Videos
|
Business

Bank Holidays November 2026 / ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ନଭେମ୍ବର ୯ରୁ ୧୫ ଯାଏଁ ଛୁଟି ତାଲିକା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ଆସନ୍ତା ସପ୍ତାହରେ ୬ ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ନଭେମ୍ବର ୯ରୁ ୧୫ ଯାଏଁ ଛୁଟି ତାଲିକା
Bank Holidays November 2026

Key Points

ବ୍ୟାଙ୍କ ଗ୍ରାହକ ସାବଧାନ !
୯ରୁ ୧୫ ନଭେମ୍ବର ମଧ୍ୟରେ ୬ ଦିନ ବ୍ୟାଙ୍କ ବନ୍ଦ
ଜାଣନ୍ତୁ କେଉଁ ଦିନ ବନ୍ଦ ରହିବ ବ୍ୟାଙ୍କ?
ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ନୂଆ ସପ୍ତାହ । ଏହି ସପ୍ତାହରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC ବ୍ୟାଙ୍କ ସମେତ ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କରେ ରହିଛି ଏକାଧିକ ଛୁଟି । ଆସନ୍ତା ସପ୍ତାହରେ ମୋଟ ୬ ଦିନ ବ୍ୟାଙ୍କ ବନ୍ଦ ରହିବାକୁ ଥିବାରୁ ଗ୍ରାହକମାନେ ନିଜର ବ୍ୟାଙ୍କିଂ କାମ ଆଗୁଆ ସାରି ନେବା ଆବଶ୍ୟକ । ତେବେ ଏହି ଛୁଟି ସବୁ ରାଜ୍ୟ ଓ ସହର ପାଇଁ ସମାନ ନୁହେଁ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ନିୟମ ଅନୁଯାୟୀ, ପ୍ରତ୍ୟେକ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ସହ ପ୍ରତ୍ୟେକ ରବିବାର ବ୍ୟାଙ୍କ ବନ୍ଦ ରହିଥାଏ । ଏହାବ୍ୟତୀତ ଜାତୀୟ ଛୁଟି, ସ୍ଥାନୀୟ ପର୍ବପର୍ବାଣୀ ଅନୁଯାୟୀ ବିଭିନ୍ନ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହେ । ତେଣୁ ଦେଶର ସମସ୍ତ ସହରରେ ଏକା ସମୟରେ ବ୍ୟାଙ୍କ ବନ୍ଦ ରହିବ ନାହିଁ ।

ଆସନ୍ତା ସପ୍ତାହରେ କେବେ କେଉଁଠି ବନ୍ଦ ରହିବ ବ୍ୟାଙ୍କ ?

-୯ ନଭେମ୍ବର (ସୋମବାର): ଦୀପାବଳି, ଲକ୍ଷ୍ମୀ ପୂଜା ଓ ଗୋବର୍ଦ୍ଧନ ପୂଜା ଅବସରରେ ଅଗରତାଲା, ଭୋପାଳ, ଚଣ୍ଡିଗଡ଼, ଗାଙ୍ଗଟକ, ଗୁଆହାଟୀ, ଇମ୍ଫାଲ, ଜୟପୁର, କାନପୁର, ଲକ୍ଷ୍ନୌ ଓ ରାୟପୁରରେ ବ୍ୟାଙ୍କ ବନ୍ଦ ରହିବ ।
- ୧୦ ନଭେମ୍ବର (ମଙ୍ଗଳବାର): ଦୀପାବଳି ବଳି ପ୍ରତିପଦା ଓ ବିକ୍ରମ ସମ୍ବତ୍ ନୂତନ ବର୍ଷ ଅବସରରେ ଅହମ୍ମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଡେରାଡୁନ୍, ଗାଙ୍ଗଟକ, ମୁମ୍ବାଇ ଓ ନାଗପୁରରେ ବ୍ୟାଙ୍କ ଛୁଟି ରହିବ ।
- ୧୧ ନଭେମ୍ବର (ବୁଧବାର): ଭାଇ ଦୂଜ, ଚିତ୍ରଗୁପ୍ତ ଜୟନ୍ତୀ ଓ ନିଙ୍ଗୋଲ ଚକ୍କୌବା ଅବସରରେ ଗାଙ୍ଗଟକ, ଇମ୍ଫାଲ, କାନପୁର, କୋଲକାତା, ଲକ୍ଷ୍ନୌ ଓ ସିମଲାରେ ବ୍ୟାଙ୍କ ଶାଖା ବନ୍ଦ ରହିବ ।
- ୧୩ ନଭେମ୍ବର (ଶୁକ୍ରବାର): ୱାଙ୍ଗଲା ମହୋତ୍ସବ ପାଇଁ ମେଘାଳୟର ଶିଲଂରେ ବ୍ୟାଙ୍କ ବନ୍ଦ ରହିବ । ଅନ୍ୟ ସ୍ଥାନରେ ବ୍ୟାଙ୍କ ଖୋଲା ରହିବ ।
- ୧୪ ନଭେମ୍ବର (ଦ୍ୱିତୀୟ ଶନିବାର): RBI ନିୟମ ଅନୁଯାୟୀ ମାସର ଦ୍ୱିତୀୟ ଶନିବାର ହୋଇଥିବାରୁ ଦେଶର ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କ ବନ୍ଦ ରହିବ ।
- ୧୫ ନଭେମ୍ବର (ରବିବାର): ସାପ୍ତାହିକ ଛୁଟି ଯୋଗୁଁ ସାରା ଦେଶରେ ବ୍ୟାଙ୍କ ବନ୍ଦ ରହିବ ।

ବ୍ୟାଙ୍କ ବନ୍ଦ ଥିଲେ ବି ଚାଲିବ ଅନଲାଇନ୍ ସେବା

ବ୍ୟାଙ୍କ ଶାଖା ବନ୍ଦ ରହିଲେ ମଧ୍ୟ ଗ୍ରାହକମାନେ ଡିଜିଟାଲ୍ ବ୍ୟାଙ୍କିଂ ସେବାର ଲାଭ ନେଇପାରିବେ । ନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ ଆପ୍ ଓ UPI ମାଧ୍ୟମରେ ଟଙ୍କା କାରବାର ଜାରି ରହିବ । ଏହାସହ ATMରୁ ମଧ୍ୟ ଗ୍ରାହକମାନେ ଟଙ୍କା ଉଠାଇପାରିବେ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
NEFT ଓ RTGS ଭଳି ଡିଜିଟାଲ୍ ଫଣ୍ଡ ଟ୍ରାନ୍ସଫର୍ ସେବା ମଧ୍ୟ ଉପଲବ୍ଧ ରହିବ । ତେବେ ବେଳେବେଳେ ରକ୍ଷଣାବେକ୍ଷଣ କାର୍ଯ୍ୟ ଯୋଗୁଁ କିଛି ଡିଜିଟାଲ୍ ସେବା ସାମୟିକ ଭାବେ ବନ୍ଦ ହୋଇପାରେ ।

ତେଣୁ ଆସନ୍ତା ସପ୍ତାହରେ ବ୍ୟାଙ୍କକୁ ଯାଇ ଟଙ୍କା ଜମା, ଉଠାଣ କିମ୍ବା ଅନ୍ୟାନ୍ୟ ଜରୁରୀ କାମ କରିବାକୁ ଯୋଜନା କରିଥିଲେ ନିଜ ସହରର ବ୍ୟାଙ୍କ ଛୁଟି ତାଲିକା ଯାଞ୍ଚ କରି ଆଗୁଆ କାମ ସାରି ନିଅନ୍ତୁ ।