Videos
|
Business

Stock Market Recovery / ଗୁରୁବାରର ବଡ଼ କ୍ରାଶ୍ ପରେ ଶୁକ୍ରବାର ସେୟାର ବଜାରରେ ସୁଧାର, ନିବେଶକଙ୍କୁ ମିଳିଲା ଆଶ୍ୱସ୍ତି

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଗୁରୁବାରର ବଡ଼ କ୍ରାଶ୍ ପରେ ଶୁକ୍ରବାର ସେୟାର ବଜାରରେ ସୁଧାର, ନିବେଶକଙ୍କୁ ମିଳିଲା ଆଶ୍ୱସ୍ତି
Stock Market

Key Points

ନିବେଶକଙ୍କ ପାଇଁ ଖୁସି ଖବର
କ୍ରାସ୍‌ ପରେ ସେନସେକ୍ସ-ନିଫ୍ଟିରେ ସୁଧାର
ଆମେରିକାର କଟକଣା ସତ୍ତ୍ୱେ ଚମକିଲା IT ସେୟାର
ଗୁରୁବାର ଭାରତୀୟ ସେୟାର ବଜାରରେ ଦେଖାଦେଇଥିବା ବଡ଼ ଧରଣର ହ୍ରାସ ପରେ ଶୁକ୍ରବାର ବଜାରରେ ସୁଧାର ଦେଖିବାକୁ ମିଳିଛି । ସପ୍ତାହର ଶେଷ କାରବାର ଦିନରେ ସବୁଜ ସଙ୍କେତ ସହ ବଜାର ଖୋଲିବା ଫଳରେ ନିବେଶକଙ୍କ ମଧ୍ୟରେ କିଛିଟା ଆଶ୍ୱସ୍ତି ଦେଖାଦେଇଛି ।

ସେନସେକ୍ସ ଓ ନିଫ୍ଟିରେ ବୃଦ୍ଧି

ଶୁକ୍ରବାର କାରବାର ଆରମ୍ଭରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (BSE)ର ସେନସେକ୍ସ ପ୍ରାୟ ୧୮୦ ପଏଣ୍ଟ ବୃଦ୍ଧି ପାଇଥିବାବେଳେ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ (NSE)ର ନିଫ୍ଟି ପ୍ରାୟ ୮୦ ପଏଣ୍ଟ ଉପରକୁ ଉଠିଥିଲା । ସେନସେକ୍ସ ୭୨,୨୬୦ ପଏଣ୍ଟ ଏବଂ ନିଫ୍ଟି ୨୨,୪୪୦ ପଏଣ୍ଟ ସ୍ତରରେ କାରବାର କରୁଥିବା ଦେଖାଯାଇଥିଲା ।

ଆମେରିକାର ଟ୍ରମ୍ପ୍ ପ୍ରଶାସନ ପକ୍ଷରୁ ଗ୍ରୀନ୍ କାର୍ଡ ସମ୍ବନ୍ଧୀୟ ସୁବିଧା ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିବା ଖବର ମଧ୍ୟରେ ଭାରତୀୟ ଆଇଟି କମ୍ପାନୀଗୁଡ଼ିକର ସେୟାରରେ ଉନ୍ନତି ଦେଖାଯାଇଥିଲା। ଟିସିଏସ୍ (TCS), ଇନଫୋସିସ୍, ୱିପ୍ରୋ ଏବଂ ଏଚ୍‌ସିଏଲ୍ ଟେକ୍ ଭଳି ପ୍ରମୁଖ କମ୍ପାନୀର ସେୟାର କାରବାର ଆରମ୍ଭରେ ସବୁଜ ଜୋନ୍‌ରେ ରହିଥିଲା । ଏହା ଆଇଟି ସେକ୍ଟରରେ ନିବେଶକଙ୍କ ଆଗ୍ରହକୁ ଦର୍ଶାଇଥିଲା ।

ଟଙ୍କାର ମୂଲ୍ୟରେ ସାମାନ୍ୟ ସୁଧାର

ସେୟାର ବଜାରରେ ସୁଧାର ସହିତ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରା ଟଙ୍କାର ମୂଲ୍ୟରେ ମଧ୍ୟ ସାମାନ୍ୟ ବୃଦ୍ଧି ଦେଖାଯାଇଥିଲା । ପୂର୍ବଦିନ ଡଲାର ପିଛା ୯୬.୭୮ ଟଙ୍କା ଥିବା ବିନିମୟ ମୂଲ୍ୟ ୪ ପଇସା ସୁଧାର ହୋଇ ୯୬.୭୪ ଟଙ୍କାରେ ପହଞ୍ଚିଥିଲା ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗୁରୁବାରର ହ୍ରାସରେ ନିବେଶକଙ୍କୁ ବଡ଼ କ୍ଷତି

ଉଲ୍ଲେଖଯୋଗ୍ୟ ଯେ, ଗୁରୁବାର ଭାରତୀୟ ସେୟାର ବଜାରରେ ବଡ଼ ଧରଣର ହ୍ରାସ ଯୋଗୁଁ ନିବେଶକମାନେ ପ୍ରାୟ ୮ ଲକ୍ଷ କୋଟି ଟଙ୍କାର ବଜାର ପୁଞ୍ଜି ହରାଇଥିଲେ । ଏହି ବଡ଼ କ୍ଷତି ପରେ ଶୁକ୍ରବାର ବଜାରରେ ଦେଖାଦେଇଥିବା ସୁଧାର ନିବେଶକଙ୍କୁ କିଛିଟା ଆଶ୍ୱସ୍ତି ଦେଇଛି । ତେବେ ବଜାରର ଏହି ସୁଧାର କେତେ ଦିନ ଜାରି ରହିବ, ତାହା ଆଗାମୀ କାରବାର ଉପରେ ନିର୍ଭର କରିବ ।