|
logo
Live
Argus News App
GET APP

Argus News - ଗ୍ୟାସ୍ ସିଲିଣ୍ଡର ବୁକିଂ ପାଇଁ ନୂଆ ସର୍ତ୍ତ; ୩୫ ଦିନ ପୂର୍ବରୁ କରିପାରିବେନି LPG ବୁକିଂ

Business

LPG Rule / ଗ୍ୟାସ୍ ସିଲିଣ୍ଡର ବୁକିଂ ପାଇଁ ନୂଆ ସର୍ତ୍ତ; ୩୫ ଦିନ ପୂର୍ବରୁ କରିପାରିବେନି LPG ବୁକିଂ

Sushanta Sahoo
Browse all articles by Sushanta Sahoo
·1 week ago·2 min read
ଗ୍ୟାସ୍ ସିଲିଣ୍ଡର ବୁକିଂ ପାଇଁ ନୂଆ ସର୍ତ୍ତ; ୩୫ ଦିନ ପୂର୍ବରୁ କରିପାରିବେନି LPG ବୁକିଂ
LPG Cylinder Booking Rule Changed

Key Points

ଏଲପିଜି ସିଲିଣ୍ଡର ବୁକିଂ ନିୟମରେ ପରିବର୍ତ୍ତନ କରିଛନ୍ତି ଗ୍ୟାସ୍ କମ୍ପାନୀ । ଘରୋଇ ଗ୍ୟାସ୍ କଳାବଜାରୀ ରୋକିବା ଏବଂ ବିତରଣ ବ୍ୟବସ୍ଥାରେ ସ୍ଵଚ୍ଛତା ଆଣିବା ଲାଗି ଏବେ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ବ୍ୟବଧ୍ୟାନକୁ ବୃଦ୍ଧି କରାଯାଇଛି ।
ନୂଆଦିଲ୍ଲୀ: ଘରୋଇ ଗ୍ୟାସ୍ ଉପଭୋକ୍ତାଙ୍କ ପାଇଁ ବଡ଼ ଖବର । ଏଲପିଜି ସିଲିଣ୍ଡର ବୁକିଂ ନିୟମରେ ପରିବର୍ତ୍ତନ କରିଛନ୍ତି ଗ୍ୟାସ୍ କମ୍ପାନୀ । ଘରୋଇ ଗ୍ୟାସ୍ କଳାବଜାରୀ ରୋକିବା ଏବଂ ବିତରଣ ବ୍ୟବସ୍ଥାରେ ସ୍ଵଚ୍ଛତା ଆଣିବା ଲାଗି ଏବେ ଦୁଇଟି ସିଲିଣ୍ଡର ବୁକିଂ ମଧ୍ୟରେ ବ୍ୟବଧ୍ୟାନକୁ ବୃଦ୍ଧି କରାଯାଇଛି ।

ନୂଆ ନିୟମ ଅନୁସାରେ, କେନ୍ଦ୍ର ସରକାର ୧୪.୨ କେଜି ବିଶିଷ୍ଟ ଘରୋଇ ଏଲପିଜି ସିଲିଣ୍ଡର ଡେଲିଭରି ଓ ପରବର୍ତ୍ତୀ ବୁକିଂ ମଧ୍ୟରେ ଅନିବାର୍ଯ୍ୟ ସମୟ ସୀମାକୁ ବଢ଼ାଇ ଦେଇଛନ୍ତି । ଗ୍ୟାସ୍ ସିଲିଣ୍ଡର ବୁକିଂ ବ୍ୟବଧ୍ୟାନକୁ ୨୫ ଦିନରୁ ୩୫ ଦିନକୁ ବଢ଼ାଇ ଦିଆଯାଇଛି । ନୂଆ ନିୟମ ନେଇ ଡିଷ୍ଟ୍ରିବ୍ୟୁଟର୍ସଙ୍କୁ ମଙ୍ଗଳବାର ଅବଗତ କରାଯାଇଛି ।

ଏଥିସହ ପଢ଼ନ୍ତୁ: 
୬୨ ଲକ୍ଷ ସିଲିଣ୍ଡର ପାଇଁ ଆସୁଛି LPG, ଶେଷ ହେବ ଗ୍ୟାସ୍‌ ସଙ୍କଟ ?

