|
logo
Live
Argus News App
GET APP

Argus News - ରାଜ୍ୟରେ ନାହିଁ ଗ୍ୟାସ୍ ସଂକଟ,ଆଜିଠୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ

Odisha

LPG Crisis / ରାଜ୍ୟରେ ନାହିଁ ଗ୍ୟାସ୍ ସଂକଟ,ଆଜିଠୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ

Bikash Mohanty
Browse all articles by Bikash Mohanty
·1 week ago·2 min read
ରାଜ୍ୟରେ ନାହିଁ ଗ୍ୟାସ୍ ସଂକଟ,ଆଜିଠୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ
LPG

Key Points

ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍‌ ମହଜୁଦ ଅଛି
ଖାଉଟିମାନେ ବିଚଳିତ ହୁଅନ୍ତୁ ନାହିଁ
ଆଜିଠାରୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ
ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସୁଚନା
ଭୁବନେଶ୍ବର ୨୩/୦୩  ରାଜ୍ୟରେ ଆବଶ୍ୟକତା ଅନୁଯାୟୀ ଗ୍ୟାସ୍‌ ମହଜୁଦ ଅଛି। ଖାଉଟିମାନେ ବିଚଳିତ ନ ହେବାକୁ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ପରାମର୍ଶ। ରାଜ୍ୟରେ ୧୪ ହଜାର ଘରୋଇ ଗ୍ୟାସ୍‌ ସିଲିଣ୍ଡର ଗଚ୍ଛିତ ରହିଛି। ହୋଟେଲ୍‌ମାନଙ୍କୁ ଗ୍ୟାସ୍‌ ଦେବାକୁ ସ୍ୱତନ୍ତ୍ର ବ୍ୟବସ୍ଥା ହେଉଛି। କଳା ବଜାରୀ ରୋକିବାକୁ ବିଭିନ୍ନ ସ୍ଥାନରେ ଚଢାଉ ହେଉଛି। ଆଜିଠାରୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।

ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଭାରତରେ ଦେଖାଦେଇଥିବା ଗ୍ୟାସ୍ ସଙ୍କଟ ଖୁବ୍‌ଶୀଘ୍ର ଦୂର ହେବାକୁ ଯାଉଛି। ଗୋଟିଏ ପରେ ଗୋଟିଏ ତେଲ ଓ ଗ୍ୟାସ୍ ଭର୍ତ୍ତି ଜାହାଜ ଭାରତୀୟ ବନ୍ଦରରେ ଲାଗୁଛି। ଆମେରିକାରୁ ଏକ ଜାହାଜ ଆସି ନୂଆ ମାଙ୍ଗାଲୋର ବନ୍ଦରରେ ଲାଗିଛି। ‘ପାଇସିକ୍ସ ପାୟୋନିୟର’ ନାମକ ଏହି ଜାହାଜ ଟେକ୍ସାସ୍‌ରୁ ଗତ ଫେବ୍ରୁଆରି ୧୪ରେ ଯାତ୍ରା ଆରମ୍ଭ କରିଥିଲା । ସେହି ଜାହାଜ ମାଙ୍ଗାଲୋରରେ ରବିବାର ପହଞ୍ଚିବା ପରେ ସେଥିରୁ ୧୬,୭୧୪ ଟନ୍‌ ଏଲ୍‌ପିଜି ବାହାର କରି ଏଜିସ୍ ଲଜିଷ୍ଟିକ୍ସକୁ ଦିଆଯାଇଛି।

