Sheikh Hasina / ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଫାଶୀ ଦଣ୍ଡାଦେଶ
·9 months ago·2 min read

Key Points
ଶେଖ ହସିନାଙ୍କୁ ଫାଶୀ ଦଣ୍ଡାଦେଶ
ହସିନାଙ୍କ ୩ ଦୋଷୀଙ୍କୁ ମଧ୍ୟ ମୃତ୍ୟୁ ଦଣ୍ଡାଦେଶ

ବାଂଲାଦେଶ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ । ନରସଂହାର ମାମଲାରେ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ବାଂଲାଦେଶ କୋର୍ଟ । ବିକ୍ଷୋଭକାରୀଙ୍କୁ ହତ୍ୟା ନେଇ ହୋଇଥିଲା ମାମଲା । ହସିନାଙ୍କ ବିରୋଧରେ ଜୁଲାଇ ବିଦ୍ରୋହ ସମୟରେ ନିରସ୍ତ୍ର ସାଧାରଣ ଲୋକଙ୍କ ଉପରେ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେବା ଅଭିଯୋଗ ଥିଲା । ତେବେ କୋର୍ଟଙ୍କ ଏହି ନିଷ୍ପତ୍ତି ହସିନାଙ୍କ ପାଇଁ ଅଡୁଆ ସୃଷ୍ଟି କରିଥିଲା । ପ୍ରଥମେ ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବାଂଲାଦେଶ କୋର୍ଟ ।
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଛନ୍ତି ଇଣ୍ଡରନ୍ୟାସନାଲ କ୍ରାଇମ୍ ଟ୍ରିବ୍ୟୁନାଲ୍ । ଯାହାର ଶୁଣାଣି କରି କୋର୍ଟ ଏହି ରାୟ ଶୁଣାଇଛନ୍ତି । ଜଷ୍ଟିସ ଗୁଲାମ ମୁର୍ତାଜାଙ୍କ ଖଣ୍ଡପୀଠ ଶେଷରେ ହସିନାଙ୍କ ବିରୋଧରେ ରାୟ ଦେଇଛନ୍ତି । ପ୍ରାୟ ୪୦୦ ପୃଷ୍ଠାର ଦସ୍ତାବିଜ ପଢିବା ପରେ କୋର୍ଟ ରାୟ ଦେଇଥିଲେ । ୬ଟି ପର୍ଯ୍ୟାୟରେ ରାୟ ପ୍ରକାଶ ପାଇଥିଲା । ଯାହା ହସିନାଙ୍କ ବିରୋଧରେ ଯାଇଛି । ବିକ୍ଷୋଭ ବେଳେ ସେ ପୋଲିସକୁ ନିରସ୍ତ୍ର ଜନତାଙ୍କ ଉପରେ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହା ମାନବିକତାକୁ ଉଲ୍ଲଙ୍ଘନ କରୁଥିବା କୋର୍ଟ ଦର୍ଶାଇଥିଲେ । ଶେଷରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ ।
ଏଥିସହ ପଢ଼ନ୍ତୁ: ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ରାୟ, ନରସଂହାର ମାମଲାରେ ଦୋଷୀ ସାବ୍ୟସ୍ତ
ସୂଚନା ଅନୁଯାୟୀ, ରାୟ ପ୍ରଦାନ କରିବା ସମୟରେ, କୋର୍ଟ ହସିନାଙ୍କ ଅଡିଓ ମଧ୍ୟ ଜାରି କରିଥିଲେ । ଯାହା ବାଂଲାଦେଶରେ ଭାଇରାଲ ହୋଇଥିଲା। ଏହି ଅଡିଓରେ, ହସିନା ପୋଲିସ ମୁଖ୍ୟଙ୍କୁ ଲୋକଙ୍କ ଉପରେ ଗୁଳି ଚଳାଇବାକୁ କହୁଥିବା ଶୁଣିବାକୁ ମିଳିଥିଲା । କୋର୍ଟ ରାୟ ପ୍ରଦାନ କରିବା ସମୟରେ ମାନବାଧିକାର କମିଶନର ରିପୋର୍ଟକୁ ମଧ୍ୟ ଉଲ୍ଲେଖ କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତେବେ କହିରଖୁଛୁ ଯେ, ଶେଖ୍ ହସିନାଙ୍କ ବିରୁଦ୍ଧରେ ୫ଟି ଗମ୍ଭୀର ଆରୋପ ରହିଛି। ବିଶେଷ କରି ମାନବତା ବିରୋଧୀ ଅପରାଧକୁ ନେଇ ଶେଖ୍ ହସିନାଙ୍କ ବିରୁଦ୍ଧରେ ମାମଲା ଚାଲିଥିଲା। ବିରୋଧୀ ଦଳ ନେତାଙ୍କୁ ଗାଏବ କରିଥିବାର ଶେଖ୍ ହାସିନାଙ୍କ ଉପରେ ଆରୋପ ରହିଛି। ହିଂସା ବେଳେ ହତ୍ୟା ଷଡ଼ଯନ୍ତ୍ରରେ ସାମିଲ୍ ଥିଲେ। ମେ ୧୨, ୨୦୨୫ରେ ଆସିଥିବା ଯାଞ୍ଚ ରିପୋର୍ଟ ଦାବି କରିଛି ଯେ, ଶେଖ୍ ହାସିନା ହତ୍ୟା କରିବାକୁ ଆଦେଶ ଦେଇଥିଲେ। ଯାହାଲାଗି ହିଂସା ଅଧିକ ବ୍ୟାପକ ହୋଇଯାଇଥିଲା। ମହିଳା, ଛୋଟ ପିଲାଙ୍କ ସମେତ ୧୪ଶହ ଜଣଙ୍କୁ ହତ୍ୟା ସହ ୨୫ହଜାରରୁ ଅଧିକ ଲୋକ ଆହତ ହୋଇଥିଲେ।
ରାୟର ଗୋଟିଏ ଦିନ ପୂର୍ବରୁ ହସିନାଙ୍କ ଦଳ ଆୱାମୀ ଲିଗକୁ ଦେଶବ୍ୟାପୀ "ସମ୍ପୂର୍ଣ୍ଣ ବନ୍ଦ" ଘୋଷଣା କରାଯାଇଥିଲା । ତେବେ ବାଂଲାଦେଶରେ ବନ୍ଦ ଡାକରା ଏପରି ସମୟରେ ଦିଆଯାଇଛି, ଯେତେବେଳେ ୟୁନୁସ୍ ସରକାର ପୂର୍ବରୁ ଆୱାମୀ ଲିଗର ସମସ୍ତ କାର୍ଯ୍ୟକଳାପକୁ ନିଷିଦ୍ଧ କରିସାରିଛି । ଦୁଇ ନେତାଙ୍କ ସମର୍ଥକ ମୁହାଁମୁହିଁ ହେବାର ସମ୍ଭାବନା ଥିବାରୁ ଏବେ ସାରା ଦେଶରେ ହାଇ ଆଲର୍ଟ ଜାରି କରାଯାଇଛି ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories