24 Hour Stock Trading / ୨୪ ଘଣ୍ଟା ଖୋଲା ରହିବ ସେୟାର ବଜାର ! ବଦଳିଯିବ ଟ୍ରେଡିଂର ଦୁନିଆ
·1 hour ago·2 min read

Key Points
ସେୟାର ବଜାରର ନୂଆ ଯୁଗ
AI ସହ ୨୪ ଘଣ୍ଟା ଟ୍ରେଡିଂ
ଏବେ ୨୪ ଘଣ୍ଟା ଚାଲିବ ଷ୍ଟକ୍ ମାର୍କେଟ
AI ସହ ୨୪ ଘଣ୍ଟା ଟ୍ରେଡିଂ
ଏବେ ୨୪ ଘଣ୍ଟା ଚାଲିବ ଷ୍ଟକ୍ ମାର୍କେଟ
ଥରେ ଚିନ୍ତା କରନ୍ତୁ... ରାତି ୨ଟାରେ ଆପଣ ଘରେ ବସି ସେୟାର କିଣୁଛନ୍ତି, ଆଉ ସକାଳ ୪ଟାରେ ବିକ୍ରି କରୁଛନ୍ତି ! ଏହା କୌଣସି ସ୍ୱପ୍ନ ନୁହେଁ, ବରଂ ଖୁବ ଶୀଘ୍ର ସତ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ୨୪ ଘଣ୍ଟା ଖୋଲା ରହିବ ସେୟାର ବଜାର । ବ୍ରିଟେନର ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜ ନେଇଛି ଏହି ବଡ଼ ନିଷ୍ପତ୍ତି । ତେବେ କେବେ ଆରମ୍ଭ ହେବ ଏହି ସେବା ? କିଏ କରିପାରିବେ ୨୪ ଘଣ୍ଟା ଟ୍ରେଡିଂ ? ଏବଂ ଏହାର ପ୍ରଭାବ ବିଶ୍ୱ ସେୟାର ବଜାର ଉପରେ କିପରି ପଡ଼ିବ ?
ଦ୍ରୁତ ଗତିରେ ବଦଳୁଛି ଦୁନିଆ । ପ୍ରତିଦିନ କିଛି ନା କିଛି ନୂଆ ନୂଆ ପ୍ରଯୁକ୍ତି ଆସୁଛି । ଆଉ ଏହାର ପ୍ରଭାବ ଏବେ ସେୟାର ମାର୍କେଟରେ ଦେଖିବାକୁ ମିଳୁଛି । ଖୁବ ଶୀଘ୍ର ନିବେଶକମାନେ ଦିନ-ରାତି ଟ୍ରେଡିଂ କରିପାରିବେ। ଏହି ବଡ଼ ପଦକ୍ଷେପର ଆରମ୍ଭ କରୁଛି ବ୍ରିଟେନର ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜ (LSE) ।
LSE ପକ୍ଷରୁ 'LSE 24' ନାମରେ ଏକ ନୂଆ ଟ୍ରେଡିଂ ପ୍ଲାଟଫର୍ମ ଘୋଷଣା କରାଯାଇଛି। ଏହି ପ୍ଲାଟଫର୍ମ ସପ୍ତାହରେ ୫ ଦିନ ପ୍ରାୟ ୨୪ ଘଣ୍ଟା ଟ୍ରେଡିଂ ସୁବିଧା ଦେବ। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ୱର ନିବେଶକମାନଙ୍କୁ ବିଭିନ୍ନ ଟାଇମ୍ ଜୋନ୍ରେ ସହଜରେ ଟ୍ରେଡିଂ କରିବା, ବଜାରର ବଡ଼ ଘଟଣାରେ ତୁରନ୍ତ ପ୍ରତିକ୍ରିୟା ଦେବା ଏବଂ ରିସ୍କ ମ୍ୟାନେଜମେଣ୍ଟକୁ ଆହୁରି ସହଜ କରିବା ।
ଟ୍ରେଡିଂ ସମୟ କେମିତି ରହିବ?
LSE 24 ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ସନ୍ଧ୍ୟା ୫ଟାରୁ ପରଦିନ ସକାଳ ୭ଟା ୫୦ ମିନିଟ୍ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ ସନ୍ଧ୍ୟା ୬ଟା ୩୦ରୁ ୭ଟା ପର୍ଯ୍ୟନ୍ତ ୩୦ ମିନିଟ୍ର ବିରତି ରହିବ । ଏହି ସମୟରେ ଦୈନିକ କ୍ଲୋଜିଂ ପ୍ରକ୍ରିୟା ସମ୍ପନ୍ନ ହେବ । ତେବେ ଲଣ୍ଡନ ଷ୍ଟକ୍ ଏକ୍ସଚେଞ୍ଜର ପାରମ୍ପରିକ ବଜାର ପୂର୍ବବତ୍ ସକାଳ ୮ଟାରୁ ସନ୍ଧ୍ୟା ୪ଟା ୩୦ ପର୍ଯ୍ୟନ୍ତ ଚାଲିବ। LSE 24 ଏହାଠାରୁ ସମ୍ପୂର୍ଣ୍ଣ ଅଲଗା ଏବଂ ସ୍ୱାଧୀନ ପ୍ଲାଟଫର୍ମ ହେବ ।
କେବେ ଆରମ୍ଭ ହେବ ?
ସୂଚନା ଅନୁଯାୟୀ, ୨୦୨୬ ଶେଷ ସୁଦ୍ଧା ଏହି ପ୍ଲାଟଫର୍ମର ଟେଷ୍ଟିଂ ଆରମ୍ଭ ହେବ। ନିୟାମକ ସଂସ୍ଥାର ଅନୁମୋଦନ ପରେ ୨୦୨୭ର ପ୍ରଥମାର୍ଦ୍ଧରେ ପ୍ରଥମେ Exchange Traded Products (ETPs) ସହ LSE 24 ଲଞ୍ଚ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ଏଥିରେ ଇକ୍ୱିଟି ଟ୍ରେଡିଂ ମଧ୍ୟ ଯୋଡ଼ାଯିବ ।
ଏହି ପ୍ଲାଟଫର୍ମ AI ଓ ଅଟୋମେଟେଡ୍ ଟ୍ରେଡିଂ ସିଷ୍ଟମକୁ ସମର୍ଥନ କରିବ। ଅର୍ଡର ମ୍ୟାନେଜମେଣ୍ଟ, ମାର୍କେଟ ଡାଟା ଓ ଟ୍ରେଡ୍ ଏକ୍ସିକ୍ୟୁସନ୍କୁ ଆହୁରି ଦ୍ରୁତ ଏବଂ ସହଜ କରିବା ସହିତ ଡିଜିଟାଲ୍ ସିକ୍ୟୁରିଟିଜ୍ର ସେଟଲମେଣ୍ଟ ପ୍ରକ୍ରିୟାକୁ ମଧ୍ୟ ସରଳ କରିବ।
LSEର ମୁଖ୍ୟ କାର୍ଯ୍ୟନିର୍ବାହୀ ଜୁଲିଆ ହୋଗେଟ୍ କହିଛନ୍ତି, LSE 24 ଦ୍ୱାରା ନିବେଶକମାନେ ପାରମ୍ପରିକ ବ୍ୟବସାୟିକ ସମୟର ସୀମା ବାହାରେ ମଧ୍ୟ ଅଧିକ ସୁବିଧା, ଲିକ୍ୱିଡିଟି ପାଇପାରିବେ । ଏହା ଲଣ୍ଡନକୁ ବିଶ୍ୱର ଏକ ଅଗ୍ରଣୀ ଡିଜିଟାଲ୍ ଫାଇନାନ୍ସିଆଲ୍ ହବ୍ ଭାବେ ଆହୁରି ଶକ୍ତିଶାଳୀ କରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories