LPG Subsidy Cut / LPG ଗ୍ୟାସ୍ ସବସିଡି ନିୟମରେ ବଡ଼ ପରିବର୍ତ୍ତନ; ଏଣିକି ବର୍ଷରେ ମିଳିବ ମାତ୍ର ୪ଟି ସିଲିଣ୍ଡର
·3 months ago·2 min read

Key Points
ସୋମବାର କେନ୍ଦ୍ର ସରକାର ସବସିଡି ଯୁକ୍ତ ଘରୋଇ ରନ୍ଧନ ଗ୍ୟାସ୍ ସଂଖ୍ୟା କମାଇ ଦେଇଛନ୍ତି । ଏହି ପରିବର୍ତ୍ତନ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ଗ୍ୟାସ୍ ନେଇଥିବା ହିତାଧିକାରୀଙ୍କ କ୍ଷେତ୍ରରେ ଲାଗୁ ହେବ ।
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଅସ୍ଥିରତା ଭିତରେ ବଡ଼ ନିଷ୍ପତ୍ତି । କେନ୍ଦ୍ର ସରକାର ହ୍ରାସ୍ କଲେ ସବସିଡି ରନ୍ଧନ ଗ୍ୟାସ୍ ସଂଖ୍ୟା । ସୋମବାର କେନ୍ଦ୍ର ସରକାର ସବସିଡି ଯୁକ୍ତ ଘରୋଇ ରନ୍ଧନ ଗ୍ୟାସ୍ ସଂଖ୍ୟା କମାଇ ଦେଇଛନ୍ତି । ଏଲପିଜି ଗ୍ୟାସ୍ ସବସିଡି ନିୟମରେ ପରିବର୍ତ୍ତନ ଅଣାଯାଇଛି ।
ଏହି ପରିବର୍ତ୍ତନ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା (PMUY)ରେ ଗ୍ୟାସ୍ ନେଇଥିବା ହିତାଧିକାରୀଙ୍କ କ୍ଷେତ୍ରରେ ଲାଗୁ ହେବ । ପୂର୍ବରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାରେ ହିତାଧିକାରୀ ବର୍ଷକୁ ସବସିଡିରେ ୯ଟି ଗ୍ୟାସ୍ ପାଉଥିଲେ । ଏଣିକି ଉଜ୍ଜ୍ଵଳା ହିତାଧିକାରୀ ସବସିଡିରେ ବର୍ଷକୁ ମାତ୍ର ୪ଟି ଗ୍ୟାସ୍ ସିଲିଣ୍ଡର ପାଇବେ ।
ଏଥିସହ ପଢ଼ନ୍ତୁ: ଜୁନ୍ରେ ମହଙ୍ଗା ମାଡ଼…ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ୍ ଦର…ବ୍ୟବସାୟୀଙ୍କ ଚିନ୍ତା ବଢ଼ିଲା
୨୦୨୬ ମେ ମାସରେ କେନ୍ଦ୍ର ସରକାର ଉଜ୍ଜ୍ଵଳା ଯୋଜନାର ଆରମ୍ଭ କରିଥିଲେ । ଯେଉଁଥିରେ ୧୪.୨ କେଜି ବିଶିଷ୍ଟ ୧୨ଟି ଘରୋଇ ରନ୍ଧନ ଗ୍ୟାସ୍ ଉଜ୍ଜ୍ଵଳା ହିତାଧିକାରୀଙ୍କୁ ପ୍ରତିବର୍ଷ ସବସିଡିରେ ଦିଆଯାଉଥିଲା । ପରେ ଏହାକୁ ୯କୁ ହ୍ରାସ୍ କରାଯାଇଥିବା ବେଳେ ଏବେ ୪କୁ କମାଇ ଦିଆଯାଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସରକାର କାହିଁକି ନେଲେ ନିଷ୍ପତ୍ତି ?
ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ପ୍ରବୀଣ ମଲ୍ ଖାନୁଜା କହିଛନ୍ତି, "ଉଜ୍ଜ୍ଵଳା ହିତାଧିକାରୀଙ୍କ ବାର୍ଷିକ ଗ୍ୟାସ୍ ବ୍ୟବହାର ହାରକୁ ତର୍ଜମା କରି ଏହି ନିଷ୍ପତ୍ତି ନିଆଯାଇଛି ।"
ସ୍ଵଚ୍ଛ ରୋଷେଇକୁ ପ୍ରୋତ୍ସାହନ ଦେବାକୁ ଯାଇ ସରକାର ମେ ୨୦୨୨ରେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ୍ ପିଛା ୨୦୦ ଟଙ୍କା ସବସିଡି ଦେବା ଆରମ୍ଭ କରିଥିଲେ । ଯାହାକି ସିଧାସଳଖ ହିତାଧିକାରୀଙ୍କ ଆକାଉଣ୍ଟକୁ ଯାଉଥିଲା । ପରେ ୨୦୨୩ ଅକ୍ଟୋବରରେ ସବସିଡି ଅର୍ଥ ବୃଦ୍ଧି କରି ୩୦୦ ଟଙ୍କା କରାଯାଇଥିଲା ।
୩ ମାସରେ ଗ୍ୟାସ୍ ୮୯ ଟଙ୍କା ମହଙ୍ଗା
୧୪.୨ କେଜି ବିଶିଷ୍ଟ ଘରୋଇ ରନ୍ଧନ ଗ୍ୟାସ୍ ଦର ଗତ ୩ ମାସ ଭିତରେ ଦୁଇ ଥର ବୃଦ୍ଧି ପାଇଛି । ମାର୍ଚ୍ଚ ୭ରେ ଘରୋଇ ରୋଷେଇ ଗ୍ୟାସ୍ ପିଛା ୬୦ ଟଙ୍କା ବୃଦ୍ଧି ହୋଇଥିଲା । ଏବେ ଜୁନ୍ ୭ରେ ଗ୍ୟାସ୍ ପିଛା ଦର ୨୯ ଟଙ୍କା ବଢ଼ିଛି ।
ଏଥିସହ ପଢ଼ନ୍ତୁ: ପୁଣି ମହଙ୍ଗା ହେଲା ଘରୋଇ ଗ୍ୟାସ୍, LPG ସିଲିଣ୍ଡର ପିଛା ଦାମ୍ ବଢ଼ିଲା ୨୯ ଟଙ୍କା
୬୪୨ ଟଙ୍କାରେ ଉଜ୍ଜ୍ଵଳା ଗ୍ୟାସ୍

ଅନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ୍ ଉତ୍ପାଦ ଦର ବୃଦ୍ଧି ପାଇଛି । ତଥାପି ଭାରତ ସରକାର ଦର ନିୟନ୍ତ୍ରଣରେ ରଖିଛନ୍ତି । ଏବେ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ହିତାଧିକାରୀଙ୍କୁ ସିଲିଣ୍ଡର ପିଛା ୩୦୦ ଟଙ୍କା ସବସିଡି ବ୍ୟାଙ୍କ ଆକାଉଣ୍ଟରେ ମିଳୁଛି ।
ଅର୍ଥାତ୍ ଉଜ୍ଜ୍ଵଳା ହିତାଧିକାରୀଙ୍କୁ ସବସିଡିଯୁକ୍ତ ସିଲିଣ୍ଡର ପାଇଁ ଦେବାକୁ ମିଳୁଛି ୬୪୨ ଟଙ୍କା । ଏବେ ଦେଶରେ ୧୦.୫୮ କୋଟିରୁ ଅଧିକ ଉଜ୍ଜ୍ଵଳା ଗ୍ୟାସ୍ ସଂଯୋଗ ରହିଛି ।

Related Topics
Explore more stories