCL), ଭାରତ ପେଟ୍ରୋଲିୟମ୍ (BPCL) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ (HPCL) ୨୦୨୬ରୁ ଆମେରିକାରୁ ପ୍ରତି ବର୍ଷ ୨.୨ ମିଲିୟନ୍ ଟନ୍ ଏଲ୍ପିଜି ଆମଦାନୀ କରିବାକୁ ଚୁକ୍ତି ସ୍ଵାକ୍ଷର କରାଯାଇଛି । ବାର୍ଷିକ ଆମଦାନୀର ଏହି ପରିମାଣ ଭାରତର ମୋଟ ଆମଦାନୀର ପ୍ରାୟ ୧୦ ପ୍ରତିଶତ ।
ଏହି ଚୁକ୍ତିର ଉଦ୍ଦେଶ୍ୟ କ'ଣ ?
ଆମେରିକା ସହ ହୋଇଥିବା ଏଲ୍ପିଜି ଚୁକ୍ତିକୁ ହରଦୀପ ସିଂ ପୁରୀ ଏକ ଐତିହାସିକ ମୁହୂର୍ତ୍ତ ବିବେଚନା କରିଛନ୍ତି । ଲେଖିଛନ୍ତି, "ଦୁନିଆରେ ଦ୍ରୁତଗତିରେ ବଢ଼ୁଥିବା ଏଲ୍ପିଜି ବଜାର ପାଇଁ ଆମେରିକା ଦ୍ଵାର ଖୋଲି ଦେଇଛି । ଆମେରିକାରୁ ଏଲ୍ପିଜି ଆମଦାନୀ ଲୋକଙ୍କୁ ଲାଭ ଦେବ । ଭୂ-ରାଜନୈତିକ ବ୍ୟବଧାନ ଭିତରେ ଏହି ଚୁକ୍ତି ଗୁରୁତ୍ଵପୂର୍ଣ୍ଣ ।"
ଏଥିସହ ପଢ଼ନ୍ତୁ: ଇରାନରେ ମିଳୁନି ପାଣି, ଦେଶର ପରିସ୍ଥିତି ଚିନ୍ତାଜନକ
ଆମେରିକା ସହ ଭାରତର ଏହି ଚୁକ୍ତି ମାଉଣ୍ଟ ବେଲଭିୟୁ ଆଧାରରେ ହୋଇଛି । ଯାହାକି ଆମେରିକାର ଏକ ପ୍ରମୁଖ ଦର ନିୟନ୍ତ୍ରଣ କେନ୍ଦ୍ର । ଆମେରିକାର ଏଲ୍ପିଜି ଉତ୍ପାଦନକାରୀଙ୍କ ସହ ମାସାଧିକ ସମୟ ଆଲୋଚନା ପରେ ଭାରତକୁ ଏଥିରେ ସଫଳତା ମିଳିଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories