Videos
|
Business

New Labour Codes / ନୂଆ ଶ୍ରମ କୋଡ୍ ସହ ଅଗଷ୍ଟ ୩୧ରୁ ବଦଳି ଯିବ ଦରମା; ଜାଣନ୍ତୁ ଏଣିକି ହାତକୁ ଆସିବ କେତେ ଟଙ୍କା...

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ନୂଆ ଶ୍ରମ କୋଡ୍ ସହ ଅଗଷ୍ଟ ୩୧ରୁ ବଦଳି ଯିବ ଦରମା; ଜାଣନ୍ତୁ ଏଣିକି ହାତକୁ ଆସିବ କେତେ ଟଙ୍କା...
Salary Change Under New Labour Code

Key Points

ନୂଆ ନିୟମ ଅନୁସାରେ କମ୍ପାନୀ ଦରମା ଢାଞ୍ଚାରେ ପରିବର୍ତ୍ତନ ଆଣିବେ । ଯେମିତି ମୂଳ ଦରମାର ଅଂଶ ମୋଟ ଦରମାର ଅତି କମ୍‌ରେ ୫୦ ପ୍ରତିଶତ ହୋଇଥିବ । ଯାହାର ପ୍ରଭାବ ବିଶେଷ କରି କମ୍ ଦରମା ପାଉଥିବା କର୍ମଚାରୀଙ୍କ ଉପରେ ପଡ଼ିବ ।
ନୂଆଦିଲ୍ଲୀ: ଯଦି ଆପଣ ପ୍ରତି ମାସ ଦରମା ଆକାଉଣ୍ଟରେ ପାଉଛନ୍ତି । ତାହେଲେ ନୂଆ ଶ୍ରମ କୋଡ୍ ସହ ଜଡ଼ିତ ଏହି ପରିବର୍ତ୍ତନ ଆପଣଙ୍କ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ । ନୂଆ ନିୟମ ଅନୁସାରେ କମ୍ପାନୀ ଦରମା ଢାଞ୍ଚାରେ ପରିବର୍ତ୍ତନ ଆଣିବେ । ଯେମିତି ମୂଳ ଦରମାର ଅଂଶ ମୋଟ ଦରମାର ଅତି କମ୍‌ରେ ୫୦ ପ୍ରତିଶତ ହୋଇଥିବ । ଯାହାର ପ୍ରଭାବ ବିଶେଷ କରି କମ୍ ଦରମା ପାଉଥିବା କର୍ମଚାରୀଙ୍କ ଉପରେ ପଡ଼ିବ ।

ନୂଆ ଶ୍ରମ କୋଡ୍ ଅନୁସାରେ, ଯଦି କୌଣସି କର୍ମଚାରୀଙ୍କ ଦରମାରେ ଭତ୍ତା ଓ ଅନ୍ଯ କିଛି ସାମିଲ୍ କରାଯାଇ ମୋଟ ରାଶି ଦରମାର ୫୦ ପ୍ରତିଶତରୁ ଅଧିକ ହୋଇଥାଏ । ସେଭଳି କ୍ଷେତ୍ରରେ ୫୦ ପ୍ରତିଶତରୁ ଅଧିକ ଦରମାକୁ ମୂଳ ଦରମାରେ ଯୋଡ଼ି ଦିଆଯିବ । ଅର୍ଥାକ୍ କମ୍ପାନୀ ଦରମାର ବଡ଼ ଅଂଶକୁ ଭିନ୍ନ ଭିନ୍ନ ଭତ୍ତା ନାଁରେ ଦେଖାଇ ମୂଳ ଦରମାର ସୀମାକୁ ବେଶ୍ କମ୍ କରିପାରିବେ ନାହିଁ ।

ଏଥିସହ ପଢ଼ନ୍ତୁ: 210 ଟଙ୍କା ଜମା କରି ପ୍ରତି ମାସରେ 5,000 ଟଙ୍କାର ପେନସନ ପାଆନ୍ତୁ ! କେମିତି ମିଳିବ ସରକାରୀ ଯୋଜନାର ଲାଭ ? 

ଆପଣଙ୍କ ଆକାଉଣ୍ଟକୁ କେତେ ଆସିବ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଯଦି ବର୍ତ୍ତମାନର ଦରମା ଢାଞ୍ଚା ଅନୁସାରେ, ଆପଣଙ୍କ ମୂଳ ଦରମା (Basic Pay) ବହୁତ କମ୍ ରହିଛି ଏବଂ ଭତ୍ତା ଅଧିକ ରହିଛି । ତାହେଲେ ପିଏଫ୍ ଅଂଶ ବଢ଼ିବ । ଏହାଦ୍ଵାରା ଆପଣଙ୍କ ସିଟିସି (CTC) ବା ବାର୍ଷିକ ଦରମା କମିବ ନାହିଁ । ବରଂ ପ୍ରତି ମାସରେ ଆକାଉଣ୍ଟକୁ ଆସୁଥିବା ଦରମା କିଛି ମାତ୍ରାରେ କମିପାରେ । ପ୍ରତି ବଦଳରେ ପିଏଫ୍ ଓ ଗ୍ରାଚ୍ୟୁଇଟି ଆଦିରେ ଅଧିକ ଟଙ୍କା ମିଳିବ ।

ଉଦାହରଣ ଭାବେ ନେଲେ- ଯଦି ଆପଣଙ୍କ ମାସିକ ଦରମା ୬୦ ହଜାର ଟଙ୍କା । ତାହେଲେ ମୂଳ ଦରମା ଓ ଡିଏ ମାତ୍ର ୨୦ ହଜାର ଟଙ୍କା । ଦରମାର ବଡ଼ ଅଂଶ ଭତ୍ତା ଆକାରରେ ମିଳୁଛି । ଏବେ ୫୦ ପ୍ରତିଶତ ନିୟମ ହିସାବରେ ଦରମା ସୀମା ପ୍ରାୟ ୩୦ ହଜାର ହେବା ଉଚିତ୍ ।

ଏଭଳି କ୍ଷେତ୍ରରେ ଦରମା ଢାଞ୍ଚାକୁ ପୁଣି ଥରେ ପରିବର୍ତ୍ତନ କରାଯିବ । ଯଦି ପିଏଫ୍‌ର ଗଣନା ଏହି ବର୍ଦ୍ଧିତ ମୂଳ ଦରମାକୁ ନେଇ ହେବ । ତାହେଲେ କର୍ମଚାରୀଙ୍କ ପିଏଫ୍ ଅଂଶଧନ ବଢ଼ିପାରେ । ଅର୍ଥାତ୍ ପୂର୍ବାପେକ୍ଷା ପିଏଫ୍‌ରେ ଅଧିକ ଟଙ୍କା ଜମା ହେବ ଓ ମାସିକ ଦରମାରେ କିଛି ହ୍ରାସ୍ ପାଇବ । କିନ୍ତୁ ଏହାର ଅର୍ଥ ନୁହେଁ ଯେ, ପ୍ରତିଟି କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଦରମାର ବେସିକ୍ ପେ ସିଧାସଳଖ ୫୦ ପ୍ରତିଶତ ହୋଇଯିବ ।

ଏଥିସହ ପଢ଼ନ୍ତୁ: ୧ ସେପ୍ଟେମ୍ବରରେ ବଦଳିବ ଦର ଗ୍ୟାସ୍ ସିଲିଣ୍ଡର ନେଇ ବଡ଼ ଅପଡେଟ୍ 

କ'ଣ ଲାଭ ମିଳିବ ?

ମୂଳ ଦରମା ବଢ଼ିବା ଯୋଗୁଁ ପିଏଫ୍ ଓ ଗ୍ରାଚୁଇଟି ଆଦିର ଅର୍ଥ ବଢ଼ିଯିବ । ଅର୍ଥାତ୍ ଆପଣଙ୍କ ହାତକୁ ଆସୁଥିବା ଦରମା ସ୍ଵଳ୍ପ କମିବା ସହ ଦୀର୍ଘକାଳୀନ ସୂତ୍ରରେ ଅଥବା ଅବସର ସଞ୍ଚୟ ଓ ଗ୍ରାଚୁଇଟି ଆଦି ଲାଭ ଅଧିକ ମିଳିବ ।