ମଧ୍ୟପ୍ରାଚ୍ୟ ସଙ୍କଟକୁ ନଜରରେ ରଖି ଆମେରିକା ଓ ରୁଷରୁ ଭାରତ ଅଧିକ ତେଲ ମଗାଉଛି। ଗୋଟିଏ ପରେ ଗୋଟିଏ ତେଲ ଓ ଗ୍ୟାସ୍ ଜାହାଜ ମାଙ୍ଗାଲୋରରେ ଆସି ଲାଗୁଥିବାରୁ ସମୁଦ୍ର ପଥ ପରିବହନରେ ଏହି ବନ୍ଦରର ଗୁରୁତ୍ଵ ବଢ଼ିଛି। ଏହି ବନ୍ଦରରେ ଦେଶର ସର୍ବବୃହତ୍ ଭୂତଳ ଏଲ୍‌ପିଜି ସଂରକ୍ଷଣ ଭଣ୍ଡାର ରହିଛି ଯାହା ଗତବର୍ଷ ସେପ୍ଟେମ୍ବରରେ କାର୍ଯ୍ୟକ୍ଷମ ହୋଇଥିଲା। ସମୁଦ୍ର ପତନଠାରୁ ୨୨୫ ମିଟର ତଳେ ଥିବା ଏହି ଭଣ୍ଡାରର କ୍ଷମତା ହେଉଛି ୮୦,୦୦୦ ଟନ୍ କିଛି ଦିନ ପୂର୍ବରୁ ଶିବାଲିକ ଓ ନନ୍ଦା ଦେବୀ ନାମକ ଦୁଇଟି ଜାହାଜ ଭାରତରେ ପହଞ୍ଚିଥିଲା ।  ଭାରତ ମୁଖ୍ୟତଃ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରୁ ତେଲ ଓ ଗ୍ୟାସ୍ ମଗାଉଛି। ତାହାର ୫୦ ପ୍ରତିଶତ ଯୁଦ୍ଧ ଦ୍ବାରା ପ୍ରଭାବିତ ହୋଇଥିବା ସମୁଦ୍ର ପଥ ହର୍ମୁଜ ପ୍ରଣାଳୀ ଦେଇ ଆସୁଥିଲା। ମାତ୍ର ସେହି ପ୍ରଣାଳୀ ଦେଇ ଯାଉଥିବା ଜାହାଜଗୁଡ଼ିକ ଉପରେ ଇରାନ ଆକ୍ରମଣ କରିବା ଆଶଙ୍କା ଥିବାରୁ ଅଧିକାଂଶ କମ୍ପାନି ସେମାନଙ୍କ ଜାହାଜ ପଠାଇବାକୁ ଭୟ କରୁଛନ୍ତି | ଭାରତକୁ ଆସୁଥିବା ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ନୌସେନାର ଜାହାଜ ହର୍ମୁଜ ପ୍ରଣାଳୀ ନିକଟରେ ପହଞ୍ଚିଛି। ଏଭଳି ପ୍ରସ୍ତୁତି ସହିତ ଅନ୍ୟ ବାଟରେ ଅନ୍ୟାନ୍ୟ ଦେଶରୁ ତେଲ ଓ ଗ୍ୟାସ୍ ମଗାଇବାକୁ ମଧ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି।

ପଶ୍ଚିମ ଏସିଆ ସଙ୍କଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ କରିଥିଲେ। ଏହି ସମୀକ୍ଷା ବୈଠକରେ ପଶ୍ଚିମ ଏସିଆର ସାମ୍ପ୍ରତିକ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବ ଉପରେ ଗଭୀର ଆଲୋଚନା କରାଯାଇଥିଲା। ନିରବଚ୍ଛିନ୍ନ ଇନ୍ଧନ ଯୋଗାଣ ଉପରେ ଗୁରୁତ୍ୱ ଦେଇଥିଲେ ପ୍ରଧାନମନ୍ତ୍ରୀ। ସାରା ବିଶ୍ୱରେ ଦରବୃଦ୍ଧିର ଆଶଙ୍କା ଥିଲେ ମଧ୍ୟ ଭାରତରେ ସାଧାରଣ ଖାଉଟିଙ୍କ ଉପରେ ଯେପରି ଅତିରିକ୍ତ ବୋଝ ନପଡ଼େ, ସେଥିପାଇଁ ସରକାରୀ ସଂସ୍ଥାଗୁଡ଼ିକ ସତର୍କ ରହିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ଏଥିସହ ପଢ଼ନ୍ତୁ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଭିତରେ ସନ୍ଧ୍ୟାରେ ବଡ଼ ବୈଠକ; ସାମିଲ୍ ହେବେ ବରିଷ୍ଠ ମନ୍ତ୍ରୀ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
LPG Crisis: ରାଜ୍ୟରେ ନାହିଁ ଗ୍ୟାସ୍ ସଂକଟ,ଆଜିଠୁ ହୋଟେଲ୍‌ ଓ ରେଷ୍ଟୁରାଣ୍ଟକୁ ଗ୍ୟାସ୍‌ ଦିଆଯିବ | Argus News