Fuel Price Relief / ଅଶୋଧିତ ତୈଳ ଦର ହ୍ରାସ୍ ପରେ ଖସିଲା ପେଟ୍ରୋଲ୍, ଡିଜେଲ୍ ଓ LPG ମୂଲ୍ୟ
·2 hours ago·2 min read

Key Points
ହର୍ମୁଜ ପ୍ରଣାଳୀ ଦେଇ ଅଶୋଧିତ ତୈଳ ଯୋଗାଣ ଧିରେ ଧିରେ ସ୍ଵାଭାବିକ ହେଉଛି । ଯାହାର ପ୍ରଭାବ ଏବେ ବଜାରରେ ଦେଖିବାକୁ ମିଳିଛି ।
ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଉତ୍ତେଜନା ଥମିବା ପରେ ସ୍ଵାଭାବିକ ହେଉଛି କାରବାର । ହର୍ମୁଜ ପ୍ରଣାଳୀ ଦେଇ ଅଶୋଧିତ ତୈଳ ଯୋଗାଣ ଧିରେ ଧିରେ ସ୍ଵାଭାବିକ ହେଉଛି । ଯାହାର ପ୍ରଭାବ ଏବେ ବଜାରରେ ଦେଖିବାକୁ ମିଳିଛି । ଜୁଲାଇ ମାସର ପ୍ରଥମ ଦିନରେ ଭାରତ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ହ୍ରାସ୍ କରିଛି ।
ସେପଟେ ଭାରତର ପଡ଼ୋଶୀ ନେପାଳ ସରକାର ଲୋକଙ୍କୁ ବଡ଼ ଆଶ୍ଵସ୍ତି ଦେଇଛନ୍ତି । ନେପାଳରେ ପେଟ୍ରୋଲ୍-ଡିଜେଲ୍ ଦରରେ ବଡ଼ ହ୍ରାସ କରିଛନ୍ତି ସରକାର । ପେଟ୍ରୋଲ୍-ଡିଜେଲ୍ ସହ ନେପାଳ ସରକାର LPG ଦାମ କମାଇ ଦେଇଛନ୍ତି ।
ଏଥିସହ ପଢ଼ନ୍ତୁ: ଜୁଲାଇ ଆରମ୍ଭରୁ କମିଲା ପେଟ୍ରୋଲ, ଡିଜେଲ ରେଟ…ଗ୍ରାହକଙ୍କୁ ବଡ଼ ଆଶ୍ବସ୍ତି ଦେଲା ଏହି କମ୍ପାନୀ
ମଧ୍ୟପ୍ରାଚ୍ୟ ଯୁଦ୍ଧ ସମୟରେ ଭୂ-ରାଜୈନିତ ପରିସ୍ଥିତି ପାଇଁ ବିଭିନ୍ନ ଦେଶ ପେଟ୍ରୋଲ୍-ଡିଜେଲ୍ ସହ ସିଲିଣ୍ଡର ମୂଲ୍ୟ ବଢ଼ାଇଥିଲେ । ଆଉ ଏବେ ଉତ୍ତେଜନା ହ୍ରାସ ପରେ ଅଶୋଧିତ ତୈଳ ମୂଲ୍ୟ ଖସିବାରୁ ଦାମ କମ୍ କରିଛନ୍ତି ।
କେତେ କମିଲା ପେଟ୍ରୋଲ୍, ଡିଜେଲ୍ ?
ନେପାଳରେ ପେଟ୍ରୋଲ୍ ଦର ଲିଟର ପିଛା ୨୦ ନେପାଳୀ ଟଙ୍କା କମ୍ ହୋଇଛି । ସେହିଭଳି ଡିଜେଲ୍ ଲିଟର ପିଛା ୩୦ ଟଙ୍କା ହ୍ରାସ୍ ପାଇଛି । ଦର କମିବା ପରେ ନେପାଳରେ ଏବେ ପେଟ୍ରୋଲ୍ ଲିଟର ପିଛା ୧୯୪ ଟଙ୍କା ୫୦ ପଇସା (ପ୍ରାୟ ୧୨୧ ଟଙ୍କା ୫୬ ପଇସା) ଓ ଡିଜେଲ୍ ଲିଟର ପିଛା ୧୯୨ ଟଙ୍କା ୫୦ ପଇସା (ପ୍ରାୟ ୧୨୦ ଟଙ୍କା ୩୧ ପଇସା) ରହିଛି । ନୂଆ ଦର ଆଜିଠୁ ଜୁଲାଇ ୧ରୁ ଲାଗୁ କରାଯାଇଛି ।
ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଅଶୋଧିତ ତୈଳ ଦର ବଢ଼ି ଚାଲିଥିଲା । ଫଳରେ ପେଟ୍ରୋଲ୍-ଡିଜେଲ୍ ଦର ବଢ଼ିବାରୁ ନେପାଳରେ ବଢ଼ିଥିଲା ଦରଦାମ । ଏବେ ସରକାର ଜୁଲାଇ ୧ରୁ ପେଟ୍ରୋଲ୍-ଡିଜେଲ୍ ଦର ହ୍ରାସ କରି ଲୋକଙ୍କୁ ଏକ ପ୍ରକାର ଆଶ୍ଵସ୍ତି ଦେଇଛନ୍ତି ।
ଶସ୍ତା ହେଲା ସିଲିଣ୍ଡର
ପେଟ୍ରୋଲ୍-ଡିଜେଲ୍ ସହ ନେପାଳ ସରକାର ସିଲିଣ୍ଡର ଦାମ କମାଇ ଦେଇଛନ୍ତି । ଦେଶରେ ଘରୋଇ ରନ୍ଧନ ଗ୍ୟାସ୍ ଦର ୧୦୦ ଟଙ୍କା ହ୍ରାସ ପାଇଛି । ଏହି ହ୍ରାସ୍ ପରେ ନେପାଳରେ ୧୪.୨ କେଜି ଘରୋଇ ସିଲିଣ୍ଡର ଦର ୨ ହଜାର ୬୦ ନେପାଳୀ ଟଙ୍କା ରହିଛି । ସେହିଭଳି ୭.୧ କେଜି ବିଶିଷ୍ଟ ଛୋଟ ସିଲିଣ୍ଡର ମୂଲ୍ୟ ୧ ହଜାର ୩୦ ନେପାଳୀ ଟଙ୍କା ହୋଇଛି ।
ଏଥିସହ ପଢ଼ନ୍ତୁ: ଜୁଲାଇରେ ବଡ଼ ଆଶ୍ୱସ୍ତି….କମିଲା ଗ୍ୟାସ ଦର...୧୮୩ ଟଙ୍କା ଶସ୍ତା ହେଲା
ତେଲ-LPG ପାଇଁ ଭାରତ ଉପରେ ନିର୍ଭର
ସୂଚନାଯୋଗ୍ୟ, ନେପାଳ ତାର ପେଟ୍ରୋଲିୟମ୍ ଆବଶ୍ୟକତା ପୂରଣ ପାଇଁ ଭାରତ ଉପରେ ଅଧିକ ନିର୍ଭର କରିଥାଏ । ପେଟ୍ରୋଲ୍, ଡିଜେଲ୍, ଏଲପିଜିରୁ ନେଇ ଏୟାର ଟର୍ବାଇନ୍ ଫୁଏଲ୍ (ATF) ଓ କିରୋସିନ୍ ଆଦି ଭାରତରୁ ଆମଦାନୀ କରିଥାଏ ନେପାଳ । ଏ ସମସ୍ତ ପେଟ୍ରୋଲିୟମ୍ ପଦାର୍ଥ ସରକାରୀ କମ୍ପାନୀ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ (IOC) ଦେଇଥାଏ । ଏଥିପାଇଁ ନେପାଳ ଓ IOC ମଧ୍ୟରେ ଦୀର୍ଘକାଳୀନ ଚୁକ୍ତି ମଧ୍ୟ ହୋଇଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories