Oil Tanker Turns to India / ଚୀନ ଯାଉଥିଲା ଋଷର ତୈଳବାହୀ ଜାହାଜ, ମଝି ସମୁଦ୍ରରେ କାହିଁକି ହେଲା ଭାରତ ମୁହାଁ ?
·2 weeks ago·2 min read

Key Points
ଋଷର ଅଶୋଧିତ ତୈଳକୁ ନେଇ ଆସିଛି ବଡ଼ ଖବର । ରିପୋର୍ଟ ଅନୁସାରେ, ଋଷରୁ ତୈଳ ଭର୍ତ୍ତି ଟ୍ୟାଙ୍କର ଚୀନ ଆଡ଼କୁ ଯାଉଥିବା ବେଳେ ଦକ୍ଷିଣ ଚୀନ ସାଗରରେ ରାସ୍ତା ବଦଳାଇ ଭାରତ ଆଡ଼କୁ ଆଗକୁ ବଢ଼ୁଛି ।
ନୂଆଦିଲ୍ଲୀ: ଦୁନିଆ ତୈଳ ସଂକଟ ଭିତରେ ଗତି କରୁଥିବା ବେଳେ ଋଷର ଅଶୋଧିତ ତୈଳକୁ ନେଇ ଆସିଛି ବଡ଼ ଖବର । ରିପୋର୍ଟ ଅନୁସାରେ, ଋଷରୁ ତୈଳ ଭର୍ତ୍ତି ଟ୍ୟାଙ୍କର ଚୀନ ଆଡ଼କୁ ଯାଉଥିବା ବେଳେ ଦକ୍ଷିଣ ଚୀନ ସାଗରରେ ରାସ୍ତା ବଦଳାଇ ଭାରତ ଆଡ଼କୁ ଆଗକୁ ବଢ଼ୁଛି ।
ଟ୍ରାକିଂ ଡାଟା ଅନୁସାରେ, 'ଏକ୍ଵା ଟାଇଟନ୍' ନାମକ ଜାହାଜ ମାର୍ଚ୍ଚ ୨୧ରେ ନ୍ୟୁ ମାଙ୍ଗାଲୋର ଉପକୂଳରେ ପହଞ୍ଚିବ । ଏହି ସିପ୍ରେ 'ୟୁରାଲ' ତୈଳ ଆସୁଛି । ଯାହାକି ଜାନୁଆରୀ ଶେଷରେ ବାଲଟିକ୍ ବନ୍ଦରରୁ ବାହାରିଥିଲା । ଚୀନର ରିଜହାଓ ପହଞ୍ଚିବାର ଥିଲା ।
ଏଥିସହ ପଢ଼ନ୍ତୁ: ୨୪ ଘଣ୍ଟାରେ ପୁଣି ଥରେ ସାମ୍ନାକୁ ଆସିଲେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ; ଭିଡ଼ିଓ ହେଲା ଭାଇରାଲ
ସୂଚନା ଅନୁସାରେ, ଏହି ଜାହାଜରେ ଅତି କମ୍ରେ ୭ଟି ଟ୍ୟାଙ୍କର ରହିଛି । ଯାହା ଚୀନ ପରିବର୍ତ୍ତେ ଏବେ ଭାରତ ଆଡ଼କୁ ମୁହାଁଇଛି । କିଛିଦିନ ତଳେ ଋଷ ଠାରୁ ତୈଳ କିଣିବାକୁ ଭାରତକୁ ପ୍ରୋତ୍ସାହନ କରିଥିଲା ଆମେରିକା ।
ଇରାନ ଯୁଦ୍ଧ ଯୋଗୁଁ ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଲାଗି ରହିଛି । ହର୍ମୁଜ ପ୍ରଣାଳୀ ଦେଇ କାର୍ଗୋ ସିପ୍ ଆସିପାରୁ ନାହିଁ । ଭାରତର ରିଫାଇନାରୀ ଗୁଡ଼ିକ ଋଷଠାରୁ ସପ୍ତାହକୁ ପ୍ରାୟ ୩୦ ମିଲିୟନ୍ ବ୍ୟାରେଲ୍ ଅଶୋଧିତ ତୈଳ କିଣୁଛନ୍ତି ।
ହର୍ମୁଜ ଦେଇ ବିଶ୍ଵ ତୈଳ ଆବଶ୍ୟକତାର ୨୦ ପ୍ରତିଶତ ତୈଳ ଆମଦାନୀ ହୋଇଥାଏ । ଇରାନ ଯୁଦ୍ଧ ଫଳରେ ତାହା ବନ୍ଦ ହୋଇ ଯାଇଛି । ଆମେରିକା ଓ ଇସ୍ରାଏଲ୍ ଆକ୍ରମଣ ପରେ ଜାହାଜକୁ ଧମକ ଦେଉଛି ଇରାନ ।
ସୁଏଜମ୍ୟାକ୍ସ ଜୋଉଜୋଉ ଏନ୍ ଅନୁସାରେ, ଭାରତର ସିକ୍କାରେ ଏହି ଜାହାଜ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ପହଞ୍ଚିବ । ଉକ୍ତ ଟ୍ୟାଙ୍କରରେ କାଜାଖ ସିପିସି ବ୍ଲେଣ୍ଡ ଅଶୋଧିତ ତୈଳ ଥିବା କପଲର ସୂଚନା ଦେଇଛି ।
ଏଥିସହ ପଢ଼ନ୍ତୁ: ଇରାନ ଯୁଦ୍ଧ ରୋକିବାକୁ ଆଗଭର ହେଲା ଚୀନ; ଦେଲା ବଡ଼ ଅଫର୍
ସେପଟେ ଏକାଧିକ ଦେଶ ଯୁଦ୍ଧ ଶୀଘ୍ର ସାରିବାକୁ ପ୍ରୟାସରତ ଅଛନ୍ତି । ଏହାରି ଭିତରେ, ଯୁଦ୍ଧ ରୋକିବାକୁ ଆଗକୁ ଆସି ମଧ୍ୟସ୍ଥତା ପ୍ରସ୍ତାବ ଦେଇଛି ଚୀନ । ଯୁଦ୍ଧ ଆରମ୍ଭରୁ ଚୀନ ଓ ଋଷ, ଇରାନ ଆଡ଼କୁ ଢ଼ଳି ରହିଛନ୍ତି । ତେବେ ଉପସାଗରୀୟ ଦେଶ ଉପରେ ଇରାନର ଆକ୍ରମଣକୁ ଚୀନ ବିରୋଧ କରି ଆସୁଛି ।
ଏବେ ଚୀନର ବିଦେଶ ମନ୍ତ୍ରଣାଳୟ କହିଛି, "ମଧ୍ୟପ୍ରାଚ୍ୟରେ ଅସ୍ତ୍ରବିରତି କିମ୍ବା ଯୁଦ୍ଧ ରୋକିବାକୁ ଚୀନ ମଧ୍ୟସ୍ଥତା କରିବାକୁ ପ୍ରୟାସ ଜାରି ରଖିଛି ।" ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ୟି କହିଛନ୍ତି, "ଯୁଦ୍ଧ ଶେଷ ପାଇଁ ମଧ୍ୟସ୍ଥତା ଜାରି ରିହବ । ଏହି ଯୁଦ୍ଧ କେବେ ହେବାର ନଥିଲା, ଏହାକୁ ଜାରି ରଖିବାର କୌଣସି କାରଣ ନାହିଁ ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories