Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଦେଶରେ ତେଲ ସଙ୍କଟ; ଜାଣନ୍ତୁ କେଉଁ ରାଜ୍ୟ ଖର୍ଚ୍ଚ କରେ କେତେ ତେଲ ?

Business

State Wise Fuel Usage / ଦେଶରେ ତେଲ ସଙ୍କଟ; ଜାଣନ୍ତୁ କେଉଁ ରାଜ୍ୟ ଖର୍ଚ୍ଚ କରେ କେତେ ତେଲ ?

Debashree Debasmita Sahoo
Browse all articles by Debashree Debasmita Sahoo
·1 hour ago·2 min read
ଦେଶରେ ତେଲ ସଙ୍କଟ; ଜାଣନ୍ତୁ କେଉଁ ରାଜ୍ୟ ଖର୍ଚ୍ଚ କରେ କେତେ ତେଲ ?
State Wise Fuel Usage

Key Points

ସାରା ଦେଶ ଉପରେ ଯୁଦ୍ଧର ପ୍ରଭାବ
ଚାରିଆଡ଼େ ଦେଖାଦେଇଛି ତେଲ ସଙ୍କଟ
ଜାଣନ୍ତୁ କେଉଁ ରାଜ୍ୟ କେତେ ତେଲ ଖର୍ଚ୍ଚ କରେ ?
ଭାରତରେ ବର୍ତ୍ତମାନର ପେଟ୍ରୋଲ ଓ ଡିଜେଲ ସଙ୍କଟ ଦେଖିବାକୁ ମିଳିଛି । ଯୁଦ୍ଧ ପ୍ରଭାବରେ ସାରା ଦେଶରେ ତେଲ ସଙ୍କଟ ଦେଖାଦେଇଛି । ଯଦିଓ ସରକାରଙ୍କ ତରଫରୁ ତେଲ ଅଭାବ ନେଇ ସୂଚନା ନାହିଁ, କିନ୍ତୁ ବର୍ତ୍ତମାନ ସମୟରେ ଦେଶର ପ୍ରାୟତଃ ସବୁ ପେଟ୍ରୋଲ ପମ୍ପରେ ତେଲ ପାଇଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳୁଛି । ଆପଣ କଣ ଜାଣିଛନ୍ତି କି ସାରା ଭାରତରେ ରାଜ୍ୟୱାରୀ ପେଟ୍ରୋଲ ବ୍ୟବହାର କେତେ ପରିମାଣରେ ହେଉଛି ? ଓଡ଼ିଶା ସମେତ ଅନ୍ୟ ରାଜ୍ୟରେ ପ୍ରତି ୧୦୦ ଜଣରେ ଆମେ କେତେ ତେଲ ବ୍ୟବହାର କରୁଛୁ ?

ନିକଟରେ ପେଟ୍ରୋଲିୟମ ପ୍ଲାନିଂ ଏଣ୍ଡ୍ ଆନାଲିସିସ୍ ସେଲ୍ ବା PPAC ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଭାରତରେ ପେଟ୍ରୋଲ ବ୍ୟବହାର ବାର୍ଷିକ ପ୍ରାୟ ୬-୮% ହାରରେ ବଢ଼ୁଛି । ବର୍ତ୍ତମାନ ପାକିସ୍ତାନ ୬୦% ବୃଦ୍ଧି ପାଇଥିବା ବେଳେ ଆମେରିକାରେ ୫୯ %, କାନାଡାରେ ୪୩%, ନେପାଳ ୩୮% ବୃଦ୍ଧି, ଶ୍ରୀଲଙ୍କା ୩୫%, ଦକ୍ଷିଣ ଆଫ୍ରିକା ୩୧% ହୋଇଥିବା ବେଳେ ଭାରତ ୩% ତେଲ ଦର ବଢିଛି ।

  • ଗୋଆରେ ସର୍ବାଧିକ ପେଟ୍ରୋଲ ବ୍ୟବହାର
ଯଦି ତଥ୍ୟ ଉପରେ ନଜର ପକାଇବା ଜନସଂଖ୍ୟା ଏବଂ ଗାଡ଼ି ସଂଖ୍ୟାକୁ ଭିତ୍ତି କରି ପ୍ରତି ୧୦୦ ଜଣରେ ଦୈନିକ ହାରାହାରି ପେଟ୍ରୋଲ ବ୍ୟବହାର ଗୋଆରେ ସର୍ବାଧିକ ରହିଛି । ଗୋଆରେ ୧୦୦ ଜଣରେ ଦୈନିକ ୫୨ ଲିଟର ତେଲ ବ୍ୟବହାର ହେଉଛି । ପୁଡୁଚେରୀ ୧୦୦ ଜଣରେ ଦୈନିକ ୪୧ ଲିଟର ତେଲ ଖର୍ଚ୍ଚ ହେଉଛି ।ଚଣ୍ଡିଗଡ଼ରେ ଦିନକୁ ୩୮ ଲିଟର ତେଲ ବ୍ୟବହାର କରୁଛନ୍ତି ଲୋକ । ସେହିପରି ଓଡ଼ିଶାରେ ପ୍ରତି ୧୦୦ ଜଣରେ ଦୈନିକ ପ୍ରାୟ ୧୦ ଲିଟର ପେଟ୍ରୋଲ ବ୍ୟବହାର ହେଉଛି ।

ଉତ୍ତରପ୍ରଦେଶରେ ପ୍ରତି ୧୦୦ ଜଣରେ ଦୈନିକ ପ୍ରାୟ ୭ ଲିଟର ତେଲ ବ୍ୟବହାର ହେଉଥିବାବେଳେ ଆସାମ ଓ ଝାଡ଼ଖଣ୍ଡରେ ମଧ୍ୟ ଦିନକୁ ୭ଲିଟର ପେଟ୍ରୋଲ ଓ ଡିଜେଲ ଆବଶ୍ୟକ ପଡ଼ୁଛି । ପଶ୍ଚିମବଙ୍ଗରେ ଦିନକୁ ୧୦୦ ଜଣରେ ୫ ଲିଟର ତେଲ ବ୍ୟବହାର ହେଉଛି । ବିହାରରେ ସର୍ବନିମ୍ନ ୩ ଲିଟର ତେଲ ବ୍ୟବହାର ସୂଚନା । ଦିଲ୍ଲୀ, ହରିୟାଣା, ତେଲେଙ୍ଗାନା, ମିଜୋରାମ ଓ ହିମାଚଳପ୍ରଦେଶରେ ପ୍ରତି ଦିନକୁ ଆବଶ୍ୟକ ହେଉଛି ୧୭ ଲିଟର ତେଲ ।

ପଢନ୍ତୁ ଏହି ଖବର: ଦେଶରେ ବଢ଼ିଲା ପେଟ୍ରୋଲ୍ ଓ ଡିଜେଲ୍ ଦର; ଆଜିଠୁ ନୂଆ ଦର ଲାଗୁ

କର୍ଣ୍ଣାଟକ, ସିକିମ ଓ ମେଘାଳୟରେ ଦିନକୁ ପ୍ରତି ୧୦୦ ଜଣରେ ଦରକାର ୧୬ ଲିଟର ତେଲ । ଉତ୍ତରାଖଣ୍ଡ ଓ ପଞ୍ଜାବରେ ପ୍ରତିଦିନ ଆବଶ୍ୟକ ପଡ଼େ ୧୫ଲିଟର ପେଟ୍ରୋଲ ଓ ଡିଜେଲ । ଗୁଜୁରାଟରେ ୧୪ ଏବଂ ମହାରାଷ୍ଟ୍ରରେ ୧୨ ଲିଟର ତେଲ ଆବଶ୍ୟକ ହେଉଛି । ସେହିପରି ଆନ୍ଧ୍ରପ୍ରଦେଶ, ଜମ୍ମୁ ଓ କାଶ୍ମୀରରେ ଦିନକୁ ୧୦୦ ଜଣରେ ୧୧ଲିଟର ତେଲ ବ୍ୟବହାର ହେଉଛି । ଛତିଶଗଡ଼ ଓ ନାଗାଲ୍ୟାଣ୍ଡରେ ଦରକାର ପଡୁଛି ୧୦ ଲିଟର ତେଲ । ମଣିପୁର ଏବଂ ରାଜସ୍ଥାନରେ ଦିନକୁ ୧୦୦ ଜଣରେ ଦରକାର ୯ ଲିଟର ତେଲ ଆବଶ୍ୟକ ହେଉଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
State-Wise Daily Oil Consumption in India: Which State Uses the Most Fuel? | Argus News