Videos
|
Business

Jan Dhan Yojana / ମହିଳାଙ୍କ ପାଇଁ ବଡ଼ ଘୋଷଣା, ଲୋନ୍‌ ମିଳୁନଥିଲେ ଏମିତି ପାଇବେ ଟଙ୍କା...

Banajyotshna Ray
Browse all articles by Banajyotshna Ray
·8 months ago·2 min read
ମହିଳାଙ୍କ ପାଇଁ ବଡ଼ ଘୋଷଣା, ଲୋନ୍‌ ମିଳୁନଥିଲେ ଏମିତି ପାଇବେ ଟଙ୍କା...
Jan Dhan Yojana

Key Points

ମହିଳାଙ୍କ ପାଇଁ ଖୁସି ଖବର
ଲୋନ ମିଳୁନଥିଲେ ଏଣିକି ଏମିତି ମିଳିବ ଟଙ୍କା
ବଜେଟ୍‌ରେ ଆସିବାକୁ ଯାଉଛି
ସାଧାରଣ ଲୋକ ଏବଂ ମହିଳାମାନଙ୍କ ପାଇଁ ଖୁସି ଖବର। ସରକାର ଆପଣାଇବେ ଏମିତି ଏକ ବଡ଼ ଖବର ଯାହା ଶୁଣିଲେ ଆପଣଙ୍କ ବି ଆଶ୍ଚର୍ଯ୍ୟ ହେବା ସହ ଖୁସି ବ୍ୟକ୍ତ କରିବେ। ଫେବ୍ରୁଆରି ପହିଲାରେ ଆସିବାକୁ ଯାଉଛି ସାଧାରଣ ବଜେଟ୍ ୨୦୨୬। ଏଥିରେ କେନ୍ଦ୍ର ସରକାର ମହିଳା କୈନ୍ଦ୍ରିକ ବିଭିନ୍ନ ଯୋଜନା ଉପରେ ଫୋକସ କରିପାରନ୍ତି। ଜନଧନ ଆକାଉଣ୍ଟରେ ମହିଳାଙ୍କୁ ଋଣ ଯୋଗାଣ ତ୍ୱରାନ୍ୱିତ କରିବା ଏବଂ ବୀମା ସୁବିଧା ଉପରେ ସରକାରଙ୍କ ଧ୍ୟାନ ରହିପାରେ। ସମାବେଶୀ ଆର୍ଥିକ ଅନ୍ତର୍ଭୁକ୍ତି କାର୍ଯ୍ୟକ୍ରମ ଅଧିନରେ ଏସବୁ ପଦକ୍ଷେପ ଆସିବାର ଢ଼େର ସମ୍ଭାବନା ରହିଛି।

ଆଜିକାଲି ଋଣ ନେଇ ସମସ୍ତେ କିଛି ନା କିଛି ବ୍ୟବସାୟ ହେଉ ଅବା ଘର ହେଉ କି ଯେକୌଣସି କାର୍ଯ୍ୟକୁ କରିଥାନ୍ତି। ଯାହା ଦ୍ୱାରା ସାଧାରଣ ଲୋକଙ୍କୁ ଏହା ଆଶ୍ୱସ୍ତ ମିଳିଥାଏ। ୨୦୪୭ ବିକଶିତ ଭାରତ ଲକ୍ଷ୍ୟ ଆଧାରରେ ଜନଧନ ଯୋଜନାର ଦୀର୍ଘ ଦିନ ଯୋଗଦାନକୁ ନଜରରେ ରଖି ନୀତି ଆୟୋଗ ଏହାର ତଜର୍ମା କରୁଛି । ସେହିଭଳି ବଜେଟରେ ଅଣିଦାବୀଦାର ଜମା ଗୁଡ଼ିକୁ ଲୋକଙ୍କୁ ଫେରାଇବା, ବୀମା ଦାବି ସମାଧାନ ଏବଂ ନିୟାମକ ଧାରାକୁ ଦୃଢ଼ କରିବା ଭଳି ଗ୍ରାହକ କୈନ୍ଦ୍ରିକ ପଦକ୍ଷେପ ଉପରେ ମଧ୍ୟ ସରକାରଙ୍କ ନଜର ରହିବ ବୋଲି ଆଶା କରାଯାଉଛି ।ସେହିଭଳି ସରକାର ଜନ ସୁରକ୍ଷା ସ୍କିମ ପରିସରକୁ ବୃଦ୍ଧି କରିବା ଏବଂ ବୀମା ନେଇଥିବା ବ୍ୟକ୍ତିବିଶେଷଙ୍କୁ ସେମାନଙ୍କ ବୀମା କଭର ବୃଦ୍ଧି କରିବା ଉପରେ ମଧ୍ୟ ବିକଳ୍ପ ପ୍ରଦାନ ନେଇ ବିଚାର କରାଯିବ।

ଏଥିସହ ପଢ଼ନ୍ତୁ: ଚିଙ୍ଗୁଡିପାଳରୁ ଗଡ଼ିଲା ବସ୍‌, ସ୍କୁଲ ଯିବେ ୫୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ

ଏନେଇ ଅଂଶୀଦାରଙ୍କ ମତାମତ ସଂଗ୍ରହ କରିବେ ସରକାର। ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି, ଏ କ୍ଷେତ୍ରରେ ମହିଳାଙ୍କ ଲାଗି ସରକାର ସ୍ୱତନ୍ତ୍ର କ୍ରେଡିଟ କାର୍ଡ, ଋଣ ଅଫରିଂ ଏବଂ ବୀମା ଉତ୍ପାଦ ଆଣିବେ। ବଜେଟରେ ଏସବୁ ପଦକ୍ଷେପ ଘୋଷଣା ହେବ। ପୂର୍ବରୁ ସରକାର ଗ୍ରାମୀଣ କ୍ରେଡିଟ ସ୍କୋର ଏବଂ ପ୍ରଥମ ପିଢ଼ୀ ଉଦ୍ୟୋଗୀଙ୍କ ଲାଗି ଋଣ ସହାୟତା ଘୋଷଣା କରିଥିଲେ । ବର୍ତ୍ତମାନ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ ଗ୍ରାମୀଣ ଉଦ୍ୟୋଗୀଙ୍କ ଋଣ ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଉଛି ।ସାମାଜିକ ସୁରକ୍ଷା ଆଧାରିତ ବିତ୍ତୀୟ ଉତ୍ପାଦ ଗୁଡ଼ିକର ଦୃଢ଼ୀକରଣ ଉପରେ ପ୍ରସ୍ତାବ ଗୁଡ଼ିକ ଅଣାଯାଉଛି । ସରକାରଙ୍କ ଥିଙ୍କ ଟ୍ୟାଙ୍କ ନୀତି ଆୟୋଗ ମଧ୍ୟ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ତର୍ଜମା କରୁଛି । ଅଚଳ ଆକାଉଣ୍ଟ ଗୁଡ଼ିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଉପରେ ଫୋକସ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏସବୁ ଆକାଉଣ୍ଟ ଗୁଡ଼ିକ ଜାରି ରହିଲେ ଋଣ ଏବଂ ବୀମା ସୁବିଧା ପ୍ରଦାନରେ ସହାୟକ ହେବ । ଅନ୍ୟ ଜଣେ ଅଧିକାରୀ କହିଛନ୍ତି, ଦେଶକୁ ଡିଜିଟାଲ ଅର୍ଥନୀତି କରିବାକୁ ସମାବେଶୀ ଋଣ ଯୋଗାଣ ଏବଂ ଜନଧନ ଆକାଉଣ୍ଟ ଗୁଡ଼ିକରେ ସବୁ କିଛି ସଚେତନତା ବୃଦ୍ଧି ହେବା ଆବଶ୍ୟକ । ତେବେ ଆଗାମି ଦିନରେ ଏହାକୁ ନେଇ କାର୍ଯ୍ୟକାରୀ କରିପାରନ୍ତି । ଯାହାର ଲାଭ ଉଠାଇପାରିବେ ସମସ୍ତ ଉପଭୋକ୍ତା। ତେବେ କେବେ ଏହା କାର୍ଯ୍ୟକାରୀ ହେବ ସେନେଇ କୌଣସି ସୂଚନା ନଥିବାବେଳେ ଆସନ୍ତା ସାଧାରଣ ବଜେଟ୍ ଉପରେ ସମସ୍ତଙ୍କ ନଜର।

ଅଧିକ ପଢ଼ନ୍ତୁ ଅର୍ଥନୀତି ଖବର:

Related Topics

Explore more stories