|
logo
Live
Argus News App
GET APP

Argus News - ପେଟ୍ରୋଲ୍, ଡିଜେଲ ଦର ପ୍ରତି ୧୫ ଦିନରେ ହେବ ସମୀକ୍ଷା; ସରକାରଙ୍କ ବଡ଼ ଘୋଷଣା

Business

Fuel Price Update / ପେଟ୍ରୋଲ୍, ଡିଜେଲ ଦର ପ୍ରତି ୧୫ ଦିନରେ ହେବ ସମୀକ୍ଷା; ସରକାରଙ୍କ ବଡ଼ ଘୋଷଣା

Sushanta Sahoo
Browse all articles by Sushanta Sahoo
·5 days ago·2 min read
ପେଟ୍ରୋଲ୍, ଡିଜେଲ ଦର ପ୍ରତି ୧୫ ଦିନରେ ହେବ ସମୀକ୍ଷା; ସରକାରଙ୍କ ବଡ଼ ଘୋଷଣା
Fuel Prices Every 15 Days

Key Points

ଏଣିକି ପ୍ରତି ୧୫ ଦିନରେ ହେବ ତୈଳଦରର ସମୀକ୍ଷା । ସିବିଆଇସି ଅଧ୍ୟକ୍ଷ ବିବେକ ଚତୁର୍ବେଦୀ ଏନେଇ ସୂଚନା ଦେଇଛନ୍ତି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବଢ଼ି ଚାଲିଛି ।
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା । ଏଣିକି ପ୍ରତି ୧୫ ଦିନରେ ହେବ ତୈଳଦରର ସମୀକ୍ଷା । ସିବିଆଇସି ଅଧ୍ୟକ୍ଷ ବିବେକ ଚତୁର୍ବେଦୀ ଏନେଇ ସୂଚନା ଦେଇଛନ୍ତି । କହିଛନ୍ତି, "ତୈଳ କମ୍ପାନୀଙ୍କ କ୍ଷତି କମ୍ କରିବା ଏବଂ ଗ୍ରାହକଙ୍କ ଲାଗି ଦର ନ ବଢ଼ାଇବା ଲାଗି ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାଯାଇଛି ।"

ବିବେକ ଚତୁର୍ବେଦୀ କହିଛନ୍ତି, "ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳଦର ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ବଢ଼ି ଚାଲିଛି । ସରକାର ତୈଳ ଆମଦାନୀ ଓ ଘରୋଇ ବ୍ୟବହାରକୁ ନେଇ ପ୍ରତି ୧୫ ଦିନରେ ଦର ସମୀକ୍ଷା କରିବେ ।"

ଏଥିସହ ପଢ଼ନ୍ତୁ: କମିଲା ଏକ୍ସାଇଜ୍ ଡ୍ୟୁଟି: କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ

ସାମ୍ବାଦିକ ସମ୍ମିଳନୀରେ ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା ତୈଳ ନେଇ ଦେଶବାସୀଙ୍କୁ ଆଶ୍ଵସ୍ତ କରିଛନ୍ତି । କହିଛନ୍ତି, "ଦେଶରେ ତୈଳର ଅଭାବ ନାହିଁ । ଆଗାମୀ ୨ ମାସ ପର୍ଯ୍ୟନ୍ତ ଅଶୋଧିତ ତୈଳ ଆମଦାନୀ ନିଶ୍ଚିତ କରାଯାଇଛି । ଏଲପିଜି ଓ ପିଏନଜି ସ୍ଥିତି ସାମାନ୍ୟ ରହିଛି ।"

ସୁଜାତା ଶର୍ମା ଆହୁରି କହିଛନ୍ତି, "ପେଟ୍ରୋଲ୍, ଡିଜେଲ ଓ ଏଲପିଜିଜ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଅଛି । ପ୍ରତିଦିନ ୧୦ ହଜାରରୁ ଅଧିକ ନୂଆ ସଂଯୋଗ ଲୋକଙ୍କୁ ଦିଆଯାଉଛି । ୨୦୨୨ ଏପ୍ରିଲ୍‌ରୁ ଆଜି ପର୍ଯ୍ୟନ୍ତ ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ନାହିଁ ।"

ଗୁଜବ, ମହଜୁଦ୍ ଓ କଳାବଜାରୀ ରୋକିବା ପାଇଁ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ପେଟ୍ରୋଲ, ଡିଜେଲ୍ ଅଭାବ ନଥିବାରୁ ଲୋକେ ପେଟ୍ରୋଲ୍ ପମ୍ପରେ ଭିଡ଼ ନ କରିବାକୁ ନିବେଦନ କରିଛନ୍ତି ସୁଜାତା ଶର୍ମା ।



ଏଥିସହ ପଢ଼ନ୍ତୁ: ଚୀନ ଯାଉଥିଲା ଋଷର ତୈଳବାହୀ ଜାହାଜ, ମଝି ସମୁଦ୍ରରେ କାହିଁକି ହେଲା ଭାରତ ମୁହାଁ ?

କ'ଣ କହିଲେ ସରକାର ?

  • ଏବେ ବି ଆମ ଯୁଦ୍ଧ ସ୍ଥିତିରେ ଅଛେ ।
  • ଆମର ଅଶୋଧିତ ତୈଳ, ଏଲପିଜି ଓ ଏଲଏନଜି ଆମଦାନୀ ପ୍ରଭାବିତ ହୋଇଛି ।
  • ଆମ ପାଖରେ ପର୍ଯ୍ୟାପ୍ତ ଅଶୋଧିତ ତୈଳ ରହିଛି ।
  • ଆଗାମୀ ୨ ମାସ ପର୍ଯ୍ୟନ୍ତ ଆମଦାନୀ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି ।
  • ଏଲପିଜି ଓ ଏଲଏନଜି ସ୍ଥିତି ସାମାନ୍ୟ ରହିଛି ।
  • ରିଫାଇନାରୀ ଗୁଡ଼ିକ ଶତ ପ୍ରତିଶତ କ୍ଷମତାରେ କାର୍ଯ୍ୟକ୍ଷମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Fuel Price Update: ପେଟ୍ରୋଲ୍, ଡିଜେଲ ଦର ପ୍ରତି ୧୫ ଦିନରେ ହେବ ସମୀକ୍ଷା; ସରକାରଙ୍କ ବଡ଼ ଘୋଷଣା | Argus News