କିଏ ହେବ ପ୍ରଭାବିତ ?

ଗ୍ୟାସ୍ ବୁକିଂର ନୂଆ ନିୟମ ଦ୍ଵାରା ବିଶେଷ କରି ସହରରେ ରହୁଥିବା ପରିବାର ପ୍ରଭାବିତ ହେବେ । ଯେଉଁମାନଙ୍କ ପାଖରେ ୨ଟି ସିଲିଣ୍ଡର ସଂଯୋଗ ଅଛି ସେମାନେ ଅସୁବିଧାର ସମ୍ମୁଖିନ ହେବେ । ଉପଭୋକ୍ତା ୧୪.୨ କେଜି ସିଲିଣ୍ଡିର ବୁକିଂ ପାଇଁ ପୂର୍ବରୁ ଡେଲିଭରୀ କରାଯାଇଥିବା ତାରିଖ ଠାରୁ ୩୫ ଦିନ ଅପେକ୍ଷା କରିବାକୁ ପଡ଼ିବ ।

ଭିନ୍ନ ଶ୍ରେଣୀ ପାଇଁ ନୂଆ ସମୟ ସୀମା

ଗ୍ୟାସ୍ କମ୍ପାନୀ ଗ୍ରାହକଙ୍କ ଭିନ୍ନ ଭିନ୍ନ ଶ୍ରେଣୀ ଆଧାରରେ ସିଲିଣ୍ଡର ବୁକିଂ ସମୟ ସୀମା ନିର୍ଦ୍ଧାରିତ କରିଛନ୍ତି । ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା (PMUY)ର ହିତାଧିକାରୀ ଏବେ ୪୫ ଦିନ ପରେ ପରବର୍ତ୍ତୀ ସିଲିଣ୍ଡର ବୁକିଂ କରିପାରିବେ ।

ଏଥିସହ ପଢ଼ନ୍ତୁ: ରାଜ୍ୟରେ ନାହିଁ ଗ୍ୟାସ୍ ସଂକଟ,ଆଜିଠୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ

ସାଧାରଣ ଗ୍ୟାସ୍ ଗ୍ରାହକ ଯାହା ପାଖେ ଗୋଟିଏ ସିଲିଣ୍ଡର ଅଛି । ସେମାନେ ଗ୍ୟାସ୍ ଡେଲିଭରିର ୨୫ ଦିନ ପରେ ବୁକିଂ କରିପାରିବେ ନୂଆ ସିଲିଣ୍ଡର । ଡବଲ୍ ସିଲିଣ୍ଡର ରଖିଥିବା ଗ୍ରାହକଙ୍କ କ୍ଷେତ୍ରରେ ଏହାକୁ ୩୫ ଦିନକୁ ବୃଦ୍ଧି କରାଯାଇଛି ।

୧୪.୨ କେଜି ଗ୍ୟାସ୍ ସିଲିଣ୍ଡର ଭଳି ଛୋଟ ସିଲିଣ୍ଡର ବୁକିଂ ବ୍ୟବଧ୍ୟାନରେ ପରିବର୍ତ୍ତନ ଅଣାଯାଇଛି । ୫ କେଜି ବିଶିଷ୍ଟ ସିଲିଣ୍ଡର ୯ରୁ ୧୬ ଦିନ ବ୍ୟବଧ୍ୟାନରେ ଭର୍ତ୍ତି କରାଯାଇ ପାରିବ । ୧୦ କେଜି ସିଲିଣ୍ଡର ୧୮ରୁ ୩୨ ଦିନ ବ୍ୟବଦ୍ୟାନରେ ବୁକିଂ କରି ହେବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
LPG Rule: ଗ୍ୟାସ୍ ସିଲିଣ୍ଡର ବୁକିଂ ପାଇଁ ନୂଆ ସର୍ତ୍ତ; ୩୫ ଦିନ ପୂର୍ବରୁ କରିପାରିବେନି LPG ବୁକିଂ | Argus News