Videos
|
Business

Bank Holidays June / ତାରିଖ ଟିପି ରଖନ୍ତୁ; ଜୁନରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ତାରିଖ ଟିପି ରଖନ୍ତୁ; ଜୁନରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ
Bank Holidays June

Key Points

ବ୍ୟାଙ୍କରେ ପ୍ରତିଦିନ କାମ ଥିଲେ ସାବଧାନ
ଜୁନ ମାସରେ ୧୧ ଦିନ ବନ୍ଦ ରହିବ ବ୍ୟାଙ୍କ
ଘରୁ ବାହାରିବା ପୂର୍ବରୁ ତାରିଖ ଜାଣିନିଅନ୍ତୁ
ଆପଣ ଚାକିରିଆ ହୁଅନ୍ତୁ କି ବ୍ୟବସାୟୀ ବା ସାଧାରଣ ଲୋକ, ବ୍ୟାଙ୍କ ସମ୍ବନ୍ଧୀୟ କାମ ପାଇଁ ପ୍ରତିଦିନ ଆପଣଙ୍କ ନିକଟରେ ସମୟ ରହିବା ଜରୁରୀ ନୁହେଁ । ଅନ୍ୟପଟେ ଆପଣଙ୍କ ପାଖରେ ଖାଲି ସମୟ ଥିବା ଦିନ ବ୍ୟାଙ୍କ ଖୋଲା ଥିବା ବି ଜରୁରୀ ନୁହେଁ । ଏମିତି ହୋଇପାରେ ଆପଣଙ୍କ ଛୁଟି ଦିନ ବ୍ୟାଙ୍କ ବନ୍ଦ ଥିବ । ପ୍ରାୟତଃ ପର୍ବପର୍ବାଣିରେ ଏପରି ହୁଏ । କିନ୍ତୁ ଏଥର ଜୁନ୍ ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହୁଛି । ଏଣୁ ଘରୁ ବ୍ୟାଙ୍କ କାମ ପାଇଁ ବାହାରୁଥିଲେ ଏହି ତାରିଖ ଜାଣିନିଅନ୍ତୁ, ଯାହା ଦ୍ୱାରା ଆପଣ ଆପଣଙ୍କ ସୁବିଧା ଅନୁସାରେ ଆପଣଙ୍କର ବ୍ୟାଙ୍କ କାମ ଶେଷ କରିପାରିବେ ।

ଜୁନ ମାସରେ ବ୍ୟାଙ୍କଗୁଡ଼ିକ ୧୧ ଦିନ ପାଇଁ ବନ୍ଦ ରହିବ । ଏଥିରେ ୪ଟି ରବିବାର ଏବଂ ୨ଟି ଶନିବାର ସାମିଲ । ଏହାର ଅର୍ଥ ହେଉଛି ସାରା ଦେଶରେ ସମସ୍ତ ବ୍ୟାଙ୍କ ୬ ଦିନ ପାଇଁ ବନ୍ଦ ରହିବ । ଏହା ବ୍ୟତୀତ, ବାକି ପାଞ୍ଚ ଦିନ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ତାରିଖରେ ବ୍ୟାଙ୍କ ବନ୍ଦ ରହିବ । ତେବେ କେବଳ ପ୍ରଭାବିତ ରାଜ୍ୟ ଏବଂ ସହରଗୁଡ଼ିକରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଆପଣ ନିମ୍ନରେ ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବେ ।

  • ଜୁନ ୨୦୨୬ରେ କେଉଁ ଦିନ ବ୍ୟାଙ୍କ ଛୁଟି ?
ଜୁନ ୧୫ (ସୋମବାର): ରଜ ସଂକ୍ରାନ୍ତି ଯୋଗୁଁ ଓଡ଼ିଶା ଏବଂ ୱାଇଏମଏ ଡେ ଯୋଗୁଁ ଆଇଜଲରେ ବ୍ୟାଙ୍କ ବନ୍ଦ ରହିବ ।
ଜୁନ ୨୫ (ଗୁରୁବାର): ମହରମ ଯୋଗୁଁ ବିଜୟୱାଡାରେ ବ୍ୟାଙ୍କ ବନ୍ଦ ରହିବ ।
ଜୁନ ୨୬ (ଶୁକ୍ରବାର): ମହରମ୍
ଅଗରତାଲା
ଆଇଜଲ
ବେଲାପୁର
ବେଙ୍ଗାଲୁରୁ
ଭୋପାଳ
ଚେନ୍ନାଇ
ହାଇଦ୍ରାବାଦ
ଜମ୍ମୁ
କାନପୁର
କୋଲକାତା
ଲକ୍ଷ୍ନୌ
ମୁମ୍ବାଇ
ନାଗପୁର
ନୂଆଦିଲ୍ଲୀ
ପାଟନା
ରାୟପୁର
ରାଞ୍ଚି
ଶ୍ରୀନଗର
ଜୁନ ୨୯ (ସୋମବାର): ସନ୍ଥଗୁରୁ କବୀର ଜୟନ୍ତୀ ପାଇଁ ସିମଲାରେ ବ୍ୟାଙ୍କ ବନ୍ଦ ।
ଜୁନ ୩୦(ମଙ୍ଗଳବାର): ରେମନା ନି ପାଇଁ ଆଇଜଲରେ ବ୍ୟାଙ୍କ କାମ ବନ୍ଦ ।

  • ଶନିବାର ଦିନ ବ୍ୟାଙ୍କ ଛୁଟି ନିୟମ
ଜୁନ ୬: ପ୍ରଥମ ଶନିବାର: ସାରା ଦେଶରେ ବ୍ୟାଙ୍କଗୁଡ଼ିକ ଖୋଲା ରହିବ।
ଜୁନ ୧୩: ଦ୍ୱିତୀୟ ଶନିବାର: ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।
ଜୁନ ୨୦: ତୃତୀୟ ଶନିବାର: ଦେଶର ସମସ୍ତ ବ୍ୟାଙ୍କ ଖୋଲା ରହିବ।
ଜୁନ ୨୯: ଚତୁର୍ଥ ଶନିବାର: ଦେଶର ସମସ୍ତ ବ୍ୟାଙ୍କ ବନ୍ଦ ରହିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପଢନ୍ତୁ ଏହି ଖବର: ଜୁନ ମାସରୁ ଲାଗୁ ହେବ ନୂଆ ନିୟମ, ପ୍ରତ୍ୟେକ ପରିବାର ଉପରେ ପଡିବ ପ୍ରଭାବ !

  • ବ୍ୟାଙ୍କ ଛୁଟି ଜାଣିବା କାହିଁକି ଗୁରୁତ୍ଵପୂର୍ଣ୍ଣ ?
ବର୍ତ୍ତମାନର ଡିଜିଟାଲ୍ ବ୍ୟାଙ୍କିଙ୍ଗ ଯୁଗରେ ଟଙ୍କା ଉଠାଣ ପାଇଁ ATM ଅଛି ଏବଂ ଟଙ୍କା କାରବାର ପାଇଁ UPI, NEFT କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ ଭଳି ସେବା ଉପଲବ୍ଧ ଅଛି । ତଥାପି ଅନେକ କାମ ପାଇଁ ବ୍ୟାଙ୍କ ଶାଖାକୁ ଯିବାକୁ ପଡ଼ିଥାଏ । ଯେପରିକି କୌଣସି ଏକ ନୂତନ ଆକାଉଣ୍ଟ ଖୋଲିବା, ପାସବୁକ୍ ଅପଡେଟ୍ କରିବା, ଡିମାଣ୍ଡ ଡ୍ରାଫ୍ଟ (DD) କରିବା କିମ୍ବା ଋଣ ବିଷୟରେ ବ୍ୟାଙ୍କ ପରିଚାଳକଙ୍କ ସହ ସାକ୍ଷାତ କରିବା ଏହି ସମସ୍ତ କାମ ପାଇଁ ବ୍ୟାଙ୍କର କାର୍ଯ୍ୟ ଦିବସ ଜାଣିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟାଙ୍କ ବନ୍ଦ ହେବା ଦ୍ଵାରା ସାଧାରଣ ଗ୍ରାହକଙ୍କ କିଛି ବ୍ୟାଙ୍କିଙ୍ଗ ଆବଶ୍ୟକତା ପ୍ରଭାବିତ ହୁଏ । ତେଣୁ, ଗ୍ରାହକମାନଙ୍କୁ ପ୍ରାୟତଃ ସେମାନଙ୍କ ଅଞ୍ଚଳରେ ବ୍ୟାଙ୍କ ଛୁଟିର ତାଲିକା ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଏ, ଯାହା ଦ୍ଵାରା ସେମାନଙ୍କର କାରବାର ଏବଂ ବ୍ୟାଙ୍କିଙ୍ଗ କାର୍ଯ୍ୟ ବିନା ବାଧାରେ ହୋଇପାରିବ ।