Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Putin Modi Meeting / ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବେ ଭାରତ-ଋଷ; ପାକିସ୍ତାନ ପାଇଁ ବଡ଼ ବାର୍ତ୍ତା

Sushanta Sahoo
Browse all articles by Sushanta Sahoo
·7 months ago·2 min read
ଆତଙ୍କବାଦ ବିରୋଧରେ ଏକାଠି ଲଢ଼ିବେ ଭାରତ-ଋଷ; ପାକିସ୍ତାନ ପାଇଁ ବଡ଼ ବାର୍ତ୍ତା
India, Russia Sign Key Deals; Tough Talk on Terror

Key Points

ଆତଙ୍କବାଦ ବିରୋଧରେ ଭାରତ ଓ ଋଷ ଏକାଠି ଲଢ଼ିବେ । ଶୁକ୍ରବାର ନୂଆଦିଲ୍ଲୀରେ ଯୁଗ୍ମ ପ୍ରେସବାର୍ତ୍ତା ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । 
ନୂଆଦିଲ୍ଲୀ: ଏକାଠି ଲଢ଼ିବେ, ମିଶିକି ଚାଲିବେ ଭାରତ-ଋଷ । ଆତଙ୍କବାଦ ବିରୋଧରେ ଭାରତ ଓ ଋଷ ଏକାଠି ଲଢ଼ିବେ । ଶୁକ୍ରବାର ନୂଆଦିଲ୍ଲୀରେ ଯୁଗ୍ମ ପ୍ରେସବାର୍ତ୍ତା ଏକଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯୁଗ୍ମ ପ୍ରେସବାର୍ତ୍ତାରେ ଦୁଇ ଦେଶ ମଧ୍ୟରେ ଅନେକ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ଏସବୁ ବୁଝାମଣା ଦୁଇଦେଶ ମଧ୍ୟରେ ସହଯୋଗକୁ ବଢ଼ାଇବା ସହ ରାଷ୍ଟ୍ରକୁ ସଶକ୍ତ କରାଇବାରେ ସମର୍ଥ ହେବ ।

ଭାରତ ଓ ଋଷ ମଧ୍ୟରେ ଏକାଧିକ କ୍ଷେତ୍ରରେ ଚୁକ୍ତି ସ୍ଵାକ୍ଷରିତ ହୋଇଛି । ସେଗୁଡ଼ିକ ହେଲା- ଅସ୍ଥାୟୀ ଶ୍ରମିକଙ୍କ ଗତିବିଧି ଉପରେ ବୁଝାମଣା, ସ୍ଵାସ୍ଥ୍ୟ ଓ ମେଡିକାଲ୍ ଶିକ୍ଷା ଉପରେ ବୁଝାମଣା, ଖାଦ୍ୟ ସୁରକ୍ଷା ଉପରେ ବୁଝାମଣା, ବନ୍ଦର-ଜାହାଜ ଓ ନୌବାଣିଜ୍ୟ ସହଯୋଗୀତା ଉପରେ ବୁଝାମଣା, ସାର ଉପରେ ବୁଝାମଣା ।

ଏଥିସହ ପଢ଼ନ୍ତୁ: ମୋଦିଙ୍କ ଆଗରେ ପୁଟିନ୍ କହିଲେ ୟୁକ୍ରେନ୍‌କୁ ନେଇ କ'ଣ ରହିଛି ଋଷର ପ୍ଲାନିଂ

ମିଳିତ ପ୍ରେସବାର୍ତ୍ତାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ବିଗତ ଅଢ଼େଇ ଦଶନ୍ଧିରେ ଋଷ ରାଷ୍ଟ୍ରପତି ପୁଟିନଙ୍କ ନେତୃତ୍ଵ ଓ ଦୂରଦୃଷ୍ଟିରେ ଆମ ସମ୍ପର୍କ ବହୁତ ଆଗକୁ ବଢ଼ିଛି । ପ୍ରତିଟି ପରିସ୍ଥିତିରେ ପୁଟିନଙ୍କ ନେତୃତ୍ଵ ସମ୍ପର୍କକୁ ଶିଖରକୁ ନେଇଛି ।"


ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ଶକ୍ତି କ୍ଷେତ୍ରରେ ଭାରତ-ଋଷର ସମ୍ପର୍କ ମଜଭୁତ ଓ ଗୁରୁତ୍ଵପୂର୍ଣ୍ଣ ରହିଛି । ଜାହାଜ ନିର୍ମାଣରେ ସହଯୋଗ ମେକ୍ ଇନ୍ ଇଣ୍ଡିଆକୁ ଆହୁରି ସୁଦୃଢ଼ କରିବାର କ୍ଷମତା ରଖିଛି । ଯାହା ରୋଜଗାର, ଦକ୍ଷତା ସହ ଆଞ୍ଚଳିକ ଯୋଗାଯୋଗକୁ ପ୍ରୋତ୍ସାହନ ଦେବ ।"

୨୩ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀ ପରେ ପିଏମ୍ ମୋଦି କହିଛନ୍ତି, "ବିଗତ ୮ ଦଶନ୍ଧରେ ଦୁନିଆ ଅନେକ କିଛି ଦେଖିଛି । ମାନବ ସମାଜକୁ ଅନେକ ଆହ୍ଵାନ ଓ ସଂକଟ ସ୍ଥିତି ଦେଇ ଯିବାକୁ ପଡ଼ିଛି । ଏସବୁ ଭିତରେ ଭାରତ-ଋଷର ବନ୍ଧୁତା ଧ୍ରୁବ ତାରା ପରି ଚମକୁଛି ଓ ମଜଭୁତ ରହିଛି ।"

ଏଥିସହ ପଢ଼ନ୍ତୁ: ପୁଟିନଙ୍କ ଭାରତ ଗସ୍ତକୁ ନେଇ କ'ଣ କହୁଛନ୍ତି ବିଦେଶୀ ଗଣମାଧ୍ୟମ ?

ୟୁକ୍ରେନ୍ ଯୁଦ୍ଧ ଆରମ୍ଭରୁ ଭାରତ ଶାନ୍ତି ପକ୍ଷରେ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ପ୍ରସଙ୍ଗର ଶାନ୍ତିପୂର୍ଣ୍ଣ ଓ ସ୍ଥାୟୀ ସମାଧାନ ପାଇଁ ପ୍ରତିଟି ପ୍ରୟାସକୁ ଭାରତ ସମର୍ଥନ କରୁଛି । ଭାରତ ସବୁବେଳେ ଯୋଗଦାନ ପାଇଁ ପ୍ରସ୍ତୁତ ଅଛି ଏବଂ ଆଗକୁ ରହିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ପିଏମ୍ ମୋଦି କହିଛନ୍ତି, "ଭାରତ ଏବଂ ଋଷ ଦୀର୍ଘ ସମୟରୁ ଆତଙ୍କବାଦ ବିରୋଧରେ କାନ୍ଧରେ କାନ୍ଧ ମିଳାଇ ଛିଡ଼ା ହୋଇଛନ୍ତି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ହେଉ ଅବା କ୍ରୋକସ ସିଟି ହଲ୍‌ରେ ହୋଇଥିବା ଭୀରୁ ଆକ୍ରମଣ । ସମସ୍ତ ଆକ୍ରମଣର ମୂଳ ଗୋଟିଏ । ଆତଙ୍କବାଦ ବିରୋଧରେ ବୈଶ୍ଵିକ ଏକତା ସବୁଠୁ ବଡ଼ ଶକ୍ତି । ଜାତିସଂଘ, ଜି୨୦, ବ୍ରିକ୍ସ, ଏସସିଓ ଓ ଅନ୍ୟ ମଞ୍ଚରେ ଭାରତ-ଋଷ ଘନିଷ୍ଠ ସହଯୋଗୀ । ଆଗକୁ ଏହି ମଞ୍ଚରେ ବାର୍ତ୍ତାଳାପ ସହ ସହଯୋଗ ଜାରି ରହିବ ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India–Russia Unite Against Terror, Strong Message to Pakistan | Argus News | Argus News