Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Business

Silver Price Today / ନୂଆବର୍ଷ ଆରମ୍ଭରୁ ମହଙ୍ଗା: ଲଗାତାର ଦୁଇଦିନ କମିବା ପରେ ପୁଣି ବଢ଼ିଲା ସୁନା, ରୁପା

Ritu Das
Browse all articles by Ritu Das
·6 months ago·2 min read
ନୂଆବର୍ଷ ଆରମ୍ଭରୁ ମହଙ୍ଗା: ଲଗାତାର ଦୁଇଦିନ କମିବା ପରେ ପୁଣି ବଢ଼ିଲା ସୁନା, ରୁପା
india

Key Points

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଶୁକ୍ରବାର ଦିନ ସାଢେ ୧୧ଟାରେ ରୁପାର ଦାମ୍ ୭୪୬୮ ଟଙ୍କା ବଢିଛି । ମାର୍ଚ୍ଚର ଭବିଷ୍ୟତ ଦରରେ ଦାମ୍ ବୃଦ୍ଧି ପାଇଛି। ସେହିପରି ସୁନା ଦାମ୍ ଫେବ୍ରୁଆରୀ ମାସ ପାଇଁ ୧୦୧୧ ଟଙ୍କା ଅଧିକ ହୋଇଛି ।
ନୂଆବର୍ଷରୁ ବଢିଲା ରୁପା । ଲଗାତାର ଦୁଇ ଦିନ ଧରି ଅହେତୁକ ହ୍ରାସ ପରେ ସୁନା ଏବଂ ରୁପାର ଦାମ୍ ବୃଦ୍ଧି ପାଇଛି । ରୁପା ୭ ହଜାର ଟଙ୍କା ବଢିଥିବା ବେଳେ ସୁନା ମଧ୍ୟ ଉପରକୁ ଉଠିଛି । ୨୦୨୫ ଶେଷ ଆଡକୁ ରୁପା ୨୨ ହଜାର ଟଙ୍କା ଶସ୍ତା ହୋଇଥିଲା । ଏସବୁକୁ ଦେଖି ବିଶେଷଜ୍ଞମାନେ ମଧ୍ୟ ଦରର ଉପର ତଳ ଟ୍ରେଣ୍ଡକୁ ଆକଳନ କରିପାରୁ ନାହାନ୍ତି।

ଆସିଲା ବଡ଼ ଖବର: କମିଲା ସୁନା ଦର, ଆଗକୁ ଆହୁରି କମିବ...

ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ଶୁକ୍ରବାର ଦିନ ସାଢେ ୧୧ଟାରେ ରୁପାର ଦାମ୍ ୭୪୬୮ ଟଙ୍କା ବଢିଛି । ମାର୍ଚ୍ଚର ଭବିଷ୍ୟତ ଦରରେ ଦାମ୍ ବୃଦ୍ଧି ପାଇଛି। ସେହିପରି ସୁନା ଦାମ୍ ଫେବ୍ରୁଆରୀ ମାସ ପାଇଁ ୧୦୧୧ ଟଙ୍କା ଅଧିକ ହୋଇଛି । ଫଳରେ ମାର୍ଚ୍ଚ ମାସ ପାଇଁ ରୁପା ଦର କେଜି ପିଛା ୨ ଲକ୍ଷ ୪୩ ହଜାର ୩୪୧ ଟଙ୍କାରେ ପହଁଚିଥିବା ବେଳେ ସୁନା ଫେବ୍ରୁଆରୀ ପାଇଁ ଭରି ପିଛା ୧ ଲକ୍ଷ ୩୬ ହଜାର ୮୧୫ ଟଙ୍କାରେ ପହଁଚିଛି ।
କାହିଁକି ଉପର ତଳ ହେଉଛି ରେଟ୍

ବିଶେଷଜ୍ଞଙ୍କ କହିବା କଥା ହେଲା, ୨୦୨୫ରେ ରୁପା ୧୫୦ ପ୍ରତିଶତ ମହଙ୍ଗା ହୋଇଥିଲା । ସୁନା ଦାମରେ ମଧ୍ୟ ୭୦ ପ୍ରତିଶତର ଅଭିବୃଦ୍ଧି ପରିଲକ୍ଷିତ ହୋଇଥିଲା । ଏବେ ଉଭୟ ଦାମୀ ଧାତୁ ରେକର୍ଡ ମୂଲ୍ୟରେ କାରବାର କରୁଛନ୍ତି । ଯାହାପାଇଁ ନିବେଶକ ସତର୍କ ରହିଛନ୍ତି । ଏଥିପାଇଁ ଦାମରେ ଲଗାତାର ପରିବର୍ତ୍ତନ ଘଟୁଛି । ଦାମ୍ କମିଲେ ନିବେଶକମାନେ ଅଧିକ ସୁନା ରୁପା କିଣୁଛନ୍ତି । ଯାହା ଦ୍ୱାରା ସେମାନେ ଦାମ୍ ବଢିଲେ ଅଧିକ ଲାଭ ପାଇପାରିବେ।

ଏହାସହ ପଢ଼ନ୍ତୁ: ନୂଆବର୍ଷରେ ଏମିତି ହେଲା ବେପାର... ମିନିଟ୍‌କୁ ୨ ଲକ୍ଷ ପିଜାକୁ ୧୩୩୬ ବିରିୟାନି ଅର୍ଡର କଲେ

ରୁପା ଦାମ୍ ପଛରେ ଚୀନ୍

ଚୀନ ସରକାର ଜାନୁଆରୀ ୧ରୁ ରୁପା ରପ୍ତାନୀ ଉପରେ ନୂଆ ନିୟମ ଲାଗୁ କରିଛନ୍ତି । ଏବେ କେବଳ ସରକାରୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ ରୁପାର ରପ୍ତାନୀ କରିପାରିବେ । ଏହାବ୍ୟତୀତ ଅନ୍ୟ କୌଣସି କମ୍ପାନୀ ଦେଶ ବାହାରକୁ ରୁପା ପଠାଇପାରିବେ ନାହିଁ । ଡ୍ରାଗନ ସାରା ବିଶ୍ୱର ୬୦ରୁ ୭୦ ପ୍ରତିଶଚ ରୁପା ବ୍ୟବସାୟ ଏବଂ ରପ୍ତାନୀକୁ ନିୟନ୍ତ୍ରଣ କରିଥାଏ । ଡ୍ରାଗନର ଏହି ନିଷ୍ପତ୍ତି ବୈଶ୍ୱିକ ସ୍ତରରେ ରୁପାର ଚାହିଦା ବଢାଇବା ସହ ଦାମରୁ ଉପର ତଳ କରୁଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Gold and Silver Prices Rise Again at New Year Start After Two-Day Fall | Argus News