ଭାରତୀୟ କ୍ରିକେଟ୍ ଦଳର ପ୍ରାୟୋଜକ Dream11 ଉପରେ ଲାଗିପାରେ ରୋକ୍; ଲୋକସଭାରେ Online Gaming Bill ଉପସ୍ଥାପିତ

Key Points
ଏହି ବିଲ୍ ଅନଲାଇନ୍ ଗେମିଂକୁ ନିୟନ୍ତ୍ରଣ କରିବା ସହ ଟଙ୍କା ଲଗାଇ ଖେଳା ଯାଉଥିବା ଗେମ୍ସ ଉପରେ ପ୍ରତିବନ୍ଧକ ଲଗାଇବ । ଯଦି ସଂସଦରେ ଏହି ବିଲ୍ ପାରିତ ହୋଇଯାଏ ତାହେଲେ ଟଙ୍କା ଦେଇ ଅନଲାଇନରେ ଖେଳା ଯାଉଥିବା ସମସ୍ତ ଗେମ୍ସ ଆପ୍ ଉପରେ ରୋକ ଲାଗିବ ।
ନୂଆଦିଲ୍ଲୀ: ଆଗାମୀ ଦିନରେ ଦେଶରେ ବନ୍ଦ ହୋଇପାରେ ଡ୍ରିମ୍୧୧, ରମି, ପୋକର ଭଳି ଫାଣ୍ଟାସି ସ୍ପୋର୍ଟ୍ସ ଆପ୍ । ଏହାରି ଭିତରେ ରହିଛି ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରାୟୋଜକ ଡ୍ରିମ୍ ୧୧ । କେନ୍ଦ୍ର ସରକାର ବୁଧବାର ଲୋକସଭାରେ ପ୍ରମୋସନ ଆଣ୍ଡ ରେଗୁଲେସନ ଅଫ୍ ଅନଲାଇନ୍ ଗେମିଂ ବିଲ୍ ୨୦୨୫ ଉପସ୍ଥାପିତ କରିଛନ୍ତି ।
ଏହି ବିଲ୍ ଅନଲାଇନ୍ ଗେମିଂକୁ ନିୟନ୍ତ୍ରଣ କରିବା ସହ ଟଙ୍କା ଲଗାଇ ଖେଳା ଯାଉଥିବା ଗେମ୍ସ ଉପରେ ପ୍ରତିବନ୍ଧକ ଲଗାଇବ । ଯଦି ସଂସଦରେ ଏହି ବିଲ୍ ପାରିତ ହୋଇଯାଏ ତାହେଲେ ଟଙ୍କା ଦେଇ ଅନଲାଇନରେ ଖେଳା ଯାଉଥିବା ସମସ୍ତ ଗେମ୍ସ ଆପ୍ ଉପରେ ରୋକ ଲାଗିବ । ସେହି ଗେମ୍ସ କୌଶଳ ଆଧାରିତ ହେଉ କିମ୍ବା ସୁଯୋଗ ଆଧାରିତ, ଉଭୟ ଉପରେ ପ୍ରତିବନ୍ଧକ ଲଗାଯିବ ।
ବିଲ୍ରେ କ'ଣ ରହିଛି ନିୟମ ?
କୌଣସି ଟଙ୍କା ଦେଣନେଣ ଗେମ୍ ଅଫର୍ କରିବା, ପରିଚାଳନା କରିବା, ପ୍ରଚାର କରିବା ଅବୈଧ ହେବ । ତେବେ ଅନଲାଇନ୍ ଗେମ୍ ଖେଳୁଥିବା ବ୍ୟକ୍ତିଙ୍କ ପାଇଁ କୌଣସି ସଜ୍ଜାର ପ୍ରାବଧାନ ନାହିଁ । ତେବେ କେହି ଟଙ୍କା ଲଗାଇ ଗେମ୍ ଖେଳିବାକୁ ପ୍ରୋତ୍ସାହନ କରିବା କିମ୍ବା ପ୍ରଚାର କଲେ ତାଙ୍କୁ ୩ ବର୍ଷ ଜେଲ୍ କିମ୍ବା ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ । ଆଉ ବିଜ୍ଞାପନ ପ୍ରସାରଣକାରୀଙ୍କୁ ୨ ବର୍ଷ ଜେଲ୍ ସହ ୫୦ ଲକ୍ଷ ଟଙ୍କା ଯାଏଁ ଜରିମାନା ହୋଇପାରେ ।
ଏଥିପାଇଁ ସରକାର ସ୍ଵତନ୍ତ୍ର କର୍ତ୍ତୃପକ୍ଷଙ୍କୁ କ୍ଷମତା ଦେବେ । ଯିଏ ଗେମିଂ କ୍ଷେତ୍ରକୁ ପରିଚାଳନା କରିବା ସହ ଗେମ୍ସର ପଞ୍ଜିକରଣ କରିବେ । ନିର୍ଦ୍ଧାରଣ କରିବେ କେଉଁ ଗେମ୍ ଟଙ୍କା ଦେଇ ଖେଳାଯାଏ । ଏବେ ଦେଶରେ ଅନେକ ଗେମ୍ ଟଙ୍କା ଦେଇ ଖେଳା ଯାଉଥିବା ବେଳେ ଏଥିପାଇଁ ଅନେକ ମାନସିକ ଓ ଆର୍ଥିକ କ୍ଷତି ସହୁଛନ୍ତି । ଅନେକ କ୍ଷେତ୍ରରେ ଅନଲାଇନ୍ ଗେମ୍ ମାୟାରେ ପଡ଼ି ଲୋକେ ଜୀବନ ଯାକର ଜମା ପୁଞ୍ଜି ବି ହରାଇ ବସୁଛନ୍ତି । ଫଳରେ ଅନେକ ଆତ୍ମହତ୍ୟା କରୁଥିବା ଖବର ବି ଆସୁଛି ।
📱 Get Argus News App
✨
କ'ଣ ପଡ଼ିବ ପ୍ରଭାବ ?
ଭାରତରେ ଅନଲାଇନ୍ ଗେମିଂ ମାର୍କେଟ୍ ଏବେ ପ୍ରାୟ ୩୨ ହଜାର କୋଟିର । ୮୬ ପ୍ରତିଶତ ରାଜସ୍ଵ ଅନଲାଇନ୍ ଗେମ୍ ଖେଳରୁ ଆସିଥାଏ । ଆଉ ୨୦୨୯ ସୁଦ୍ଧା ଏହା ପ୍ରାଯ ୮୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିବା ଆକଳନ କରାଯାଉଛି ।
କିନ୍ତୁ ଏବେ ସରକାର ଆଣିଥିବା ବିଲ୍ ପାରିତ ହୋଇ ଆଇନ୍ ଆସିଲେ ଡ୍ରିମ୍୧୧, ୱିଞ୍ଜୋ, ଗେମ୍ସକ୍ରାଫ୍ଟ ଭଳି ବଡ଼ କମ୍ପାନୀଙ୍କ ଲାଗି ସମସ୍ୟା ସୃଷ୍ଟି ହୋଇପାରେ । ଏହି କ୍ଷେତ୍ରରେ ଥିବା ଲୋକଙ୍କ ଅନୁସାରେ, ସରକାରଙ୍କ ଏହି ପଦକ୍ଷେପ ଯୋଗୁଁ ପ୍ରାୟ ୨ ଲକ୍ଷ ଲୋକଙ୍କ ଚାକିରି ବିପଦରେ ପଡ଼ିବ । ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କାର ଟିକସ ହରାଇ ପାରନ୍ତି ।