Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

IndiGo Enquiry / ବିମାନ ଉଡ଼ାଣ ବିଳମ୍ବ ଓ ବାତିଲ୍‌ର ତଦନ୍ତ ପାଇଁ କେନ୍ଦ୍ର ଗଠନ କଲା ଉଚ୍ଚସ୍ତରୀୟ ଟିମ୍‍

Sushanta Sahoo
Browse all articles by Sushanta Sahoo
·7 months ago·2 min read
ବିମାନ ଉଡ଼ାଣ ବିଳମ୍ବ ଓ ବାତିଲ୍‌ର ତଦନ୍ତ ପାଇଁ କେନ୍ଦ୍ର ଗଠନ କଲା ଉଚ୍ଚସ୍ତରୀୟ ଟିମ୍‍
DGCA Forms 4-Member Team to Probe Flight Chaos

Key Points

ଇଣ୍ଡିଗୋ ଦିନକରେ ପ୍ରାୟ ୫୦୦ ବିମାନ ବାତିଲ୍ କରିଛି । ଯାହା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ନୂଆଦିଲ୍ଲୀ: ଭାରତର ସବୁଠୁ ବଡ଼ ଏୟାରଲାଇନ୍‌ର ବିମାନ ବିଳମ୍ବ ଓ ବାତିଲ୍ ପରେ ଆକ୍ସନ୍ ମୋଡ୍‌ରେ କେନ୍ଦ୍ର ସରକାର । ଶନିବାର ସୁଦ୍ଧା ବିମାନ ଚଳାଚଳ କାର୍ଯ୍ୟସୂଚୀ ସ୍ଥିର କରିବା ସହ ଆଗାମୀ ୩ ଦିନ ମଧ୍ୟରେ ସୋମବାର ସୁଦ୍ଧା ସେବା ସ୍ଵାଭାବିକ ହେବା ନେଇ କେନ୍ଦ୍ର ସରକାର ଆଶା ରଖିଛନ୍ତି ।

ଇଣ୍ଡିଗୋ ଦିନକରେ ପ୍ରାୟ ୫୦୦ ବିମାନ ବାତିଲ୍ କରିଛି । ଯାହା ପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ DGCA ମଧ୍ୟ ମନ୍ତ୍ରୀଙ୍କ ନିର୍ଦ୍ଦେଶନାମାର କିଛି ମିନିଟ୍‌ରେ ଗଠନ କରିଛି ୪ ଜଣିଆ ଉଚ୍ଚସ୍ତରୀୟ କମିଟି ।

ଏଥିସହ ପଢ଼ନ୍ତୁ: ଶୀଘ୍ର ଟଳିବ ଇଣ୍ଡିଗୋ ସଂକଟ ! ପାଇଲଟ୍‌ଙ୍କ ସାପ୍ତାହିକ ବିଶ୍ରାମ ନିର୍ଦ୍ଦେଶ ପ୍ରତ୍ୟାହାର

ଗଠିତ ୪ ଜଣିଆ ଉଚ୍ଚସ୍ତରୀୟ କମିଟି ବିମାନ ବିଳମ୍ବ ଓ ଉଡ଼ାଣ ବାତିଲ୍ ପଛର କାରଣ ଖୋଜିବ । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ କହିଛନ୍ତି, "କୌଣସି ବି ପରିସ୍ଥିତିରେ ଯାତ୍ରୀଙ୍କ ସୁରକ୍ଷା ଓ ସ୍ଵାର୍ଥ୍ଵ ସହ ସାଲିସ୍ କରାଯିବ ନାହିଁ ।"

ଏଥିସହ ମନ୍ତ୍ରୀ କହିଛନ୍ତି, "ସ୍ଥିତି ସ୍ଵାଭାବିକ କରିବାକୁ ଏକାଧିକ ପଦକ୍ଷେପ ନିଆଯାଇଛି । ଯେଉଁଥିପାଇଁ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହୋଇଥିଲେ ତାହା ହ୍ରାସ ପାଇଛି । ନେଇଥିବା ପଦକ୍ଷେପ ଦ୍ଵାରା କାଲି ସୁଦ୍ଧା ସ୍ଥିତି ସ୍ଵାଭାବିକ ହେବା ଆଶା କରୁଛୁ । ଆଗାମୀ ୩ ଦିନରେ ସବୁକିଛି ସମ୍ପୂର୍ଣ୍ଣ ସ୍ଥିର ହୋଇଯିବ ।"

ଏଥିସହ ପଢ଼ନ୍ତୁ: ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବେ ଭାରତ-ଋଷ; ପାକିସ୍ତାନ ପାଇଁ ବଡ଼ ବାର୍ତ୍ତା

ତେବେ ପ୍ରଭାବିତ ଯାତ୍ରୀ କିଭଳି ଭାବେ ସାହାଯ୍ୟ ପାଇବେ ତାକୁ ନେଇ ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, "ଘରୁ ବାହାରିବା ପୂର୍ବରୁ ଯାତ୍ରୀ ରିଅଲ୍ ଟାଇମ୍ ସ୍ଥିତି ଯାଞ୍ଚ କରିପାରିବେ । ବାତିଲ୍ ହୋଇଥିବା ବିମାନ ଲାଗି ସମ୍ପୂର୍ଣ୍ଣ ଟଙ୍କା ଫେରସ୍ତ କରାଯିବ । ଟଙ୍କା ଫେରସ୍ତ ସ୍ଵୟଂ ହେବ । ବିମାନ ବିଳମ୍ବ କ୍ଷେତ୍ରରେ ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀଙ୍କୁ ରହିବା ଓ ଖାଇବା ବ୍ୟବସ୍ଥା କରାଯିବ ।"

ବିମାନ ବିଳମ୍ବ କ୍ଷେତ୍ରରେ ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କୁ ଗୁରୁତ୍ଵ ଦିଆଯିବ । ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କୁ ଅଗ୍ରାଧିକାର ଭାବେ ଲାଉଞ୍ଜ ଦେଇ ସମସ୍ତ ସହାୟତା ଦିଆଯିବ । ଅନ୍ୟ ଯାତ୍ରୀମାନଙ୍କୁ ମଧ୍ୟ ଖାଦ୍ୟ ପାନୀୟ ଏୟାରଲାଇନ୍ସ ଯୋଗାଇ ଦେବ ବୋଲି ମନ୍ତ୍ରୀ କହିଛନ୍ତି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
IndiGo Cancellations: Centre Orders Urgent Investigation | Argus News | Argus News